କେନ୍ଦ୍ରାପଡା ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳା


କେନ୍ଦ୍ରାପଡ଼ା,୨୬ା୧୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୋବିନ୍ଦଜୀଉ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳା ଓ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ସୋମବାର ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଦଳାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବିଜ୍ଞାନ ମେଳାରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ କୃଷି ବିଜ୍ଞାନକେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ. ଅରବିନ୍ଦ ଦାସ, ସମ୍ମାନିତ ଅତିଥି ଭାବେ ସାଂସଦଙ୍କ ପ୍ରତିନିଧି କିଶୋର କୁମାର ପଣ୍ଡା, ୮ନମ୍ବର ଜୋନ ଜିଲା ପରିଷଦ ସଭ୍ୟା ମଧୁଛନ୍ଦା ମହାନ୍ତି, ଜିଲା ବିଜ୍ଞାନ ପରିଦର୍ଶକ ନିଷିଦ୍ଧ ବାରିକ, ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ହିରଣ୍ୟ ବାରିକ, ପଳସିଂହା ସରପଞ୍ଚ ଦେବେନ୍ଦ୍ର ପରିଡା, ସମିତିସଭ୍ୟା କୁମୁଦିନି ପରିଡା, ଗୋବିନ୍ଦଜୀଉ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୋ ସ୍କୁଲ ଅଧ୍ୟକ୍ଷ ଶରତ ଚନ୍ଦ୍ର ବିଶ୍ୱାଳ, ଉଚ୍ଚ ବିଦ୍ୟାଳୟର ମୋ ସ୍କୁଲ ଅଧ୍ୟକ୍ଷ ଅଜିତ କୁମାର ମହାପାତ୍ର, ଗୋବିନ୍ଦଜୀଉ ଉ ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିନ୍ଦ୍ର ମହାପାତ୍ର, ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ ଜେନା, ଶିକ୍ଷକନେତା ପ୍ରଣବ କୁମାର ଜେନା ପ୍ରମୁଖ ଯୋଗ ଦେଇଥିଲେ। ସି ଆର ସି ସି ଅନନ୍ତ କୁମାର ପରିଡା ସଭା ସଞ୍ଚାଳନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ନିଷ୍ଠା ଓ ନିରନ୍ତର ଉଦ୍ୟମ କଲେ ବିଜ୍ଞାନର ଜୟଯାତ୍ରା ସମ୍ଭବ ହେବ ବୋଲି ବିଧାୟକ ଶ୍ରୀ ବେହେରା ପରାମର୍ଶ ଦେଇଥିଲେ। ସି ଆର ସି ସି ରଞ୍ଜନ କିଶୋର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ସହକାରୀ ମଣ୍ଡଳ ଶିକ୍ଷାଧିକାରୀ ହିରଣ୍ୟ ବାରିକଙ୍କ ସଭାପତିତ୍ୱରେ ଅପରାହ୍ନରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମଣ୍ଡଳ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ଦଳାଇ ଓ ମୁଖ୍ୟବକ୍ତା ଭାବେ ମଣ୍ଡଳ ବିଜ୍ଞାନ ସଂଯୋଜକ ସିଦ୍ଧାର୍ଥ ଶଙ୍କର ଜେନା, ସମ୍ମାନିତ ଅତିଥି ଭାବେ ଓଡିଶା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଦାଶରଥି ନାୟକ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ସଭାପତି ରାଜକିଶୋର ବିଶ୍ୱାଳ, ନିମ୍ନମାଧ୍ୟମିକ ଶିକ୍ଷକ ସଂଘର ସଭାପତି ରାଜେନ୍ଦ୍ର ପ୍ରସାଦ ରାଉତ, ମାଧ୍ୟମିକ ଶିକ୍ଷକ ସଂଘର ସଭାପତି ତପନ କୁମାର ଦାଶ ଓ ସି ଆର ସି ସି ରଞ୍ଜନ ରାଉତ, ଅସଗର ଅଲ୍ଲୀ, ଗୟାସୁଦ୍ଦିନ, ଅନନ୍ତ କୁମାର ପରିଡା ପ୍ରମୁଖ ଯୋଗଦେଇଥିଲେ। ଏଥିରେ କୁନି କୁନି ବୈଜ୍ଞାନିକଙ୍କ ଏକଶହ ଆଠଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ସେଥିରୁ ସାତଟି ପ୍ରକଳ୍ପ ଜିଲ୍ଲାସ୍ତରକୁ ମନୋନୀତ ହୋଇଛି। କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଅତିଥି ପରିଚୟ ଓ ସଭା ସଞ୍ଚଳନ କରିଥିଲେ ମା ମଙ୍ଗଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଧାନାଥ ମିଶ୍ର। ଏହି କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ସିଆରସିସି ଅଚ୍ୟୁତାନନ୍ଦ ସାମଲ, କିଶୋର ଚନ୍ଦ୍ର ଜେନା, ଦେବାଶିଷ ସାହୁ, ଶୁଭେନ୍ଦୁ ବେହେରା, ତପନ ଜେନା, ଶୈଲେନ ପରିଡା, ଦେବୀପ୍ରସାଦ ଦାସ, ବୈଲୋଚନ ସାମଲ, ଶିକ୍ଷକ ସେକ ଫୟାଜୁଦ୍ଦିନ, ବିଶ୍ୱବନ୍ଧୁ ଜେନା, ସେକ ଖତିବ, ଅଭିମନ୍ୟୁ ମଲ୍ଲିକ, ମାନଭଞ୍ଜନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading