ବଡ଼ ସ୍ୱପ୍ନ ଦେଖିଲେ ବଡ଼ ହେବା ପାଇଁ ସାହସ ଓ ଉତ୍ସାହ ପାଇପାରିବ ସହିତ ଲକ୍ଷ୍ୟ ସ୍ଥଳରେ ପହଂଚି ପାରିବେ


କଷଣଅଂଟାରେ ବ୍ଲକସ୍ତରୀୟ ଜ୍ଞାନ ବିଜ୍ଞାନ ଓ ବାଲ ବୈଜ୍ଞାନିକ ପ୍ରଦର୍ଶନୀ

ପଟ୍ଟାମୁଣ୍ଡାଇ ୨୯/୧୧ କଳ୍ପତରୁ ନାୟକ-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଦୁଇଟି ପର୍ଯ୍ୟାୟରେ ଶୁକ୍ରବାର ଅନୁଷ୍ଟିତ ହୋଇଯାଇଛି। ବ୍ଲକ ବିଜ୍ଞାନ ସଂଯୋଜକ ପ୍ରଭାସ ରଞ୍ଜନ ପ୍ରଧାନଙ୍କ ପୌରହିତ୍ୟ ପୁର୍ବାହ୍ନ ୧୦ଠାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ ମୁଖ୍ୟ ଅତିଥି, କଷଣଅଂଟା ହାଇସ୍କୁଲର ପ୍ରାକ୍ତନ ଶିକ୍ଷକ କବି ସଚିତ୍ର ବେହୁରା ମୁଖ୍ୟବକ୍ତା, ରାଜ୍ୟ ପୁରସ୍କୃତ ଶିକ୍ଷକ କଣ୍ଡୁରୀ ଚରଣ ସ୍ୱାଇଁ, ବିଆରସିସି ଚନ୍ଦ୍ରଶେଖର ତ୍ରିପାଠୀ, ଏବିଇଓ ପ୍ରେମବାଳା ମହାପାତ୍ର ଓ ସୁନୀତି ଦାଶ, ଶିକ୍ଷାବିତ ସୁରେଶ ଜେନା ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ଗଙ୍ଗାରାମପୁର ହାଇସ୍କୁଲ ପ୍ରଧାନଶିକ୍ଷକ ଚିତ ରଞ୍ଜନ କବି ସ୍ୱାଗତଭାଷଣ ଓ ସିଆରସିସି ସଞ୍ଜୟ ସାହୁ ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ ସିଆରସିସି ରଞ୍ଜନ ସାହୁ ଧନ୍ୟବାଦ ଦେଇଥିଲେ ।

ସେହିପରି ମଧ୍ୟହ୍ନ ୨ ଟାପରେ ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳାଇଙ୍କ ଅଧ୍ୟକ୍ଷତାରେ ଓ ରାଜ୍ୟସ୍ତରୀୟ ଶିକ୍ଷକ ନେତା ସିଆରସିସି ମଳୟ ଜେନାଙ୍କ ଆବାହକରେ ଆୟୋଜିତ ହୋଇଥିଲା ଉଦଯାପନୀ ଓ ପୁରସ୍କାର ବିତରଣ ଉତ୍ସବ । ଏହି ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତାମୂଳକ ଦୁନିଆରେ ଛାତ୍ରଛାତ୍ରୀମାନେ ନିଜର ନିର୍ଦ୍ଧିଷ୍ଟ ସ୍ୱପ୍ନ ହାସଲ କରିବା ପାଇଁ ସାଧନା ଓ ଅଧ୍ୟବସାୟ ଜାରି ରଖିଲେ ଅସମ୍ଭବକୁ ସମ୍ଭବ କରି ଇସ୍ପିତ ସଫଳତା ହାସଲ କରିପାରିବେ । ଛାତ୍ରଛାତ୍ରୀ ବଡ଼ ସ୍ୱପ୍ନ ଦେଖିଲେ ବଡ଼ ହେବା ପାଇଁ ସାହସ ଓ ଉତ୍ସାହ ପାଇପାରିବ ସହିତ ଲକ୍ଷ୍ୟ ସ୍ଥଳରେ ପହଂଚି ପାରିବେ ବୋଲି ମତ ପ୍ରକାଶ କରିଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ପଟ୍ଟାମୁଣ୍ଡାଇ ମୁଖ୍ୟବକ୍ତା ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ,ଜିଲ୍ଲା ବିଜ୍ଞାନ ପରିଦର୍ଶକ ନିଶିଥ ବାରିକ କାଉନସିଲର ପ୍ରଶାନ୍ତ ବାରିକ, କଷଣଅଂଟା ହାଇସ୍କୁଲ ପ୍ରାକ୍ତନ ପ୍ରଧାନଶିକ୍ଷକ କବି ସଚିତ୍ର ବେହୁରା, ପତ୍ରପୁର ହାଇସ୍କୁଲ ପ୍ରଧାନଶିକ୍ଷୟତ୍ରୀ ଆରାଧନା ଦାଶ,ଶିକ୍ଷାବିତ ସୁରେଶ ଜେନା, ବ୍ଲକ ବିଜ୍ଞାନ ସଂଯୋଜକ ପ୍ରଭାସ ରଞ୍ଜନ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସିଆରସିସି ସଂଘମିତ୍ରା ନାୟକ ସ୍ୱାଗତଭାଷଣ ଓ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶୁଭ୍ରାଂଶୁ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଓ ଅନ୍ୟାନ୍ୟ ଅତିଥି କୃତୀ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ପ୍ରଦୀପ ତରାଇ ଧନ୍ୟବାଦ ଦେଇଥିଲେ ।

