କୂଳସାହିରେ ଗଣେଶ ମୂର୍ତି ଭସାଣିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ,ଫାଣ୍ଡିରେ ଦୁଇଟି ଏତଲା, ୫ଆହତ


କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା ଅଧିନ ଚଉଦକୁଲାଟ ଫାଣ୍ଡି ଅନ୍ତର୍ଗତ ପେଣ୍ଠପାଳ ପଂଚାୟତ କୁଳସାହି ଗ୍ରାମରେ ଗତକାଲି ରାତିରେ ଗଣେଶ ମୂର୍ତି ଭସାଣି ଓ ଶୋଭାଯାତ୍ରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଉଭୟ ପକ୍ଷର ୫ଜଣ ଆହତ ହୋଇଛନ୍ତି । ଆହତମାନେ ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲରେ ଚିକିତ୍ସା ପରେ ଘରକୁ ଫେରିଛନ୍ତି । ଏହି ଘଟଣାକୁ ନେଇ କୂଳସାହି ଗ୍ରାମରେ ଉତେଜନା ଲାଗି ରହିଛି । ଏହି ଗଣ୍ଡଗୋଳକୁ ନେଇ ଚଉଦକୁଲାଟ ଫାଣ୍ଡିରେ ଉଭୟ ପକ୍ଷରୁ ୨ଟି ଏତଲା ଦିଆଯାଇଛି । ଉତେଜନା ଲାଗି ରହିଥିବାରୁ ପୋଲିସ ମୁତୟନ କରାଯାଇଛି । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ସୁଶାନ୍ତ ସାହୁ ଓ ଚଉଦକୁଲାଟ ଫାଣ୍ଡି ଅଫିସର ନୃସିଂହ ମହାନ୍ତି ଘଟଣା ଉପରେ ସତର୍କ ଦୃଷ୍ଟି ରଖିଛନ୍ତି । ପରିସ୍ଥିତି ସଂପୂର୍ଣ୍ଣ ନିୟଂତ୍ରଣାଧୀନ ରହିଛି ବୋଲି ଫାଣ୍ଡି ଅଫିସର ମହାନ୍ତି ସୂଚନା ଦେଇଛନ୍ତି । ଏହି ଘଟଣାରେ କାହାରିକୁ ଗିରଫ କରାଯାଇନାହିଁ । କୌଣସି ପରିସ୍ଥିତିରେ ଆଇନଶୃଙ୍ଖଳା ବ୍ୟାହତ ହେବାକୁ ଦିଆଯିବ ନାହିଁ ବୋଲି ଆଇଆଇସି ସାହୁ ସୂଚନା ଦେଇଛନ୍ତି । ମୋଟାମୋଟି ଭାବେ ଏହି ଗଣ୍ଡଗୋଳକୁ ନେଇ ପରିସ୍ଥିତି ଉତେଜନାପୂର୍ଣ୍ଣ ଥିଲେ ମଧ୍ୟ ନିୟଂତ୍ରଣାଧୀନ ରହିଛି ।


Discover more from

Subscribe now to keep reading and get access to the full archive.

Continue reading