ଠାକୁର ହରିଦାସଙ୍କ ତିରୋଭାବ ଉତ୍ସବ



କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବପୁରାତନ ଆଧ୍ୟାତ୍ମିକ ପୀଠ ରାଧାରମଣ ମଠ ଠାରେ ଠାକୁର ଶ୍ରୀଶ୍ରୀ ହରି ଦାସଙ୍କ ତିରୋଭାବ ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଏହି ଉପଲକ୍ଷେ ପୁରୀ ଗୋବର୍ଧନ ପୀଠ ସନ୍ଥ ସଂରକ୍ଷକ ପଟ୍ଟାମୁଣ୍ଡାଇ ରାଧାରମଣ ମଠ ମହନ୍ତ ସ୍ୱାମୀ ଅସୀମାନନ୍ଦ ଦାସ ମହାରାଜଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପ୍ରତ୍ୟୁଷରୁ ପ୍ରଭୁ ରାଧାରମଣ, ପ୍ରଭୁ ଶ୍ରୀ ଜଗନ୍ନାଥ,ପ୍ରଭୁ ବଳଭଦ୍ର ଓ ମା ସୁଭଦ୍ରା, ପ୍ରଭୁ ଗୋପେଶ୍ୱର ମହାଦେବ ଓ ପ୍ରଭୁ ହନୁମାନଜୀଉଙ୍କ ପୂଜାର୍ଚନା କରାଯାଇଥିଲା I ଏଇ ଅବସରରେ ନାମସଂକୀର୍ତନ, ଭଜନ ଜଣାଣ ପରିବେଷଣ କରାଯାଇଥିଲା I ଶହ ଶହ ଶ୍ରଦ୍ଧାକୁ ଭକ୍ତ ଯୋଗ ଦେଇ ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ I ଏହି ମହାର୍ଘ୍ୟ କାର୍ଯ୍ୟକ୍ରମରେ ବହୁ ସାଧୁ ସନ୍ଥ, ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ I ଶେଷରେ ସମସ୍ତଙ୍କୁ ପ୍ରସାଦ ବିତରଣ କରାଯାଇଥିଲା I ଏହି କାର୍ଯ୍ୟକ୍ରମକୁ ଅମ୍ବୁଜଭୂଷଣ ନାୟକ, ମୃତ୍ୟୁଞ୍ଜୟ ସୂତାର, ଭୋଳାନାଥ ପାଣ୍ଡେ ଓ ରାଧାରମଣ ପ୍ରସାଦ ନାୟକ ପରିଚାଳନା କରିଥିଲେ I


Next Post

ମୟୀୟସୀ ବିଦ୍ୟୁତଲତାଙ୍କ ୪ର୍ଥ ଶ୍ରାଦ୍ଧବାର୍ଷିକୀ

Wed Sep 18 , 2024
ସମ୍ବର୍ଦ୍ଧିତ ହେଲେ ଶତାଧିକ ଭିନ୍ନକ୍ଷମ ପଟ୍ଟାମୁଣ୍ଡାଇ ତା ୧୭/୯- ବ୍ରାହ୍ମଣୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ନିର୍ମଳ ଚନ୍ଦ୍ର ବିଶ୍ୱାଳଙ୍କ ଧର୍ମପତ୍ନୀ ଦିବଂଗତl ବିଦ୍ୟୁତଲତା ଦେଵୀଙ୍କ ୪ର୍ଥ ବାର୍ଷିକୀ ଶ୍ରାଦ୍ଧ ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ବ୍ଲକ ତରଡ଼ିପାଳ ଠାରେ ଡ଼ ଦେବପ୍ରସାଦ ସାମଲଙ୍କ ପୌରହିତ୍ୟ ଓ ସାମ୍ବାଦିକ ଚିତ୍ତରଞ୍ଜନ ମଲ୍ଲିକଙ୍କ ସଂଯୋଜନା ରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା ରେ ହୋଇଥିବା ସଭାରେ କେନ୍ଦ୍ରା ପଡ଼ା ବିଧାୟକ […]

KANIKA