କଳା ସଂସ୍କୃତି ଓ ଅସ୍ମିତା ରୁଦ୍ଧିମନ୍ତ ହେଉ : ପଟ୍ଟାମୁଣ୍ଡାଇ ବୋଇତ ବନ୍ଦାଣ ପ୍ରସ୍ତୁତି



ପଟ୍ଟାମୁଣ୍ଡାଇ ତା ୬/୧୧- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇରେ ଆଗାମୀ ବୋଇତ ବନ୍ଦାଣ ଉତ୍ସବକୁ ସରସ ସୁନ୍ଦର ଭାବେ ପାଳନ କରିବା ପାଇଁ ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ପୌର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି । ବିକାଶ ପରିଷଦ ସଭାପତି କାଉନସିଲର ଗୋପୀବଲ୍ଲଭ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ରାଜନଗର ବିଧାୟକ ଧ୍ରୁବ ସାହୁ ଯୋଗଦେଇ କଳା ତୀର୍ଥ ପଟ୍ଟାମୁଣ୍ଡାଇର କଳା ସଂସ୍କୃତି ଓ ପରମ୍ପରା ବିଶ୍ୱବିଦିତ ହୋଇଥିବାରୁ କଳା ସଂସ୍କୃତି ଓ ଅସ୍ମିତାକୁ ରୁଦ୍ଧିମନ୍ତ କରିବା ପାଇଁ ବୋଇତ ବନ୍ଦାଣ ଉତ୍ସବ ପାଳନ ଏକ ବଳିଷ୍ଠ ପଦକ୍ଷେପ ବୋଲି ମତପ୍ରକାଶ କରିଥିଲେ । ବିକାଶ ପରିଷଦ ସଭାପତି କାଉନସିଲର ନାୟକ କହିଥିଲେ ଯେ ଚଳିତ ମାସ ୧୫ ତାରିଖ ପବିତ୍ର କାର୍ତୀକ ପୂର୍ଣ୍ଣମୀରେ ୧୩ ତମ ବୋଇତ ବନ୍ଦାଣ ଉତ୍ସବ ଧୁମଧାମରେ ପାଳନ କରାଯିବ । ପଟ୍ଟାମୁଣ୍ଡାଇର ସବୁବର୍ଗର ଲୋକମାନେ ସାମିଲ ହେବାକୁ ସେ ନିବେଦନ କରିଥିଲେ । ଏହି ବୈଠକରେ ପଟ୍ଟାମୁଣ୍ଡାଇ ଅତିରିକ୍ତ ତହସିଲଦାର ଦିଲ୍ଲୀପ ନାୟକ, ପୌର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରି, ଆଦର୍ଶ ଥାନା ଆଇଆଇସି ସୁଶାନ୍ତ ସାହୁ, ମେଡିକାଲ ଅଫିସର ଡା ନିରାକାର ପରିଡା, ଅଗ୍ନିଶମ ଅଧିକାରୀ ରାମକୃଷ୍ଣ ପଣ୍ଡା, ସିଡିପିଓ ଲଷ୍ମୀମଣି ସିଂ, ଏବିଇଓ ଚନ୍ଦ୍ରଶେଖର ତ୍ରିପାଠୀ, ଜନସ୍ୱାସ୍ଥ୍ୟ କନିଷ୍ଠ ଯନ୍ତ୍ରୀ ସୁଦାମ ସାହୁ, ପୌରପରିଷଦ କନିଷ୍ଠ ଯନ୍ତ୍ରୀ ସୁଶୀଲ ବେହେରା, ଷ୍ଟେଟ ବ୍ୟାଙ୍କ ମୁଖ୍ୟ ପରିଚାଳକ ଅଶୋକ ରାଉତ ପ୍ରଫେସର ରମେଶ ଜେନା,ଶିକ୍ଷାବିତ କଣ୍ଡୁରୀ ସ୍ୱାଇଁ, ପରିବେଶବିତ ବିଜୟ କବି,ନାଟ୍ୟକାର ଗୋଲକ ମହାରଣା, ଶିକ୍ଷାବିତ ରାଜକୁମାର ବିଶ୍ୱାଳ, କବି ସଚିତ୍ର ବେହୁରା, ଇଂ ତପନ ପାତ୍ର,ଆଇନଜିବୀ ପ୍ରମୋଦ ସାହୁ ଶିକ୍ଷାବିତ ସୁରେଶ ଜେନା, କବି ଗୌରାଙ୍ଗ ମହାନ୍ତି, କାଉନସିଲର ମଳୟ ଓଝା ଓ ସୁଧାମୟ ମଲିକ,ବାରେଣୀ ସେଠୀ, ଶିକ୍ଷକନେତା ସରୋଜ ସ୍ୱାଇଁ କୃପାସିନ୍ଧୁ ନାୟକ, ଚନ୍ଦନ ପାତ୍ର, ଗିରିଜା ସାମଲ ଓ ଶରତ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ ଓ ବିକାଶ ପରିଷଦ ସମ୍ପାଦକ ଗୋପୀନାଥ ତ୍ରିପାଠୀ ବିବରଣୀ ପାଠ କରି ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ବରିଷ୍ଠ ସଭ୍ୟ ବିଜୟ କୁମାର ସାହୁ ସ୍ୱାଗତଭାଷଣ ଓ ଶିକ୍ଷାବିତ ସୁରେଶ ଜେନା ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ କୃପାସିନ୍ଧୁ ନାୟକ ଧନ୍ୟବାଦ ଦେଇଥିଲୋ


Discover more from

Subscribe now to keep reading and get access to the full archive.

Continue reading