ଶିବାନନ୍ଦ ଆଶ୍ରମରେ ଗୋଷ୍ଠାଷ୍ଟମୀ ପାଳିତ



କେନ୍ଦ୍ରାପଡ଼ା,୯ା୧୧: ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ଶନିବାର ପବିତ୍ର ଗୋଷ୍ଠାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରାତଃରେ ଆଶ୍ରମର ପ୍ରତିଷ୍ଠାତ୍ରୀ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ରୀତି ନୀତି ଓ ବିଧି ବିଧାନ ଅନୁଯାୟୀ ଗୋପୂଜନ କରିବା ସହିତ ସେମାନଙ୍କୁ ଖାଦ୍ୟ ପ୍ରଦାନ କରିଥିଲେ। ଗୋମାତାମାନଙ୍କୁ ବସ୍ତ୍ର, ପୁଷ୍ପ,ଚନ୍ଦନ, ଧୂପ ଓ ଦିପ ପ୍ରଭୃତି ପ୍ରଦାନ ପୂର୍ବକ ପୂଜାର୍ଚ୍ଚନା କରିବା ପରେ ଆଳତୀ ପ୍ରଦାନ କରିଥିଲେ। ଏହାପରେ ସେମାନଙ୍କୁ ନୈବେଦ୍ୟ ପ୍ରଦାନ ପୂର୍ବକ ପୂଜା ସମ୍ପନ୍ନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।


Discover more from

Subscribe now to keep reading and get access to the full archive.

Continue reading