ବିଡ଼ିଓଙ୍କୁ ଦୁର୍ବ୍ୟବହାର ଥାନାରେ ଅଭିଯୋଗ,ମାମଲା ରୁଜୁ



ପଟ୍ଟାମୁଣ୍ଡାଇ ୫/୧୧-ପଟ୍ଟାମୁଣ୍ଡାଇ ବ୍ଲକର କାର୍ଯ୍ୟରତ ବିଡ଼ିଓ ଶୁଭ୍ରାଂଶୁ ସାହୁଙ୍କୁ ତାଙ୍କ ପ୍ରକୋଷ୍ଠ ମଧ୍ୟରେ ଜନୈକ ଯୁବକ ଦୁର୍ବ୍ୟବହାର କରିବା ସହିତ ଗଣ୍ଡଗୋଳ କରିଥିବା ନେଇ ବିଡ଼ିଓ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଏ ସମ୍ପର୍କରେ ଏକ ମୋକଦମା ରୁଜୁ କରି ସମୁଦାୟ ମାମଲାର ଛାନଭିନ ଆରମ୍ଭ କରିଛି । ପଟ୍ଟାମୁଣ୍ଡାଇ ବ୍ଲକ ପରିସରରେ ଉତ୍ତେଜନା ଲାଗି ରହିଛି ଓ ପଟ୍ଟାମୁଣ୍ଡାଇ ବିଡ଼ିଓ ଆଦର୍ଶ ଥାନାରେ ଦେଇଥିବା ଏତଲା ଅନୁଯାୟୀ ସେ ତାଙ୍କ ଅଫିସ ପ୍ରକୋଷ୍ଠ ମଧ୍ୟରେ ସରକାରୀ କାର୍ଯ୍ୟ କରୁଥିବାବେଳେ ବଡପଡା ଗ୍ରାମ ପଂଚାୟତ ମୂଳଗାଇ ଗ୍ରାମର ଜ୍ୟୋତି ପ୍ରକାଶ ପ୍ରଧାନ ଅଫିସ ପ୍ରକୋଷ୍ଠ ମଧ୍ୟରେ ପ୍ରବେଶ କରି ଦୁର୍ବ୍ୟବହାର କରିବା ସହିତ ଟେବୁଲ ବାଡେଇଥିଲେ । ଚେୟାର ଉଠାଇ ତାଙ୍କୁ ବାଡେଇକୁ ଉଦ୍ୟମ କରିଥିଲେ । ଏଥି ସହିତ ଶ୍ରୀପ୍ରଧାନ ସାମାଜିକ ଗଣ ମାଧ୍ୟମ ରେ ତାଙ୍କର କୁତ୍ସଓରଟନା କରି ସମ୍ମାନ ହାନୀ କରିଛନ୍ତି ବୋଲି ଉଲ୍ଲେଖ ରହିଛି ଓପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ସୁଶାନ୍ତ ସାହୁଙ୍କ ନିର୍ଦେଶରେ ଥାନା କେଶ ନଂ୩୨୭ /୨୦୨୪ରେ ସ୍ଥାନୀୟ ପୋଲିସ ଏକ ମୋକଦମା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।


Next Post

ଗୁଲନଗରରେ ମା’ କାଳୀଙ୍କ ଭସାଣୀ ଉତ୍ସବ

Tue Nov 5 , 2024
କେନ୍ଦ୍ରାପଡ଼ା,୫ା୧୧: କେନ୍ଦ୍ରାପଡା ବ୍ଲକ ଅଧିନସ୍ଥ ଗୁଲନଗର ପଞ୍ଚାୟତର ଗୁଲନଗର ଗ୍ରାମରେ ୫ଦିନଧରି ପୂଜା ପାଉଥିବା ମା’ ଦକ୍ଷୀଣକାଳୀଙ୍କର ସୋମବାର ରାତିରେ ବିସର୍ଜନ କରାଯିବା ପରେ ମଙ୍ଗଳବାର ଦିନ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରାତଃ ୬ଟା ସମୟରେ ଗୁଲନଗର ଗ୍ରାମବାସୀମାନଙ୍କ ଦ୍ୱାରା ମେଢକୁ ଏକ ବିରାଟ ଶୋଭାଯାତ୍ରାରେ ଢୋଲ ବାଦ୍ୟ ଓ ନଗର କୀର୍ତ୍ତନ କରି ଗ୍ରାମ ପରିକ୍ରମା କରାଯିବା ପରେ ଗୋବରୀ ନଦୀ ଘାଟରେ ମାଙ୍କୁ ବିସର୍ଜିତ […]

KANIKA