ଦାମୋଦରପାଟଣାରେ ନନ୍ଦ ଉତ୍ସବ



ପଟ୍ଟାମୁଣ୍ଡାଇ ତା ୨୯/୮- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଂଚାୟତ ଦାମୋଦରପାଟଣା ଗ୍ରାମରେ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଏହି ଉପଲକ୍ଷେ କୈଳାସ ଚନ୍ଦ୍ର ଦାସଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ୧୫ନଂ ଜୋନ ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟା ସରୋଜିନୀ ଦାସ ,ଯୁବସମାଜସେବୀ ସୁକାନ୍ତ ରାଉତ,ବରିଷ୍ଠ ନାଗରିକ ସମନ୍ୱୟ ସମିତି ସଭାପତି ବିଭୁତି ଭୂଷଣ ପଟ୍ଟନାୟକ, ପୂର୍ବତନ ସରପଞ୍ଚ କିଶୋର ବେହେରା ଓ ରମେଶ ଦାସ, ସାମାଜିକ କର୍ମୀ ଗଗନ ମହାଳିକ, ଯୁବନେତା ପ୍ରକାଶ ଦାସ,ପ୍ରତାପ ବିଶ୍ୱାଳ ,ପଦ୍ମନାଭ ନାୟକ,ବସନ୍ତ ଦାସ, ବ୍ରହ୍ମାନନ୍ଦ ବେହେରା,ସୁବାସ ସାହୁ, ଶିକ୍ଷାବିତ ବିଚିତ୍ରାନନ୍ଦ ବେହେରା,ଅନ୍ତର୍ଯ୍ୟାମୀ ନାୟକ,ସୁବାଷ ଦାସ, ଉଲ୍ଲାସ ଦାସ, ରଶ୍ମି ରଞ୍ଜନ ଦାସ, ସୌମ୍ଯରଞ୍ଜନ ଦାସ, ଶିବାନନ୍ଦ ଦାସ ପ୍ରମୁଖ ଯୋଗ ଦେଇଥିଲେ I ଏଇ ଅବସରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପୂଜାର୍ଚନା ଓ ନଗର ପରିକ୍ରମା ଯଥାଵିଧି କରାଯାଇଥିଲା I ପଣ୍ଡିତ ସିଦ୍ଧାର୍ଥ ଶଙ୍କର ପଣ୍ଡାଙ୍କ ସମେତ ବେଦଜ୍ଞ ବ୍ରାହ୍ମଣମାନେ ନନ୍ଦ ଉତ୍ସବର ସମସ୍ତ ନୀତିକ୍ରାନ୍ତି ସମ୍ପନ୍ନ କରିଥିଲେ I ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା I


Discover more from

Subscribe now to keep reading and get access to the full archive.

Continue reading