ଦାମୋଦରପାଟଣାରେ ନନ୍ଦ ଉତ୍ସବ



ପଟ୍ଟାମୁଣ୍ଡାଇ ତା ୨୯/୮- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଂଚାୟତ ଦାମୋଦରପାଟଣା ଗ୍ରାମରେ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଏହି ଉପଲକ୍ଷେ କୈଳାସ ଚନ୍ଦ୍ର ଦାସଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ୧୫ନଂ ଜୋନ ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟା ସରୋଜିନୀ ଦାସ ,ଯୁବସମାଜସେବୀ ସୁକାନ୍ତ ରାଉତ,ବରିଷ୍ଠ ନାଗରିକ ସମନ୍ୱୟ ସମିତି ସଭାପତି ବିଭୁତି ଭୂଷଣ ପଟ୍ଟନାୟକ, ପୂର୍ବତନ ସରପଞ୍ଚ କିଶୋର ବେହେରା ଓ ରମେଶ ଦାସ, ସାମାଜିକ କର୍ମୀ ଗଗନ ମହାଳିକ, ଯୁବନେତା ପ୍ରକାଶ ଦାସ,ପ୍ରତାପ ବିଶ୍ୱାଳ ,ପଦ୍ମନାଭ ନାୟକ,ବସନ୍ତ ଦାସ, ବ୍ରହ୍ମାନନ୍ଦ ବେହେରା,ସୁବାସ ସାହୁ, ଶିକ୍ଷାବିତ ବିଚିତ୍ରାନନ୍ଦ ବେହେରା,ଅନ୍ତର୍ଯ୍ୟାମୀ ନାୟକ,ସୁବାଷ ଦାସ, ଉଲ୍ଲାସ ଦାସ, ରଶ୍ମି ରଞ୍ଜନ ଦାସ, ସୌମ୍ଯରଞ୍ଜନ ଦାସ, ଶିବାନନ୍ଦ ଦାସ ପ୍ରମୁଖ ଯୋଗ ଦେଇଥିଲେ I ଏଇ ଅବସରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପୂଜାର୍ଚନା ଓ ନଗର ପରିକ୍ରମା ଯଥାଵିଧି କରାଯାଇଥିଲା I ପଣ୍ଡିତ ସିଦ୍ଧାର୍ଥ ଶଙ୍କର ପଣ୍ଡାଙ୍କ ସମେତ ବେଦଜ୍ଞ ବ୍ରାହ୍ମଣମାନେ ନନ୍ଦ ଉତ୍ସବର ସମସ୍ତ ନୀତିକ୍ରାନ୍ତି ସମ୍ପନ୍ନ କରିଥିଲେ I ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା I


Next Post

ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ୬୦ତମ ପୂର୍ତ୍ତି ପ୍ରତିଷ୍ଠା ଦିବସ

Fri Aug 30 , 2024
ପଟ୍ଟାମୁଣ୍ଡାଇ ତା ୨୯/୮-ବିଶ୍ୱ ହିନ୍ଦୁ ପରିଷଦ,ବଜରଙ୍ଗ ଦଳ ପଟ୍ଟାମୁଣ୍ଡାଇ ପ୍ରଖଣ୍ଡ ପକ୍ଷରୁ ପବିତ୍ର ଜନ୍ମାଷ୍ଟମୀ ମହୋତ୍ସବ,ନନ୍ଦ ଉତ୍ସବ ଓ ଚୀର ଅମର ବେଦାନ୍ତ କେଶରୀ ସ୍ୱାମୀ ଲଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସ ସମାରୋହରେ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ଆୟୋଜିତ ସ୍ଵତନ୍ତ୍ର ଉତ୍ସବରେ ପୁରୀ ଗୋବର୍ଦ୍ଧନ ପୀଠ ସନ୍ଥ ସଂରକ୍ଷକ ସ୍ବାମୀ ଅସୀମାନନ୍ଦ ଦାସ ମହାରାଜ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବର ମହତ୍ତ୍ୱ ଏବଂ ସ୍ବାମୀ […]

KANIKA