ଜିଲ୍ଲା ବିଜେଡିର ପ୍ରାଥମିକ ସଭ୍ୟ ସଂଗ୍ରହ ଅଭିଯାନ ଉଦ୍‌ଘାଟନ



କେନ୍ଦ୍ରାପଡ଼ା, ୯ା୧୦: ଆଜି କେନ୍ଦ୍ରାପଡା ପୌରସଂସ୍ଥା ଟାଉନ ହଲ୍‌ରେ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ ସହ ବିଜେଡି ସୁପ୍ରିମୋ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନର ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ପ୍ରାକ୍ତନ ପୌରାଧ୍ୟକ୍ଷ ଧିରେନ୍ କୁମାର ସାହୁ ସଭାପତିତ୍ୱ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ସ୍ୱାଗତ ଭାଷଣ ଦେଇ ଦଳର ସଭ୍ୟ ସଂଗ୍ରହ ଅଭିଯାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରି ଦଳର ସଭ୍ୟ ସଂଗ୍ରହ ବ୍ୟାପକ କରିବାକୁ ପରାମର୍ଶ ଦେଇ ସଂଗଠନକୁ ମଜବୁତ କରିବା ପାଇଁ ଆହ୍ୱାନ ଦେଇଥିଲେ । ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, କେନ୍ଦ୍ରାପଡା ପୌରାଧ୍ୟକ୍ଷା ସରିତା ସାହୁ ପ୍ରମୁଖ ଉପସ୍ଥିତ ରହି ଆଜିର କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଏବଂ ନବୀନ ବାବୁଙ୍କ ନେତୃତ୍ୱରେ ଦଳର ପ୍ରାଥମିକ ସଭ୍ୟ ସଂଗ୍ରହ ଅଭିଯାନ ବିଜେପି ସରକାରର ବିଫଳତା ସମ୍ପର୍କରେ ବିସ୍ତୃତ ବକ୍ତବ୍ୟ ରଖିଥିଲେ । ପ୍ରାଥମିକ ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କରି ପ୍ରଥମେ ବିଧାୟକ ଶ୍ରୀ ବେହେରା ଓ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ନିଜ ନିଜର ସଭ୍ୟ ପଦର ଫର୍ମ ପୂରଣ କରିଥିଲେ । ଶଙ୍ଖ ଭବନ ଭୁବନେଶ୍ୱରରୁ ନବୀନ ବାବୁଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଚେୟାରମ୍ୟାନ ରଶ୍ମିତା ସେଠୀ, ପଟ୍ଟାମୁଣ୍ଡାଇ ପୌରାଧ୍ୟକ୍ଷ ହେମନ୍ତ ସାହୁ, ରୋସନା ସାହୁ, ଏମ୍ ଡି ଇନାୟତ, ରାଜେଶ ଦାସ, ଆଲୋକ ସାହୁ, ରାଜେଶ ପଣ୍ଡା, ରଣଜିତ୍ ସାହୁ, ସ୍ୱୟଂପ୍ରଭା କର, ସୁମିତ୍ରା ପାଢୀ, ଶରତ ବେହୁରା, ପ୍ରମୋଦ ରଥ, ଦୁର୍ଗାଶିଷ ମହାନ୍ତି, ମଧୁଛନ୍ଦା ମହାନ୍ତି, ଶିବ ପ୍ରସାଦ ଭଳ, ହିରଣ୍ୟ ପଣ୍ଡା, ସଞ୍ଜୟ ଜେନା, ମୁକ୍ତାର ଖାନ୍‌, ଆକବରୀ ଖାତୁନ୍‌, ହବିବା ବେଗମ୍‌, ପ୍ରଶାନ୍ତ କୁମାର ସିଂ, ଉମେଶ ନାୟକ, ପ୍ରଦୀପ୍ତ ଜେନା, ହିବଜୁର ରହେମାନ, ସମ୍ବିତ ଶ୍ରୀଚନ୍ଦନ, ଏମ୍ ଡି ନିଆଜ, ସାହେବ ରାଉତ, ବିଜୟ ମଣ୍ଡଳ, ପ୍ରଦୀପ୍ତ ମହାନ୍ତି, ରଶ୍ମିରଞ୍ଜନ ରାଉତ, ନିର୍ମଳା ମହାନ୍ତି, ଲୋପାମୁଦ୍ରା ବାରିକ, ତ୍ରିଲୋଚନ ଦାସ, ବିଭୂତି ପଣ୍ଡା, ମହେନ୍ଦ୍ର ସିଂ, ସେକ୍ ରହେମତ, ରଞ୍ଜନ ସାହୁ, ଦିଲ୍ଲୀପ ସାହୁ, ଗଙ୍ଗାଧର ପରିଡା, ସୌମେନ୍ଦ୍ର ପୃଷ୍ଟି, ପ୍ରଦୀପ ନାୟକ, ବିଜୟ ଚନ୍ଦ୍ର ପତି ସମେତ ସମସ୍ତ ବ୍ଲକ ଓ ପୌର ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସଭାପତି ପ୍ରମୁଖ ବହୁ ଆଗଧାଡିର କର୍ମୀ ଯୋଗଦାନ କରିଥିଲେ । ସଭା ଶେଷରେ ନଗର ସଭାପତି ଯଯାତି କେଶରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading