ଓଡିଶା ଜୀବିକା ମିଶନରେ ଦୁର୍ନୀତ , ସୋମବାର ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓସାର ଧାରଣା


କେନ୍ଦ୍ରାପଡ଼ା, ୨୭ା୭: କେନ୍ଦ୍ରାପଡା ଜିଲ୍ଲା ଜୀବିକା ମିସନ ଓ ମିଶନଶକ୍ତିରେ ବ୍ୟାପକ ଦୁର୍ନୀତି ହୋଇଛି । ଏହି ଦୁର୍ନୀତିର ତଦନ୍ତ କରିବା ଦାବିରେ ଆସନ୍ତା ସୋମବାର ଠାରୁ ଓଡିଶା ସୂଚନା ଅଧିକାର ଅଭିଯାନ(ଓସା) କେନ୍ଦ୍ରାପଡା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ । ଓସାର ଜିଲ୍ଲା ଆବାହକ ପ୍ରତାପ ମହାନ୍ତି ଜଣାଇଛନ୍ତି ଯେ ଜୀବିକା ମିଶନ ଓ ମିଶନଶକ୍ତିରେ କାର୍ଯ୍ୟରତ କୈଳାସ ଚନ୍ଦ୍ର ସେନାପତି ବହୁ ଦୁର୍ନୀତିରେ ସଂପୃକ୍ତ ଅଛନ୍ତି । ଜିଲ୍ଲା ପରିଷଦର ପୂର୍ବତନ ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ପ୍ରସାଦ ପଣ୍ଡା ମଧ୍ୟ ଏହି ଦୁର୍ନୀତିରେ ସାମିଲ ଅଛନ୍ତି । ପୂର୍ବରୁ ଏହି ଦୁର୍ନୀତି ସଂକ୍ରାନ୍ତରେ ସୂଚନା ଅଧିକାର ଆଇନରେ ମଗାଯାଇଥିବା ତଥ୍ୟ ପ୍ରଦାନ କରାଯାଇନଥିଲା । ସେଥିରୁ ଜଣାପଡିଥିଲା ଯେ ବିଭାଗ ଦୁର୍ନୀତିରେ ବୁଡି ରହିଛି । ସେ କହିଛନ୍ତି ଯେ କୈଳାସ ସେନାପତି ନିଜ ଦୁର୍ନୀତିକୁ ଘଣ୍ଟ ଘୋଡାଇବାକୁ ଏବେ କେତେକ ମହିଳା ସଂଗଠନର ସାହାଯ୍ୟ ନେଇଛନ୍ତି । ଯେଉଁ ମହିଳାମାନେ ଗତ ଶୁକ୍ରବାର ଶ୍ରୀ ସେନାପତିଙ୍କୁ ସୁରକ୍ଷା ଦେବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ଏହି ସମସ୍ତ ଦୁର୍ନୀତିର ତଦନ୍ତ ଦାବିରେ ଓସା ପକ୍ଷରୁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ, କେନ୍ଦ୍ରାପଡା ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ମିଶନଶକ୍ତି ସଚିବ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଓ ଟାଉନ ଥାନା ଅଧିକାରୀ ପ୍ରମୁଖଙ୍କୁ ଓସା ପକ୍ଷରୁ ଜଣାଇ ଦିଆଯାଇଥିବା ଶ୍ରୀ ମହାନ୍ତି କହିଛନ୍ତି ।

 


Discover more from

Subscribe now to keep reading and get access to the full archive.

Continue reading