ଅଢାଡେଉଁରିଆ ଗ୍ରାମରେ କାର୍ତ୍ତିକେଶ୍ୱର ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ



ପଟ୍ଟାମୁଣ୍ଡାଇ ତା ୨୦/୧୧- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସଂସାରଫଳ ପଂଚାୟତ ଅଢାଡେଉଁରିଆ ଗ୍ରାମରେ ୮ମ ବାର୍ଷିକ କାର୍ତ୍ତିକେଶ୍ୱର ପୂଜା ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପତ୍ରକାର ଭାସ୍କର ରାଉତରାୟଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ, ପୂର୍ବତନ ସରପଞ୍ଚ ମିନତୀ ପାତ୍ର, ନିରଞ୍ଜନ ଦାସ, ବିକାଶ ପାତ୍ର ଓ ଆଲୋକ ପ୍ରଧାନ ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ଶେଷରେ ଅଢାଡେଉଁରିଆ ଗ୍ରାମର କୁନି କୁନି ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।


Next Post

ବାଲିଯାତ୍ରା ମହୋତ୍ସବର ଷଷ୍ଠ ସନ୍ଧ୍ୟା, ଅତୀତ ଆମକୁ ଭବିଷ୍ୟ ପ୍ରେରଣାର ଉତ୍ସ-ଶ୍ରୀକାନ୍ତ ଜେନା

Wed Nov 20 , 2024
କେନ୍ଦ୍ରାପଡ଼ା,୨୦ା୧୧: ଗୁଲନଗର ପଂଚାୟତର ସୁଜାନଗରସ୍ଥିତ ବାଲିଯାତ୍ରା ପଡ଼ିଆରେ କେନ୍ଦ୍ରାପଡ଼ା ବାଲିଯାତ୍ରା ମହୋତ୍ସବର ଷଷ୍ଠ ଦିନରେ ମହୋତ୍ସବର ସଭାପତି ପ୍ରଦୀପ ଦାସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଯୋଗଦେଇ କହିଲେ କୌଣସି ଜାତି ଆଗକୁ ଯାଇ ପାରେନା ତାହାର ଇତିହାସ ନ ଜାଣିଲେ । ଏହି ଅଞ୍ଚଳରେ ଅତୀତରେ ପାଟଶାଢୀ ବହୁତ ପ୍ରସିଦ୍ଧ ଥିଲା । ତାହା ବାଉଁଶ ନଳୀରେ ପୁରାଇ ବିଦେଶକୁ ରପ୍ତାନୀ […]

You May Like