ପଟ୍ଟାମୁଣ୍ଡାଇ ସବଡିଭିଜନ ଦାବି ପ୍ରତି ବିପୁଳ ସମର୍ଥନ ; ବିଭିନ୍ନ ମହଲରୁ ପ୍ରତିକ୍ରିୟା


କେନ୍ଦ୍ରାପଡା  ପଟ୍ଟାମୁଣ୍ଡାଇ ରାଜସ୍ୱ ସବଡିଭିଜନ ପ୍ରତିଷ୍ଠା ପାଇଁ ପଟ୍ଟାମୁଣ୍ଡାଇବାସୀଙ୍କ ପକ୍ଷରୁ ଦୀର୍ଘ ୧୮ ବର୍ଷ ହେଲା ଆନ୍ଦୋଳନ, ଧାରଣା, ଅନଶନ ଜାରି ରହି ଆସିଥିବା ବେଳେ ଏବେ ଦଳମତ ନିର୍ବିଶେଷରେ ବିଭିନ୍ନ ମହଲରେ ବିପୁଳ ଜନସମର୍ଥନ ପ୍ରକାଶ ପାଇଛି । ୧୯୯୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ରାଜ୍ୟରେ ୧୩ଟି ଜିଲ୍ଳାକୁ ୩୦କୁ ବୃଦ୍ଧି କରିଥିବା ବେଳେ ଉପଖଣ୍ଡ ମନ୍ୟତା ବେଳେ ପଟ୍ଟାମୁଣ୍ଡାଇକୁ ସବଡିଭିଜନ ଘୋଷଣା କରାଯିବ ବୋଲି କହିଥିଲେ । ମାତ୍ର ତାଙ୍କ ଅନ୍ତେ ଦିର୍ଘ ୨୪ବର୍ଷର ବିଜେଡି ଶାଶନରେ ପଟ୍ଟାମୁଣ୍ଡାଇକୁ ଉପଖଣ୍ଡ ମନ୍ୟତା ଦେବା ପରିବର୍ତେ ପ୍ରଶାସନିକ ଚକ୍ରାନ୍ତରେ ଗତ ସୀମା ପୁନଃନିର୍ଧାରଣ ସମୟରେ ପଟ୍ଟାମୁଣ୍ଡାଇ ବିଧାନସଭା ଆସନ ସତାକୁ ଲୋପକରି ଦିଆଗଲା । ଯାହା ପଟ୍ଟାମୁଣ୍ଡାଇ ବାସୀଙ୍କ ଭାବାବେଗକୁ କୁଠାରଘାତ କରିଛି । ଚଳିତ ସାଧାରଣ ନିର୍ବାଚନରେ ଭାଜପା ନୂତନ ସରକାର ଗଢିଛି । ହେଲେ ଦୀର୍ଘ ବର୍ଷ ହେଲା ବିଚାରାଧୀନ ଥିବା ପଟ୍ଟାମୁଣ୍ଡାଇ ସବଡିଭିଜନକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝି ବିଧିବଦ୍ଧ ଭାବେ କେବେ ଘୋଷଣା କରିବେ ସେନେଇ ଅଂଳବାସୀ ତାଙ୍କ ଉପରେ ଅନେକ ଆଶା ଭରଷା ରଖିଛନ୍ତି ବୋଲି ବୁଦ୍ଧିଜିବୀ ମାନେ ମତପ୍ରକାଶ କରିଛନ୍ତି ।

 ସାମାଜିକକର୍ମୀ ପ୍ରଫୁଲ୍ଲ ଦାଶ

ପଟ୍ଟାମୁଣ୍ଡାଇ ସ୍ୱାର୍ଥ ପାଇଁ ସବଡିଭିଜନ ଏକମାତ୍ର ମହୌଷଧୀ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ଡି-ଲିମିଟେସନ ସମୟରେ ଓଡିଶାର ଅନ୍ୟତମ ପ୍ରମୁଖ ସଂରକ୍ଷିତ ବିଧାନସଭା ଆସନ ପଟ୍ଟାମୁଣ୍ଡାଇ ରାଜନୈତିକ ମାନଚିତ୍ରରୁ ନିଶ୍ଚିହ୍ନ ହେବା ପରେ ପଟ୍ଟାମୁଣ୍ଡାଇବାସୀଙ୍କ ସ୍ୱାର୍ଥ ଓ ସ୍ୱାଭିମାନ ଭୂଲୁଣ୍ଠିତ ହୋଇଛି ।ଏବେ ପଟ୍ଟାମୁଣ୍ଡାଇ ଅଂଚଳ ଅବହେଳିତ ହେବା ସହ ସ୍ୱାଭିମାନ ନିଶ୍ଚିହ୍ନ ହେବାକୁ ବସିଛି । ପଟ୍ଟାମୁଣ୍ଡାଇର ସ୍ୱାଭିମାନ ଫେରାଇ ଆଣିବା ପାଇଁ କେତେକ ଗଣସଙ୍ଗଠନ ଏଠାରେ ଉପଖଣ୍ଡ ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି ରଖିଥିବାବେଳେ ୧୫ ବର୍ଷର ବିଜେଡି ଶାସନର ରାଜନେତାମାନେ ଖାଲି ସୁନେଲି ସ୍ୱପ୍ନ ଦେଖାଇ ଚାଲିଥିଲେ ।ପଟ୍ଟାମୁଣ୍ଡାଇକୁ ସବଡିଭିଜନ ଘୋଷଣା କରିବା ଦାବି ସମ୍ପର୍କରେ ୨୦୧୫ ବିଧାନସଭା ପ୍ରଶ୍ନ କାଳରେ ତତ୍କାଳୀନ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ସବ-ଡିଭିଜନ ଘୋଷଣା କରିବା ବେଳେ ପଟ୍ଟାମୁଣ୍ଡାଇକୁ ଅଗ୍ରଧିକାର ଦିଆଯିବ ବୋଲି କହିଥବା ବେଳେ ୨୦୨୩ ବିଧାନସଭା ପ୍ରଶ୍ନରେ ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡି ଉପଯୁକ୍ତ ସମୟରେ ସରକାର ପଟ୍ଟାମୁଣ୍ଡାଇ ସବଡିଭିଜନ ଦାବୀ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରକାଶ କରିଥିଲେ । ଏବେ ପଟ୍ଟାମୁଣ୍ଡାଇବାସୀଙ୍କ ସ୍ୱାର୍ଥ ଓ ସ୍ୱାଭିମାନର ସୁରକ୍ଷା ପାଇଁ ପଟ୍ଟାମୁଣ୍ଡାଇ ସବଡିଭିଜନ ଏକମାତ୍ର ମହୌଷଧୀ ଥିବା ବେଳେ ଓଡିଶାରେ ନୂତନ ଭାଜପା ସରକାର କେବେ ବିଧିବଦ୍ଧ ଭାବେ ପଟ୍ଟାମୁଣ୍ଡାଇକୁ ଉପଖଣ୍ଡ ଘୋଷଣା କରିବେ ସେଥିପ୍ରତି ଅଂଚଳବାସୀ ଚାହିଁ ବସିଛନ୍ତି ।

 ଆଇନଜୀବୀ କ୍ଷୀରୋଦ ପ୍ରଧାନ

ପଟ୍ଟାମୁଣ୍ଡାଇକୁ ସବଡିଭିଜନ ମାନ୍ୟତା ପାଇଁ ଅବହେଳିତ କରାଯାଉଛି କାହିଁକିଓଡିଶା ଉଚ୍ଚ ନ୍ୟାୟାଳୟର ଏକ ମାମଲା ଡବ୍ଲୁ ପିସି ୧୧୮୯/୨୦୧୮ କରିଥିଲି । ଯେଉଁ ଥିରେ ଉଚ୍ଚ ନ୍ୟାୟାଳୟ ସରକାରଙ୍କୁ ନିଦ୍ଦେର୍ଶ ଦେଇଛନ୍ତିକି ସରକାର ସବଡିଭିଜନ ଘୋଷାଣ କଲେ ପଟ୍ଟାମୁଣ୍ଡାଇକୁ ଅଗ୍ରାଧିକାର ଭିିତିରେ ବିଚାର କରି ନିଷ୍ପତି ଗ୍ରହଣ କରିବେ । ପଟ୍ଟାମୁଣ୍ଡାଇରେ ସବଡିଭିଜନର ସମସ୍ତ ଭିତିଭୂମିର କାଗଜପତ୍ରକୁ ଓଡିଶା ଉଚ୍ଚନ୍ୟାୟାଳୟର ମାନ୍ୟବର ବିଚାରପତି ତର୍ଜମା କରି ଆଶ୍ଚର୍ଯ୍ୟ ପ୍ରକଟ ମଧ୍ୟ କରିଥିଲେ । ଏ ସମସ୍ତ ଭିତିଭୂମି ଥାଇ ପଟ୍ଟାମୁଣ୍ଡାଇକୁ ସବଡିଭିଜନ ମାନ୍ୟତା ପାଇଁ ଅବହେଳିତ କରାଯାଉଛି କାହିଁକି ।

