
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ରେ ସୁଭଦ୍ରା ଯୋଜନା ଶୁଭାରମ୍ଭ କରାଯିବା ସହିତ ସ୍ୱଚ୍ଛ ନିର୍ମଳ ପରିବେଶ ପାଇଁ ସ୍ୱଛତା ଶପଥ ନିଆଯାଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲ ଠାରେ ବ୍ଲକ ଓ ପୌର ପ୍ରଶାସନ ପକ୍ଷରୁ ବିଶାଳ ସମାବେଶ ଆୟୋଜନ କରାଯାଇଥିଲା । ବ୍ଲକ ସୋସିଆଲ ଅଡିଟର ନଳିନୀକାନ୍ତ ସ୍ୱାଇଁଙ୍କ ସଂଯୋଜନାରେ ଆୟୋଜିତ ସମାବେଶରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଜିଲ୍ଲା ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଦୟାନିଧି ପରିଡା, ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଉପାଧକ୍ଷା ଜୟନ୍ତୀ ସ୍ୱାଇଁ, ବିଡ଼ିଓ ଶୁଭ୍ରାଂଶୁ ସାହୁ, ତହସିଲଦାର ପଂଚାନନ ନାୟକ, ପୌର ପରିଷଦ ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରି ସିଡ଼ିପିଓ ଲଷ୍ମୀମଣି ସିଂ, କାଉନସିଲର ମଳୟ ଓଝା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମହିଳା ସଶକ୍ତିକରଣ ଦିଗରେ ସୁଭଦ୍ରା ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମତପ୍ରକାଶ କରି ମା ମାନେ ଏହାର ସୁଯୋଗ ନେଇ ସଶକ୍ତ ହେବାକୁ ପରାମର୍ଶ ଦେଇଥିଲେ ।
https://youtu.be/9npPxfT_abQ
ଏଇ ଅବସରରେ ପରିବେଶ ସୁରକ୍ଷା ପାଇଁ ସ୍ୱଚ୍ଛତା ଶପଥ ପାଠ କରାଯାଇଥିଲା । ପଟ୍ଟାମୁଣ୍ଡାଇ ବ୍ଲକ ମିଶନଶକ୍ତି ସଂଯୋଜକ ପ୍ରଭୁ ଧବଳେଶ୍ୱର ବରାଳ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ଠାରେ ସୁଭଦ୍ରା ଯୋଜନା ଶୁଭାରମ୍ବ କରିଥିଲେ । ସଭା ସ୍ଥଳରେ ଡିବିଟି ଯୋଗେ ଏହାର ସିଧା ପ୍ରସାରଣ କରାଯାଇ ଥିଲା । ଏହି ସଭାରେ ଜିଲ୍ଲା ଓ ବ୍ଲକ ପ୍ରଶାସନର ବହୁ ପ୍ରଶାସନିକ ଅଧିକାରୀ, ଜିଲ୍ଲାପରିଷଦ,ବିଭିନ୍ନ ପଂଚାୟତର ସରପଂଚ ସମିତି ସଭ୍ୟା ଓ ୫ ହଜାରରୁ ଉର୍ଦ୍ଧ ମହିଳା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ଲକ ଜୀବିକାମିଶନ ସଂଯୋଜିକା ସସ୍ମିତା ରାଉତ, ବନଜା ନନ୍ଦିନୀମିଶ୍ର, ସୁଶ୍ରୀ ଭୂୟାଁ, ସୁମିତ୍ରା ବିଶ୍ୱାଳ, ପ୍ରମିଳା ଜେନା ମହିଳା ମହାସଂଘ ସଭାପତି ସୁପ୍ରଭା ଦାସ ଓ ସମ୍ପାଦିକା ନିର୍ମଳା ନନ୍ଦ ପରିଚାଳନା କରିଥିଲେ ।










