କେନ୍ଦ୍ରାପଡା ଶ୍ରମ କାର୍ଯ୍ୟାଳୟର ଦୁର୍ନୀତିଗ୍ରସ୍ଥ ଡବ୍ଲ.ୁସି.ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ପୂର୍ବ ଓଡିଶା ନିର୍ମାଣ ଶ୍ରମିକ ସଂଘ



କେନ୍ଦ୍ରାପଡ଼ା,୧୦ା୯: କେନ୍ଦ୍ରାପଡା ଶ୍ରମ କାର୍ଯ୍ୟାଳୟର ଦୁର୍ନୀତି ଅଧୁନା ଚରମ ସୀମାରେ ପହଞ୍ôଚଛି । ଅତୀତରେ ଉଦାହରଣ ଅଛି ଯେ ବଞ୍ôଚଥିବା ଲୋକଙ୍କୁ ମୃତ ଘୋଷଣା କରି ତା ନାଁରେ ଲକ୍ଷ ଲକ୍ଷ ଟଙ୍କା ହଡପ ହୋଇଥିଲା । ଜିଲ୍ଲା ଶ୍ରମିକ ସଂଗଠନ ଗୁଡିକର ମିଳିତ ଆନ୍ଦୋଳନରେ ଏହାର ଏକ ଆଶୁ ସମାଧାନ ହୋଉଥିବା ସ୍ଥଳେ ଦୁର୍ନୀତିରେ ଲିପ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହୋଇଥିବାର ନଜର ରହିଛି । ଅଧୁନା ୨୦୨୪ ସାଧାରଣ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ୨୦୦ ମୃତ୍ୟୁକାଳୀନ ଓ ଖୁବ୍‌କମ୍ ସଂଖ୍ୟକ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ଶ୍ରମିକ ସଂଗଠନ ଦ୍ୱାରା ମଗାଯାଇଥିବା ଆରଟିଆଇରୁ ପ୍ରମାଣିତ ହେଉଛି ଯେ ଯେଉଁମାନଙ୍କର ଲେବର କାର୍ଡ କ୍ରମାଗତ ଭାବେ ୩ରୁ ୪ବର୍ଷ ହେଲା ନବୀକରଣ ହୋଇନାହିଁ ବା ଡେଡ୍ କାର୍ଡ ଉପରେ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରାଯାଇଛି । କିନ୍ତୁ ପ୍ରକୃତ ହିତାଧିକାରୀ ବର୍ଷ ବର୍ଷ ଧରି ଶ୍ରମ କାର୍ଯ୍ୟାଳୟକୁ ଦୌଡୁଥିଲେ ମଧ୍ୟ ସରକାରୀ ସହୟତାରୁ ବଞ୍ôଚତ ହେବାର ପରିଲିଖିତ ହୋଇଛି । ଏଠାରେ ଶ୍ରମିକ ସଂଗଠନମାନଙ୍କ ଦ୍ୱାରା ଉଲ୍ଲେଖ ରହିଛି ଯେ କେନ୍ଦ୍ରାପଡା ଶ୍ରମ କାର୍ଯ୍ୟାଳୟରେ କାର୍ଯ୍ୟରତ ଡବ୍ଲ.ୁସି. ତାଙ୍କ ମନମୁଖି କାର୍ଯ୍ୟ ଚଳାଉଛନ୍ତି । ଅଧିକ ଉତ୍କୋଚ୍ଚ ରାଶି ଗ୍ରହଣ କରି ଧଳାକୁ କଳା କରି ଲୋକମାନଙ୍କୁ ଶୋଷଣ କରିବାରେ ବ୍ୟସ୍ତ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ମୃତ ଅଯୋଗ୍ୟ କାର୍ଡଧାରୀ ଶୈଳବାଳା ପାତ୍ର, ଅଭିରାମ ବେହେରା ଓ ଧିର ପରିଡା ଇତ୍ୟାଦି ଅନେକଙ୍କ ଠାରୁ ଉତ୍କୋଚ୍ଚ ନିଆଯାଇ ମୃତ୍ୟୁ କାଳିନ ସହାୟତା ରାଶି ପ୍ରଦାନ କରାଯାଇଛି । ଏ ନେଇ ଏକ ପ୍ରେସ ବିଜ୍ଞପ୍ତିରେ ପୂର୍ବ ଓଡିଶା ନିର୍ମାଣ ଶ୍ରମିକ ସଂଘର ସାଧାରଣ ସମ୍ପାଦକ ଇଂ. ସୌମ୍ୟ ରଞ୍ଜନ ଧଳ ପ୍ରକାଶ କରିଛନ୍ତି ଯେ ଯଦି ଦୁର୍ନିତୀ ଗ୍ରସ୍ତ ଡବ୍ଲ.ୁସି.ଙ୍କ ବରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ଶ୍ରମ କାର୍ଯ୍ୟାଳୟ ଘେରାଉ କରିବା ନେଇ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଉକ୍ତ ବୈଠକରେ ଚିତ୍ତରଞ୍ଜନ ତରାଇ, ଝିଲି ଦାସ, ପ୍ରମିଳା ସାମଲ, ଦ୍ୱିଲିପ ମଲ୍ଲିକ ପ୍ରଭୃତି ଶ୍ରମିକ ନେତାମାନେ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading