ପଟ୍ଟାମୁଣ୍ଡାଇ କଲେଜ ଓଡ଼ିଆ ବିଭାଗ ଆଲୋଚନାଚକ୍ର



ପଟ୍ଟାମୁଣ୍ଡାଇ ତା ୭/୧୦- ପଟ୍ଟାମୁଣ୍ଡାଇ କଲେଜ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ରୀତିରୁ ରାଧାନାଥ ସୃଜନ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ଗବେଷକ ଡ଼ ଲଷ୍ମଣ କୁମାର ଦାସ ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇ ରୀତିର ରାଧାନାଥ ସୃଜନ ବୈଶିଷ୍ଟ୍ୟ ଉପରେ ବିଶଦ ଆଲୋଚନା କରିଥିଲେ । ପଟ୍ଟାମୁଣ୍ଡାଇ କଲେଜ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ମୁଖ୍ୟ ପ୍ରମୋଦ ସ୍ୱାଇଁ ସ୍ୱାଗତଭାଷଣ ଓ ଅଧ୍ୟାପିକା ଲଷ୍ମୀପ୍ରିୟା ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଅତିଥି ଅଧ୍ୟାପିକା ଶାନ୍ତି ସିଂ ରୀତିରୁ ରାଧାନାଥ ସୃଜନ ଉପରେ ଆଲୋଚନା କରିଥିଲେ ।ଶେଷରେ ଅଧ୍ୟାପକ ଚିନ୍ମୟ ସାମଲ ଧନ୍ୟବାଦ ଦେଇଥିଲେ। ଏଥିରେ ଓଡ଼ିଆ ସମ୍ମାନ ବିଭାଗ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading