ରାଜ୍ୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ପାଇଁ ପ୍ରସ୍ତୁତି ବୈଠକ



କେନ୍ଦ୍ରାପଡ଼ା,୭ା୧୧: ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା ଓ କେନ୍ଦ୍ରାପଡ଼ା ମହୋତ୍ସବ ଆସନ୍ତା ଡିସେମ୍ବର ୨୦ତାରିଖରୁ ୨୫ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ବିକାଶ ମେଳା ଯେପରି ସମସ୍ତଙ୍କ ସହଯୋଗ ଓ ଆନ୍ତରିକତା ଯୋଗୁଁ ସଫଳ ହେଲା ସେହିଭଳି ସମସ୍ତ ସରକାରୀ ବିଭାଗୀୟ ଅଧିକାରୀମାନେ ଆସନ୍ତା ପଲ୍ଲିଶ୍ରୀ ମେଳାକୁ ନିଜ ନିଜର ଷ୍ଟଲ କରି ଏହାକୁ ସଫଳ କରିବାକୁ କହିଥିଲେ। ପଲ୍ଲିଶ୍ରୀ ମେଳାରେ ସ୍ୱୟଂ ସହାୟକ ଗୋଷ୍ଠିର ସ୍ୱଉତ୍ପାଦିତ ସାମଗ୍ରୀଗୁଡିକୁ ବିକ୍ରି ବଟା କରାଯିବ ଓ ସେମାନଙ୍କ ଆର୍ôଥକ ମାନଦଣ୍ଡ କିପରି ସୁଦୃଢ ହେବ ସେଥିପାଇଁ ରାଜ୍ୟ ସରକାରଙ୍କ ଏହା ଏକ ପ୍ରୟାସ ବୋଲି ଜିଲ୍ଲାପାଳ କହିଥିଲେ। ଜିଲ୍ଲା ଓ ଜିଲ୍ଲା ବାହାରୁ ସ୍ୱୟଂ ସହାୟକ ଗୋଷ୍ଠି ସଦସ୍ୟମାନେ ସେମାନଙ୍କ ଦ୍ରବ୍ୟ ବିକ୍ରି କରିବାର ସୁଯୋଗ ପାଇବେ। ଏଥିରେ ଓରମାସ, କୃଷି, ମତ୍ସ୍ୟ, ଉଦ୍ୟାନ କୃଷି, ପଶୁ ଚିକିତ୍ସା, ସ୍ୱାସ୍ଥ୍ୟ ଆଦି ବିଭିନ୍ନ ବିଭାଗର ୨ଶହରୁ ଉର୍ଦ୍ଧ୍ୱ ଷ୍ଟଲ ପ୍ରଦର୍ଶିତ ହେବ। ଶ୍ରେଷ୍ଠ ବିବେଚିତ ଷ୍ଟଲଗୁଡିକୁ ପୁରସ୍କାର ପ୍ରଦାନ କରାଯିବ। ଜିଲ୍ଲା ଓ ଜିଲ୍ଲା ବାହାରୁ ସାଂସ୍କୃତିକ ଦଳ ଗୁଡିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଏହି ପ୍ରସ୍ତୁତି ବୈଠକରେ ରାଜନଗର ବନଖଣ୍ଡ ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଜିଲ୍ଲା ବେସାମାରିକ ଯୋଗାଣ ଅଧିକାରୀ, ଡେପୁଟି ଡାଇରେକ୍ଟର ପ୍ଲାନିଂ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, କେବ୍ଦ୍ରାପଡ଼ା ପୌର ପରିଷଦ ନିର୍ବାହୀ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଓରମାସ ଡେପୁଟି ସିଇଓ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିୟାରସିଂହ ପ୍ରମୁଖ ଯୋଗ ଦେଇଥିଲେ।


Discover more from

Subscribe now to keep reading and get access to the full archive.

Continue reading