ଏହି ଜ୍ଞାନବିଜ୍ଞାନ ମେଳା ଓ ବାଲ ବୈଜ୍ଞାନିକ ପ୍ରଦର୍ଶନୀରେ ପଟ୍ଟାମୁଣ୍ଡାଇ ବ୍ଲକର ସ୍କୁଲର ୧୪୭ ପ୍ରକଳ୍ପ ସ୍ଥାନ ପାଇଥିଲା । ପ୍ରାଥମିକ ବିଦ୍ୟାଳୟରୁ ଆସିଥିବା ୪୧ ପ୍ରକଳ୍ପ ମଧ୍ୟରୁ ୩ଟି ପ୍ରକଳ୍ପ ପୁରସ୍କୃତ ହୋଇଥିବାବେଳେ ୭ଟି ସ୍କୁଲର ୭ଟି ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲା । ସେଥି ମଧ୍ୟରେ ମୋହନପୁର ଚିଦାନନ୍ଦ ହାଇସ୍କୁଲର ଋତୁପର୍ଣ୍ଣା ନାଥ, ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲର ସୌମ୍ୟଜିତ ମହାନ୍ତି,ତନୁପୁର ବିଡି ନୋଡାଲ ୟୁପି ମନୀଷା ତରାଇ ଗଙ୍ଗାରାମ ହାଇସ୍କୁଲର ପ୍ରେମତୋଷ ପ୍ରଧାନ,ଅଢାଖଣ୍ଡ ୟୁଜିୟୁପି ସାଇରୁଦ୍ର ଦାଶ,ବକ୍ତାରପୁର ଏନ ୟୁ ପି ଏସ ସଂଗୀତା ପାଢ଼ୀ, ଆମ୍ବେର କେସି ରାଜଭଟ୍ଟ ନୋଡାଲ ହାଇସ୍କୁଲର ପ୍ରଦ୍ୟୁମ୍ନ ତରାଇଙ୍କ ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ ହୋଇଛି । ଏହି ବ୍ଲକ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଓ ବାଲ ବୈଜ୍ଞାନିକ ପ୍ରଦର୍ଶନୀକୁ ସି ଆର ସି ସି ଅରବିନ୍ଦ ବଳ, ପ୍ରଧାନଶିକ୍ଷକ ଅମୀର ସେଠୀ ରଞ୍ଜନ ଦାସ, ଅର୍ଚନା ବଳ, କ୍ରିଷ୍ଣାବେଣୀ କର, ସଂଗୀତା ବେହେରା ବିଭୁ ରଞ୍ଜନ ସାହୁ ତିତିକାନ୍ତ ଦାସଙ୍କ ସମେତ ବିଜ୍ଞାନ ପ୍ରଦର୍ଶନୀ କମିଟି ସଦସ୍ୟ ଓ ସମସ୍ତ ସି ଆର ସି ସି ପରିଚାଳନା କରିଥିଲେ ।

ଶେଷରେ ଶିକ୍ଷା ବିଭାଗର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ କଷଣଅଂଟାରେ ଅନୁଷ୍ଠିତ ବ୍ଳକସ୍ତରୀୟ ଓ କେନ୍ଦ୍ରାପଡାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଏବଂ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଥିବା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ କାର୍ଯ୍ୟକ୍ରମ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ ହୋଇ କୃତିତ୍ୱ ହାସଲ କରିଥିବା ଷଣ୍ଢପଲ୍ଲି ବିଦ୍ୟାଳୟର ଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସାଙ୍ଗକୁ ଉଜ୍ଜଳ ଭବିଷ୍ୟତ କାମନା କରାଯାଇଛି ।


Next Post

ବାଲିଆ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ଜାଗର ରାଉତଙ୍କ ପରଲୋକ

Sat Nov 30 , 2024
କେନ୍ଦ୍ରାପଡ଼ା,୨୯ା୧୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଞ୍ଚାୟତର ବାଲିଆ ଉଚ୍ଚ ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିବା ଆଦର୍ଶ ଶିକ୍ଷକ ଜାଗର ରାଉତଙ୍କର ୮୭ବର୍ଷ ବୟସରେ ପରଲୋକ ହୋଇଯାଇଛି । ପ୍ରାୟ ଅର୍ଦ୍ଧଶତାବ୍ଦୀ ବ୍ୟାପୀ ଶିକ୍ଷକତା କରିଥିବା ସ୍ୱର୍ଗତ ରାଉତ ଜଣେ ସମୟାନୁବର୍ତ୍ତିତା, ଛାତ୍ରବତ୍ସଳ ଓ ଆଦର୍ଶ ଶିକ୍ଷକ ଭାବେ ସମଗ୍ର ଅଞ୍ଚଳରେ ସୁନାମ ଅର୍ଜନ କରିଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ଦୁଇପୁତ୍ର ରାଜକିଶୋର ଓ ଭଞ୍ଜକିଶୋରଙ୍କ ସମେତ ଏକମାତ୍ର […]

KANIKA