ପଟ୍ଟାମୁଣ୍ଡାଇ ୨୭/୯ ରାଜ୍ୟ ସରକାରଙ୍କ ନିର୍ଦେଶରେ ପରିବେଶ ସ୍ୱଚ୍ଛ ନିର୍ମଳ ରଖିବା ସହିତ ଲୋକମାନଙ୍କୁ ନିରୋଗ ରହିବା ପାଇଁ ବାର୍ତା ଦେବା ଉଦେଶ୍ୟରେ ଆଜି ପଟ୍ଟାମୁଣ୍ଡାଇ ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଂ ସେବା ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁଙ୍କ ନେତୃତ୍ୱରେ ଆୟୋଜିତ ଶୋଭାଯାତ୍ରା ପଟ୍ଟାମୁଣ୍ଡାଇ ସହର ପରିକ୍ରମା କରି ପଟ୍ଟାମୁଣ୍ଡାଇ କଲେଜରେ ପହଂଚି ଥିଲା । ଏଥିରେ ପୌର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରି, କାଉନସିଲର ପ୍ରଶାନ୍ତ ବାରିକ, ମଳୟ ଓଝା, ସୁଧାମୟ ମଲିକ, ମଧୁସ୍ମିତା ମଲିକ, ବିଦ୍ୟାଧର ସେଠୀ ପ୍ରମୁଖ ବହୁ କାଉନସିଲର, କର୍ମଚାରୀ ଓ ସ୍ୱଚ୍ଛ ସାଥୀମାନେ ସାମିଲ ହୋଇଥିଲେ । ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲ ଠାରେ ଏନସିସି ଶିକ୍ଷକ ସରୋଜ ସ୍ୱାଇଁ, କ୍ରୀଡା ଶିକ୍ଷକ ଶଶାଙ୍କ ସାହୁ ଓ ଶିକ୍ଷୟତ୍ରୀ ଅନିତା ଧଳ ଶୋଭାଯାତ୍ରାକାରୀଙ୍କୁ ସ୍ୱାଗତ କରିଥିଲେ । ଏହି ଶୋଭାଯାତ୍ରା ଏମଏନ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ସହିତ କଲେଜ ପର୍ଯ୍ୟନ୍ତ ଯାଇଥିଲା । କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁ ଶୋଭାଯାତ୍ରାକାରୀଙ୍କୁ ସ୍ୱାଗତ କରିଥିଲେ । ଏଠାରେ ମଧ୍ୟ କଲେଜ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରଫୁଲ୍ଲ ଦାଶ, ସରୋଜ ପଣ୍ଡା, ହୃଷୀ କେଶ ନାଥ, ଗଣେଶ୍ୱର ପାତ୍ର ଓ ଗଙ୍ଗାଧର ଜେନା ପରିଚାଳନା କରିଥିଲେ ।