କେନ୍ଦ୍ରାପଡ଼ା,୨ା୧୦: ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଶିବାନନ୍ଦ ବିଦ୍ୟା ମନ୍ଦିର ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୫ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆଶ୍ରମର ପ୍ରତିଷ୍ଠାତ୍ରୀ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଶିବାନନ୍ଦ ବିଦ୍ୟା ମନ୍ଦିର ଅଧ୍ୟକ୍ଷ ଡ. ସୁରେନ୍ଦ୍ରନାଥ ଆଚାର୍ଯ୍ୟ, ସଦାଶିବ ପଣ୍ଡା, ଶ୍ରୀକାନ୍ତ ପ୍ରଧାନ, ପ୍ରହରାଜ ପଣ୍ଡା, ରୁଦ୍ରାଣୀ ମହାପାତ୍ର ପ୍ରମୁଖ ଯୋଗଦେଇ ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ସମ୍ପର୍କରେ ବକ୍ତବ୍ୟ ରଖି ପିଲାମାନଙ୍କୁ ଏହି ମହା ମନିଷୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଶ୍ରୀମା ପିଲାମାନଙ୍କୁ କହିଥିଲେ ଯେ ଜାତିର ପିତା ମହାତ୍ମା ଗାନ୍ଧୀ ଆମ୍ଭମାନଙ୍କର ଚିର ବନ୍ଦନୀୟ ଓ ନମସ୍ୟ । ବିଦେଶୀଙ୍କ କବଳରୁ ସେ ଆମ ଭାରତକୁ ମୁକ୍ତ କରି ଆମକୁ ସ୍ୱାଧୀନତା ଦେଇଛନ୍ତି । ଏଥିପାଇଁ ତାଙ୍କ ଜୟନ୍ତୀ ସମସ୍ତ ଶିକ୍ଷାନୁଷ୍ଠାନ ସମେତ ସବୁ ଅନୁଷ୍ଠାନରେ ପାଳନ କରାଯିବା ଉଚିତ୍ । ଗାନ୍ଧିଜୀ ଭାରତକୁ ନିଶା ମୁକ୍ତ କରିବା ପାଇଁ ଆନ୍ଦୋଳନ ଓ ଅନଶନ କରିଥିଲେ । ଏହାକୁ ଆମେ ଗୁରୁତ୍ୱ ଦେବା ଓ ତାଙ୍କ ପରି ଦୃଢ ସଂକଳ୍ପ ନେଇ ଦେଶ ସେବା କରିବା ପରିବେଶ ସୁରକ୍ଷା ସହ ବୃକ୍ଷରୋପଣ କରିବାକୁ ପରାମର୍ଶ ଦେଇଥିଲେ । ବାପୁଜୀଙ୍କର ତିନି ମାଙ୍କଡ ଆମ୍ଭମାନଙ୍କର ସ୍ମରଣୀୟ ହେବା ଉଚିତ୍ । ସତ୍ୟ, ଅହିଂସା ଓ ପବିତ୍ରତା ବାପୁଜୀଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଆଜି ଦିନରେ ଆମେ ସତ୍ୟବାଦୀ ହେବା, ହିଂସା ନକରିବା, ଚୋରି ନକରିବା ଓ ନିଶା ସେବନ ନକରିବା ଏବଂ ପବିତ୍ରତା ରହିବା ପାଇଁ ସଂକଳ୍ପ ନେବାକୁ ଶ୍ରୀମା ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମଧୁସ୍ମିତା ନନ୍ଦ, ମାମୁନି ସେନାପତି, ତୃପ୍ତିମୟୀ ବାରିକ, ଉମାକାନ୍ତ ଦାସ, ଗଣେଶ୍ୱର ଦାସ, ହିମାଂଶୁ, ରାଖାଲ ଏହି ଅବସରରେ ଅଶ୍ରମ ପରିସରରେ ବଳଦେବ ନର୍ସରୀରେ ଉମାକାନ୍ତ ଦାସଙ୍କ ଦ୍ୱାରା ବିଭିନ୍ନ ବୃକ୍ଷର ଚାରା ରୋପଣ କରାଯାଇଥିଲା । ବ୍ରହ୍ମଚାରୀ ନୃସିଂହ ନାଥ, ଶିବାନୀ ଓ ପ୍ରହରାଜ, ଶ୍ରୀକାନ୍ତ ସାର୍ ପ୍ରମୁଖ ଏଥିରେ ସହଯୋଗ କରିଥିଲେ । ଏହି ଅବସରରେ ଶିବାନନ୍ଦ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶ୍ରୀମା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଏହି ଅବସରରେ ପିଲାମାନେ ଅତି ସୁନ୍ଦର ସଂଗୀତ ଓ ନୃତ୍ୟ ପରିବେଷଣ କରିଥିଲେ।
kanikanews.in
Next Post
ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀ ପାଳିତ
Thu Oct 3 , 2024
କେନ୍ଦ୍ରାପଡ଼ା, ୨ା୧୦: ଭୟ ଓ ଆତଙ୍କ ପୂର୍ଣ୍ଣ ଯୁଦ୍ଧୋନ୍ମୁଖୀ ଆନ୍ତର୍ଜାତୀୟ ପରିସ୍ଥିତିରେ ମାନବ ସମାଜର ସ୍ଥାୟିତ୍ୱ ତଥା ବିଶ୍ୱ ଶାନ୍ତି ପାଇଁ ଗାନ୍ଧିଜୀଙ୍କ ପ୍ରଦର୍ଶିତ ସତ୍ୟ ଓ ଅହିଂସା ବିଚାରର ଆବଶ୍ୟକତା ସମଗ୍ର ବିଶ୍ୱ ଅନୁଭବ କରୁଥିବା ବେଳେ ଆମେ ଭାରତୀୟମାନେ ଗାନ୍ଧିଜୀଙ୍କୁ ବୁଝିବା ଓ ତଦନୁଯାୟୀ ନିଜକୁ ଗଢିବା ପାଇଁ ତାଙ୍କୁ ଅଧିକରୁ ଅଧିକ ପଢିବାର ଆବଶ୍ୟକତା ଅଛି ବୋଲି ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ଜିଲ୍ଲା […]

You May Like
- 11 months ago
ଭିଜିଲାନ୍ସ ହାତରେ କୋଟିପତି ଯୋଗାଣ ଅଧିକାରୀ
- 2 years ago
କଜଳବନ୍ଧରେ ଶିଶୁମହୋତ୍ସବ ସୁରଭି
- 2 years ago
କବିତା ସଙ୍କଳନ “ବନ୍ଦେ ମାତରମ୍” ଉନ୍ମୋଚିତ