ସମାଜସେବୀ ବିଶ୍ୱନାଥ ଧଳଙ୍କ ୮୦ତମ ଜୟନ୍ତୀ, ମେଧାପୁରସ୍କାର ଓ ସମ୍ବର୍ଦ୍ଧନା ଉତ୍ସବ


ପଟ୍ଟାମୁଣ୍ଡାଇ ୪/୯-ସମାଜବାଦୀ ଆନ୍ଦୋଳନର ଅନ୍ୟତମ ପ୍ରବକ୍ତା କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅର୍ନ୍ତଗତ ଷଣ୍ଢପଲ୍ଲୀ ଗ୍ରାମର ବିଶିଷ୍ଟ ସମାଜସେବୀ ଦିବଗଂତ ବିଶ୍ୱନାଥ ଧଳଙ୍କ ୮୦ତମ ଜନ୍ମଜୟନ୍ତୀ , ମେଧା ପୁରସ୍କାର ଓ ସମ୍ବର୍ଦ୍ଧନା ସଭା ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଞ୍ଚ ଚିତ୍ତବିନୋଦନ ଗୃହରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ବିଶ୍ୱନାଥ ଧଳ ସ୍ମୃତି କମିଟି ଓ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବରିଷ୍ଠ ନାଗରିକ ମଞ୍ଚ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ପୌରହିତ୍ୟରେ ପବିତ୍ର ଗୁରୁଦିବସ ଅବସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପ୍ରାକ୍ତନ ବରିଷ୍ଠ ପ୍ରଶାସନିକ ଅଧିକାରୀ ଡ .କେଳୁ ଚରଣ ସ୍ୱାଇଁ ମୁଖ୍ୟଅତିଥି, ପଟ୍ଟାମୁଣ୍ଡାଇ କଲେଜ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଦୁର୍ଯୋଧନ ପରିଡା ମୁଖ୍ୟ ବକ୍ତା ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟକାରୀ ସଭାପତି କଣ୍ଡୁରି ଚରଣ ସ୍ୱାଇଁ, ଯୁଗ୍ମ ସମ୍ପାଦକ ବିଜୟ କୁମାର ସାହୁ, କୋଷାଧ୍ୟକ୍ଷ ଚର୍ତୁଭୂଜ ରାଉଳ ଓ କଥାକାର ପ୍ରଦିପ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ,ରାଜନୈତିକ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ବହୁସମୟରେ ତତ୍‌କାଳୀନ ସହ ଖାପଖୁଆଇ ସ୍ୱାଭିମାନ ଓ ସ୍ୱାଧୀନ ମତକୁ ବନ୍ଧାପକାଇ ପରିସ୍ଥିତିର ଦାସ ହୋଇଥାଆନ୍ତି। କମ୍ ବ୍ୟକ୍ତି ମିଳିବେ ଯେଉଁମାନେ ଏହି ଧାରାରୁ ବିଚ୍ୟୁତ ହୋଇ ନିଜ ସ୍ୱାଭିମାନ ସହ ସାଲିସ କରନ୍ତି ନାହିଁ। ଠୋସ୍ ଭାବେ କଥା କହି ସମସ୍ତ ପରିସ୍ଥିତିକୁ ମୁକାବିଲା କରିବାରେ ସମର୍ଥ ହୁଅନ୍ତି। ଏହି ଶ୍ରେଣୀର ନେତାମାନଙ୍କ ମଧ୍ୟରୁ ବିଶିଷ୍ଟ ସମାଜବାଦୀ ନେତା ସ୍ୱର୍ଗତ ବିଶ୍ୱନାଥ ଧଳଙ୍କ ଅନ୍ୟତମ। ସମତାପୂର୍ଣ୍ଣ ସମାଜ ଗଠନ ଲାଗି ସ୍ୱର୍ଗତ ଧଳ ସଂଗ୍ରାମ ଚଳାଇଥିଲେ । ତାଙ୍କର ନିରଳସ ଜନସେବା, ସାଲିସବିହୀନ ସଂଗ୍ରାମ ସମ୍ପର୍କରେ ଆଲୋକପାତ କରି ତାଙ୍କ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ବିଶ୍ୱନାଥ ଧଳ ସ୍ମୃତି କମିଟି ସମ୍ପାଦକ ପ୍ରଦିପ କୁମାର ନାୟକ ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଇ ଅବସରରେ ଚଳିତ ମାଟ୍ରିକ ପରୀକ୍ଷା ସର୍ବୋଚ୍ଚ ନମ୍ବର ରଖିଥିନା ଏମ ଏନ ହାଇସ୍କୁଲର ଅର୍ପିତା ସାମଲଙ୍କୁ ମେଧା ସମ୍ମାନ ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରାକ୍ତନ ଲୋକପ୍ରିୟ ସ୍ୱାସ୍ଥ୍ୟପରିଦଶିକା ରେଣୁକାବାଳା ଦାସ ( ରେଣୁଦିଦି) ଙ୍କୁ ତାଙ୍କର ନିରଳସ ଉତ୍ତମ ରୋଗୀ ସେବା, ସ୍ନେହପୂର୍ଣ୍ଣ ବ୍ୟବହାର ଓ ସାମାଜିକ କର୍ତ୍ତବ୍ୟ ପାଇଁ ବିଶ୍ୱନାଥ ଧଳ ସ୍ମୃତି କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି ଉତ୍ସବରେ ପ୍ରଫେସର କୈଳାଶ ଚନ୍ଦ୍ର ପାତ୍ର, ପ୍ରଫେସର ଦେବବ୍ରତ ପ୍ରଧାନ, ପ୍ରଫେସର ଗୋଲକ ଚନ୍ଦ୍ର ମହାରଣା, ପ୍ରାକ୍ତନ ବ୍ଲକ ଶିକ୍ଷାଧିକାରୀ ପାବନୀ କୁମାର ରାଉତ, ସହଶିକ୍ଷାଧିକାରୀ ପ୍ରଦିପ କୁମାର ରଥ,ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର,ବିଜୟ କୁମାର ରାଉତ, ଇଂ ତପନ କୁମାର ପାତ୍ର, ଇଂ ତ୍ରିଲୋଚନ ସୁତାର,ପ୍ରାକ୍ତନ ପ୍ରଧାନଶିକ୍ଷକ ଶଚିନନ୍ଦନ ଦାସ, ପ୍ରମୋଦ କୁମାର ନାୟକ, ଶିକ୍ଷକନେତା ଗୋକୁଲ ଚନ୍ଦ୍ର ରାଉତ,ରାଜେନ୍ଦ୍ର ପ୍ରସାଦ,ବସନ୍ତ କୁମାର ପରିଡା, ନାରାୟଣ ପ୍ରସାଦ ରାଉଳ ରାଉଳ ସମାଜସେବୀ ରବିନ୍ଦ୍ର କୁମାର ସାହୁ, ରାଧାରମଣ ଦାଶ, ସଞୀବ କୁମାର ବିଶ୍ୱାଳ,ଅଭୟ କୁମାର ପରିଡା ମମତା ଧଳ,ପ୍ରଫୁଲ କୁମାର ଶତପଥୀ, ଶଙ୍କରର୍ଷଣ ଦାଶ ବ୍ରଜବନ୍ଧୁ ଦାଶ,ସୁଚିତ୍ରା ଗୁପ୍ତା, ରମେଶ ଦେ,ସଞୟ କୁମାର ବର୍ମା,ବୈଷ୍ଣବ ଚରଣ ମଲ୍ଲିକ ଉପେନ୍ଦ୍ର କୁମାର ନାୟକ,ସୁଧାଂଶୁ ଶେଖର ଦାସ,ଡ.ଅଭିଳାଶ ରାଉଳ ପ୍ରମୁଖ ସ୍ୱର୍ଗତ ବିଶ୍ୱନାଥ ଧଳଙ୍କ ନିସ୍ୱାର୍ଥପର ସମାଜସେବା ତଥା ସ୍ପଷ୍ଟବାଦୀତା ପାଇଁ ସମାଜକୁ ଦେଇଥିବା ଦିଗଦର୍ଶନ ସମ୍ପର୍କରେ ଆଲୋକପାତ କରିଥିଲେ । ଶେଷରେ ବରିଷ୍ଠ ସଭ୍ୟ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading