କେନ୍ଦ୍ରାପଡା ୧୨/୮ – ବାରୋ ସ୍ଥିତ ଅଗ୍ରଣୀ ସ୍ୱେଚ୍ଛାସବୀ ଅନୁଷ୍ଠାନ ରୁରାଲ୍ ଡେଭ୍ଲପ୍ମେଂଟ୍ କଲ୍ଚ୍ରାଲ୍ ୟୁଥ୍ ଅର୍ଗାନାଇଜେସନ୍ ଆନୁକୂଲ୍ୟରେ ଭାବଗ୍ରାହୀ କଳା ନିକେତନର ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ ଆନ୍ତର୍ଜାତୀୟ ଯୁବ ଦିବସ-୨୦୨୪ ଯଥାବିଧି ପାଳିତ ହୋଇଯାଇଛି । ସଂଗଠନର ଯୁବ ସଂପାଦକ ଚିତରଂଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯକ୍ରମରେ ଭାବଗ୍ରାହୀ କଳା ନିକେତନର ପ୍ରତିଷ୍ଠାତା ସଂଗୀତଜ୍ଞ ବିମଳ ପ୍ରସାଦ ପରିଡା ଯୋଗଦେଇ ଯେ କୌଣସି ରାଷ୍ଟ୍ରର ନିର୍ମାଣ ଓ ବିକାଶ କ୍ଷେତ୍ରରେ ଯୁବ ଶକ୍ତିଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ ବୋଲି କହିଥିଲେ । ୧୯୯୯ ମସିହା ଡିସେମ୍ବର ୧୭ ତାରିଖରେ ମିଳିତ ଜାତିସଂଘ ଏହି ଦିବସ ପାଳନ ପାଇଁ ନିଷ୍ପତି ନେଇଥିଲା ଏବଂ ୨୦୦୦ ମସିହା ଅଗଷ୍ଟ ୧୨ ତାରିଖରେ ସର୍ବ ପ୍ରଥମେ ସାରା ବିଶ୍ୱରେ ଏହି ଦିବସ ମହାସମାରୋହରେ ପାଳିତ ହୋଇଥିଲା । ସମାଜର ବିଭିନ୍ନ ଉନ୍ନତି ମୂଳକ ବିଷୟକୁ ନେଇ ଆଗଭର ହେବା ପାଇଁ ଯୁବ ବର୍ଗଙ୍କୁ ପ୍ରୋତ୍ସାହିତ କରିବା ଏହି ଦିବସର ଉଦ୍ଦେଶ୍ୟ । ଏଚ୍ ଆଇ ଭି /ଏଡ୍ସ ଭଳି ମାରାତ୍ମକ ସ୍ୱାସ୍ଥ୍ୟ ସମସ୍ୟାରୁ ନିଜକୁ ସୁରକ୍ଷିତ ରଖିବାକୁ ଯୁବ ସମାଜକୁ ସଚେତନ କରିବା ଏହି ଦିବସର ଅନ୍ୟତମ ଲକ୍ଷ୍ୟ । ଚଳିତ ବର୍ଷ ଏହି ଦିବସର ମୁଖ୍ୟ ବାର୍ତା ହେଉଛି- କ୍ଲିକ୍ ରୁ ପ୍ରଗତି ଯାଏ – ସତତ ବିକାଶ ଲାଗି ଯୁବ ଡିଜିଟାଲ୍ ମାର୍ଗ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ରେଡିଓ ଭାବଗ୍ରାହୀ ର କେନ୍ଦ୍ର ନିର୍ଦ୍ଦେଶକ ଯୁବ ଇଂ ବିଶ୍ଜିତ୍ ପରିଡା ଯୋଗ ଯୁବକମାନେ କଠିନ ପରିଶ୍ରମ କରି ନିଜ ନିଜର ସ୍ୱପ୍ନକୁ ସାକାର କରି ଦେଶ ଗଠନରେ ଅଗ୍ରଣୀ ଭୂମିକା ନିଭାଇବାକୁ ଯୁବ ସମାଜକୁ ଆହ୍ୱାନ ଦେଇଥିଲେ । ରଶ୍ମୀତା ସୂତାର, ôରାଜଲକ୍ଷ୍ମୀ ପରିଡା, ଶ୍ରାବଣୀ ସେଠୀ, ଅର୍ଚ୍ଚନା ପରିଡା ଏବଂ ଅଂକିତା ପରିଡା ସ୍ୱାଗତ ସଂଗୀତ ଗାଇବା ସହିତ ଆସ ଯୁବ ଶକ୍ତି ଏକାଠି ହେବା, ଗୀତରେ ନୃତ୍ୟ ପରିବେଷଣ କରିଥିଲୋ । ପ୍ରଥମେ ଯୁବ ମାନସର ପ୍ରତୀକ ସ୍ୱାମୀ ବିବେକା ନନ୍ଦ ଓ ନେତାଜୀ ସୁଭାଷଙ୍କ ଫଟୋ ଚିତ୍ରରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ । ଶେଷରେ ସ୍ୱେଚ୍ଛାସେବୀ ପ୍ରଭାତ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।