ମହାକାଳପଡା ବିକାଶ ମଞ୍ଚ ପକ୍ଷରୁ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ଓ ସ୍ୱଚ୍ଛ ଭାରତ ଅଭିଯାନ



କେନ୍ଦ୍ରାପଡ଼ା, ୮ା୧୦: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ବିକାଶ ମଞ୍ଚର ସଭାପତି ପରିବେଶବିତ୍ ତଥା ଅବସରପ୍ରାପ୍ତ ଶିକ୍ଷା ଅଧିକାରୀ ସମାଜସେବୀ କାଶିନାଥ ରାଉତରାୟଙ୍କ ନେତୃତ୍ୱରେ ଗରାପୁର ଭିଆଇପି ରୋଡଠାରେ ବକୁଳ, କୃଷ୍ଣଚୂଡା, ରାଧାଚୂଡା ପ୍ରଭୃତି ବୃକ୍ଷରୋପଣ କରାଯିବା ସହିତ କପାଳେଶ୍ୱର ରାଜୀବ ଭବନ ପାଶ୍ୱର୍ରେ ୨୦୦ରୁ ଉର୍ଦ୍ଧ୍ୱ ତାଳଚାରା ରୋପଣ କରାଯାଇଛି । ସେହିପରି ମହାକାଳପଡା ଜଗନ୍ନାଥ ମନ୍ଦିର ପରିସରରେ ଅଁଳା, ବକୁଳ, କୃଷ୍ଣଚୂଡା ରୋପଣ ସହ ତେରଙ୍ଗା ନଦୀ ପାଶ୍ୱର୍ରେ ହଜାରରୁ ଉର୍ଦ୍ଧ୍ୱ ତାଳ ଚାରା ରୋପଣ କରାଯାଇ ବିଶ୍ୱତାପନରୁ ମୁକ୍ତ ଓ ବଜ୍ରପାତଜନିତ ମୃତ୍ୟୁ ହ୍ରାସ କରିବା ସହ ବାୟା ଚଢେଇର ସୁରକ୍ଷା ପାଇଁ ବିକାଶ ମଞ୍ଚ ଜନ ସଚେତନତା କରାଇଛି । ସବୁଜ ବଳୟ ସୃଷ୍ଟି କରି ସ୍ୱଚ୍ଛ ଭାରତ ଗଠନ ପାଇଁ ବିକାଶ ମଞ୍ଚର ସଭାପତି ଏବଂ ଉପଦେଷ୍ଟା ଶିକ୍ଷାବିତ୍ ପ୍ରଣବ କୁମାର ଜେନା ଯୁବପିଢିମାନଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିକାଶ ମଞ୍ଚର ସଦସ୍ୟ ରମେଶଚନ୍ଦ୍ର ସ୍ୱାଇଁ, ରାଜେନ୍ଦ୍ର ମହାପାତ୍ର, ଦେବାଶିଷ ମହାପାତ୍ର, ହେମନ୍ତ କୁମାର ସାମଲ, ବିଜୟ କୁମାର ବିଶ୍ୱାଳ, ବିଶ୍ୱଜିତ୍ ମହାପାତ୍ର, ହରେକୃଷ୍ଣ ସେଠୀ, ରବିନ୍ଦ୍ର କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading