ଜନ୍ମଦିନରେ କବିତା ପାଠୋତ୍ସବ



କେନ୍ଦ୍ରାପଡା ୨୯/୯: ପୂର୍ବାହ୍ନରେ ବାରୁଅସ୍ଥିତ ଭାବଗ୍ରାହୀ କଳା ନିକେତନର ଚିରସବୁଜ ଅକ୍ଷୟ ମହାନ୍ତି କକ୍ଷରେ କବି ଭାବଗ୍ରାହୀ ପରିଡାଙ୍କ ଦ୍ୱାରା ସଂସ୍ଥାପକ ବାଣୀବିନୋଦ ସାହିତ୍ୟ ସେବା ନିକେତନ ଏବଂ କୋରୋସ୍ଥିତ ସତୀର୍ଥ ସାହିତ୍ୟ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଶାରଦୀୟ କବିତା ପାଠୋତ୍ସବ ଏବଂ ସତୀର୍ଥର ପ୍ରତିଷ୍ଠାତା କବି ମନ୍ମଥନାଥ ବରାଳଙ୍କ ୭୯ତମ ଜନ୍ମୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ କବିଙ୍କୁ ଭାବଗ୍ରାହୀ କଳା ନିକେତନ, ରେଡିଓ ଭାବଗ୍ରାହୀ, ଆମ ଗାଁ ସାହିତ୍ୟ ପରିଷଦ, ହେନ୍ତାଳ ପତ୍ରିକା, ସତୀର୍ଥ ସମେତ ବିଭିନ୍ନ ଅନୁଷ୍ଠାନ ତରଫରୁ ବିପୁଳ ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା । ଗୀତିକାର ଏବଂ ସଂଗୀତଜ୍ଞ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କବି ହେମନ୍ତ କୁମାର ରାଉତ ମୁଖ୍ୟ ଅତିଥି, ସତୀର୍ଥ ସଭାପତି ଅମର ପ୍ରସାଦ ରାଉତ ୍‌ମୁଖ୍ୟବକ୍ତା ଏବଂ ସମ୍ମାନୀତ ଅତିଥି ଭାବରେ ବାଣୀବିନୋଦ ସଭାପତି ନିରଂଜନ ପରିଡା, ପ୍ରଫେସର କୈଳାସ ବରାଳ ଏବଂ କବି ରାମକୃଷ୍ଣ ଦାଶ ପ୍ରମୁଖ ଯୋଗଦେଇ ଶାରଦୀୟ କବିତା ପାଠୋତ୍ସବ ସମ୍ପର୍କରେ ଆଲୋଚନା କରିବା ସହିତ କବି ମନ୍ମଥଙ୍କ ଆଦର୍ଶ ଜୀବନଚର୍ଯ୍ୟା, ସମାଜ ଏବଂ ସାହିତ୍ୟ କ୍ଷେତ୍ରରେ ତାଙ୍କର ବଳିଷ୍ଠ ଅବଦାନ ସମ୍ପର୍କରେ ଆଲୋକପାତ କରି ତାଙ୍କର ସୁଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ବିମଳ ପରିଡା ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଶିଷ୍ଟ ଗାୟିକା ନିରୁପମା ଜେନା ସ୍ୱାଗତ ସଙ୍ଗୀତ ଗାଇଥିଲେ । ଏହି ଅବସରରେ କବି ଶୈଳଜା ଶଙ୍କର ସାମଲଙ୍କ ସଂଯୋଜନାରେ ଆୟୋଜିତ ଶାରଦୀୟ କବିତା ପାଠୋତ୍ସବରେ ଡା. ରତ୍ନାକର ମଲିକ, କୈଳାସ ମଲିକ, ଉର୍ମିଳା ମିଶ୍ର, କବିତା ମୁଦୁଲି, ସ୍ୱପ୍ନାଂଶୁ ଦାଶ, ନିରୁପମା ଦାସ, ଦେବାଶିଷ ପ୍ରଧାନ, ଅଜୟ ପାତ୍ର, ରଂଜନ ବାଇ, ଭୀମସେନ ପ୍ରଧାନ, ଶ୍ରୀବତ୍ସ ସେଠୀ, ଫଗୁ ସ୍ୱାଇଁ, ଅଧର ଚନ୍ଦ୍ର ଯେନା, ସ୍ମୃତି ସଂଜିବନୀ ନାୟକ, ପ୍ରତିଶ୍ରୁତି ବରାଳ, ଲିଜା ପ୍ରତିହାରୀ, ପ୍ରସନ୍ନ ପ୍ରତିହାରୀ ପ୍ରମୁଖ କବି ଏବଂ କବୟିତ୍ରୀମାନେ ସ୍ୱରଚିତ କବିତା ପାଠ କରିଥିଲେ । ସମାଜସେବୀ ଭାଗବତ ଷଡଙ୍ଗୀ, ମାଧବ ମଲିକ, କାଳନ୍ଦୀ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ କଣ୍ଠଶିଳ୍ପୀ ବିମଳ ପରିଡା ଅକ୍ଷୟ ମହାନ୍ତିଙ୍କ ଭଜନ ଗାଇବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading