
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦୋଶିଆ ପଂଚାୟତ ବାସୁଦେବପୁର ଗ୍ରାମର ବିଜୟ ମିଲକ ଚାଷ କାମ କରୁଥିବା ବେଳେ ଗତ ୧୮ ଦିନ ଆକସ୍ମିକ ଭାବେ ବଜ୍ରପାତ ଘଟି ତାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ଆହାତ ହୋଇ କଟକ ବଡ ମେଡିକାଲରେ ଚିକିତ୍ସା ହେଉଥିଲେ । ମୃତ ବିଜୟଙ୍କ ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ। ତେବେ ଖବର ପାଇ କଳିଙ୍ଗ ନବଦିଗନ୍ତ ସାମାଜିକ ସଂଙ୍ଗଠନ ପକ୍ଷରୁ ଏକ ପ୍ରତିନିଧି ଦଳ ସଂଗଠନର ସଭାପତି ବିଜୟ ଦାସ, ଦାଶରଥି ସାହୁ, ଶିଶିର ଓଝା, ପ୍ରକାଶ କୁଣ୍ଡ, ପ୍ରକାଶ ମହାନ୍ତି, ପ୍ରଦୀପ ଜେନା, ସନ୍ତୋଷ ସାହୁ, ଶିଶିର ଓଝା, କୁଳମଣି ଦାସ, ଉଦୟ ଭାନୁ ସାହୁ, ସନ୍ତୋଷ ଦାସ, ସନ୍ତୋଷ ତରାଇ ସମେତ ଅନ୍ୟ କାର୍ଯ୍ୟକର୍ତା ମାନେ ଉପସ୍ଥିତ ରହି ଶୋକସନ୍ତପ ପରିବାରକୁ ସମବେଦନା ଜଣାଇବା ସହ ଆର୍ôଥକ ସହାୟତା ୫ ହଜାର ଟଙ୍କା ପ୍ରଦାନ କରିଥିଲେ। ଏହା ସହ ସରକାରଙ୍କ ପକ୍ଷରୁ ମିଳୁଥିବା ବିଭିନ୍ନ ଯୋଜନା ଏବଂ ସରକାରୀ ସହାୟତା ଯୋଗଗାଇ ଦେବାକୁ ପ୍ରଶାସନର ଦୃଷ୍ଟିଆର୍କଶଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ।