ଉତିକଣ ଚାଷୀମୂଲିଆ ସଗ୍ରାମ ସମିତି ଆବାହକ ଭାସ୍କର ରାଉତ ରାଏ

ସବ-ଡିଭିଜନ ଘୋଷଣା କଥା କଥାରେ ରହିଛି – ପଟ୍ଟାମୁଣ୍ଡାଇକୁ ସବଡିଭିଜନ ଘୋଷଣା କରାଯିବା କଥା ବିଗତ ବର୍ଷରୁ ଆଜି ପର୍ଯ୍ୟନ୍ତ କଥା କଥାରେ ହିଁ ରହିଯାଇଛି । କେବଳ ଆଶ୍ୱାସନା ଓ ପ୍ରତିଶ୍ରୁତି ଦିଅଯାଉଛିି । ଏପରିକି ବିଧାନସଭାରେ ପଟ୍ଟାମୁଣ୍ଡାଇ ସବଡିଭିଜନ ବିଷୟ ବାରମ୍ବାର ଉତଥାପନରେ ବିଜେଡି ସରକାର ବାରମ୍ବାର ଗୋଟିଏ କଥା ସ୍ପଷ୍ଟ କରିଥିଲେ ଯେ ସରକାର ପଟ୍ଟାମୁଣ୍ଡାଇକୁ ଗୁରୁତ୍ୱ ସହକାରେ ବିଚାର କରି ସବଡିଭିଜନ ଘୋଷାଣ ସମୟରେ ପଟ୍ଟାମୁଣ୍ଡାଇକୁ ଅଗ୍ରାଧିକାର ଦିଆଯିବ । ସରକାରଙ୍କ ଏହି ପ୍ରତିଶୃତିକୁ ସମ୍ମାନ ଦେଇ ଭରସା କରି ପଟ୍ଟମୁଣ୍ଡାଇବାସୀ ଅପେକ୍ଷା କରି ରହିଥିବା ବେଳେ ୧୫ ବର୍ଷର ବିଜେଡି ଶସାନର ଅବସାନ ଘଟି ଏବେ ଭାଜପା ସରକାର ଗଢିଛି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହା ଭିତରେ ଅନେକ ବର୍ଷ ବିତି ଯାଇଥିଲେ ମଧ୍ୟ ପୂର୍ବ ସରକାର କିଛି ପଦକ୍ଷେପ ଗ୍ରହଣ କରିପାରିଲେ ନାହିଁ ।

ପୂର୍ବତନ ବିଧାୟକ ତାପସ ଦାସ

ପଟ୍ଟାମୁଣ୍ଡାଇ ସବଡିଭିଜନ ପାଇଁ ସରକାର ଅଙ୍ଗୀକାରବଦ୍ଧ –କେନ୍ଦ୍ରାପଡା ଜିଲ୍ଲା ପୁନଃଗଠନ ସମୟରେ ତତକାଳୀନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ପଟ୍ଟାମୁଣ୍ଡାଇକୁ ସବଡିଭିଜନ କରିବା ପାଇଁ ଘୋଷଣା କରିଥିବା ବେଳେ ୨୪ ବର୍ଷର ନବୀନ ସରକାର ପଟ୍ଟାମୁଣ୍ଡାଇବାସୀଙ୍କ ସ୍ୱାର୍ଥ ଓ ସ୍ୱାଭିମାନକୁ ଭୂଲୁଣ୍ଠିତ କରିଛି । ଏବେ ନୂତନ ଭାଜପା ସରକାର ଗଠନ ହୋଇଥିବା ବେଳେ ପଟ୍ଟାମୁଣ୍ଡାଇରେ ସବ-ଡିଭିଜନ କରିବା ସଂପୂର୍ଣ୍ଣ ଅଙ୍ଗୀକାରବଦ୍ଧ ବୋଲି ପଟ୍ଟାମୁଣ୍ଡାଇର ପୂର୍ବତନ ବିଧାୟକ ତାପସ ଦାସ ପ୍ରକାଶ କରିଛନ୍ତି । ଏଥି ନେଇ କୌଣସି ସନ୍ଦେହର ଅବକାଶ ନାହିଁ ବୋଲି ଶ୍ରୀଦାସ ସ୍ପଷ୍ଟ କରିଦେଇଛନ୍ତି । ପଟ୍ଟାମୁଣ୍ଡାଇ ସବଡିଭିଜନ ଦାବି ପ୍ରତି ଦଳମତ ନିର୍ବିଶେଷରେ ବିଭିନ୍ନ ମହଲରେ ବିପୁଳ ସମର୍ଥନ ପ୍ରକାଶ ପାଇଛି ।


Discover more from

Subscribe now to keep reading and get access to the full archive.

Continue reading