ପଟ୍ଟାମୁଣ୍ଡାଇ ୬/୧୦-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ ବଡମହନପୁର ହରିଜନ ସାହିରେ କମେଟମାରାକୁ କେନ୍ଦ୍ରକରି ଶନିବାର ରାତିରେ ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ଓ ମାରପିଟ । ଏନେଇ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାରେ ଉଭୟ ପକ୍ଷରୁ ଅଭିଯୋଗ । ପୋଲିସ ତଦନ୍ତ ପରେ ମାମଲା ନଂ ୪୭୫/୨୦୨୪ ଓ ୪୭୬/୨୦୨୪ରେ ଦୁଇଟି ମାମଲା ରୁଜୁ କରି ଉଭୟ ପକ୍ଷରୁ ୧୦ ଜଣଙ୍କୁ ପଟ୍ଟାମୁଣ୍ଡାଇ କୋଟ ପଠାଇଥିବା ଗ୍ରାମାଂଚଳ ଥାନା ଅଧିକାରିଣୀ ପଦ୍ମାଳୟା ପ୍ରଧାନ କହିଛନ୍ତି ।
ବଡ଼ମୋହନପୁର ଗ୍ରାମରେ ଶନିବାର ରାତିରେ କମେଟ ମରାକୁ କେନ୍ଦ୍ର କରି ବଡ଼ ଧରଣର ଗଣ୍ଡଗୋଳ ଘଟିଯାଇଛି । ଏଥିରେ ଉଭୟ ପକ୍ଷର ବହୁ ଲୋକ ଆହତ ହୋଇଛନ୍ତି । ଖବର ପାଇ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ପରିସ୍ଥିତିକୁ ନିୟଂତ୍ରଣ କରିଛି । ତେବେ ସ୍ଥାନୀୟ ଅଂଚଳରେ ଉତେଜନା ଲାଗି ରହିଥିବାରୁ ପୋଲିସ ମୃତୟନ କରାଯାଇଛି । ଉଭୟ ପକ୍ଷରୁ ପୃଥକ ପୃଥକ ଭାବେ ଦୁଇଟି ଏତଲା ଦିଆଯାଇଛି । ଏହି ଏତଲାକୁ ଭିତି କରି ପୋଲିସ ଭାରତୀୟ ନାଗରିକ ସୁରକ୍ଷା ସଂହିତାରେ ଦୁଇଟି ମାମଲା ରୁଜୁ କରାଯାଇ ଗଣ୍ଡଗୋଳରେ ସମ୍ପୃକ୍ତ ଉଭୟ ପକ୍ଷର ୧୦ ଜଣଙ୍କୁ ଗିରଫ କରିଛି । ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲରେ ଗିରଫ ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଉଭୟ ପକ୍ଷର ୧୦ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଗଣ୍ଡଗୋଳରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଗ୍ରାମାଂଚଳ ଥାନା ଆଇଆଇସି ପଦ୍ମାଳୟା ପ୍ରଧାନ ପ୍ରକାଶ କରିଛନ୍ତି ।