ବୀରହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବରେଡକ୍ରସର ତାଲିମ ଶିବିର



କେନ୍ଦ୍ରାପଡ଼ା, ୧୧ା୧୦: ନିକିରାଇସ୍ଥିତ ବୀରହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବରେଡକ୍ରସ ଆନୁକୂଲ୍ୟରେ ସ୍ୱେଛାସେବୀମାନଙ୍କୁ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅନୁଷ୍ଠାନ ଅଧ୍ୟକ୍ଷ ପ୍ରଫେସର ତୁଷାରକାନ୍ତ ବରାଳ ଅଧ୍ୟକ୍ଷତାକରି ସ୍ୱେଛାସେବୀମାନଙ୍କୁ ସମାଜସେବାରେ ବ୍ରତୀହେବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଯୁବରେଡକ୍ରସର ସଂଯୋଜକ ପ୍ରଫେସର ରତ୍ନାକର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରେଡକ୍ରସର ବିଚାରଧାରାରେ ନିଜକୁ ନିୟୋଜିତ କରିବାକୁ ମନ୍ତ୍ର ପ୍ରଦାନ କରିଥିଲେ। ଅନୁଷ୍ଠାନର ରାଜନୀତିବିଜ୍ଞାନ ବିଭାଗ ମୁଖ୍ୟ ତଥା ପ୍ରାକ୍ତନ ଜିଲ୍ଲା ରେଡକ୍ରସର ସଂଯୋଜକ ଡ. ଆଲୋକ କୁମାର ରାୟ ମୁଖ୍ୟବକ୍ତା ଭାବେ ଯୋଗଦେଇ ଯୁବରେଡକ୍ରସର ଆଭିମୁଖ୍ୟ ଓ ବିଚାରଧାରା ଉପରେ ସ୍ୱେଛାସେବୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲା ରେଡକ୍ରସର ସମ୍ପାଦକ ପ୍ରଫେସର ସୁରେନ୍ଦ୍ର ମଲ୍ଲିକ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଭାବେ ଅନୁଷ୍ଠାନର ବରିଷ୍ଠ ଅଧ୍ୟାପକ ଡ. ହେମନ୍ତ କୁମାର ଶତପଥୀ, ପ୍ରଫେସର ହେମନ୍ତ କୁମାର ପରିଡା, ପ୍ରଫେସର ଭକ୍ତବନ୍ଧୁ ଓଝା, ଡ. ସେକ ହବିବ୍‌, ପ୍ରଫେସର ଅମ୍ଳାନ ରାଉତ, ଡ. ପ୍ରମୋଦ କୁମାର ରାଉତ ଓ ଡ. ସଂଗ୍ରାମ ମହାନ୍ତି ପ୍ରମୁଖ ଯୋଗଦେଇ ସେମାନଙ୍କର ସୁଚିନ୍ତିତ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ଏହି ଶିବିରରେ ଯୁବ ରେଡକ୍ରସର ଶତାଧିକ ସ୍ୱେଛାସେବୀ ତାଲିମ ଗ୍ରହଣ କରିଥିଲେ। ଶେଷରେ ଓଡିଆ ଭାଷା ସାହିତ୍ୟର ଯୁବ ଅଧ୍ୟାପକ ପ୍ରଫେସର ଦିଲ୍ଲିପ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଶିବିରକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବରେଡକ୍ରସ ପରାମର୍ଶଦାତା ପ୍ରଫେସର ଡ. ହିମାଂଶୁ ଭୂଷଣ ପରିଡା ସଂଯୋଜନା କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading