ଗୋଟିଏ ସ୍ଥାନରେ କୁଣ୍ଡଳି ମାରି ବସିରହିଛନ୍ତି ବହୁ ଅଧିକାରୀ : ଅଜବ ନୀତିରେ ଚାଲିଛି ଅଧିକାରୀଙ୍କ ବଦଳି, ଡେପୁଟେଶନ


ପଟ୍ଟାମୁଣ୍ଡାଇ ୫/୧୨ -ରାଜ୍ୟ ସରକାରଙ୍କ ନିୟମାନୁସାରେ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଗୋଟିଏ ସ୍ଥାନରେ ମାତ୍ରାଧିକ ୩ବର୍ଷ କାର୍ଯ୍ୟ କରିପାରିବେ । ୩ବର୍ଷ ପରେ ତାଙ୍କର ଅନ୍ୟ ସ୍ଥାନକୁ ବଦଳି ହୋଇଥାଏ । ଫଳରେ ସରକାରୀ ଦପ୍ତରରେ ଦୁର୍ନୀତି କମିବା ଠାରୁ ପରିଚାଳନା କାର୍ଯ୍ୟ ସନ୍ତୁଳନ ରୁଏ। ହେଲେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଏଥିରେ ସମ୍ପୂର୍ଣ୍ଣ ବ୍ୟତିକ୍ରମ ଦେଖା ଦେଇଛି । ଗତ କିଛିଦିନ ତଳେ ପଟ୍ଟାମୁଣ୍ଡାଇ ତହସିଲ ଓ ବ୍ଲକରେ କର୍ମଚାରୀ ବଦଳି ନିର୍ଦ୍ଧେଶ ଆସିଥିଲା । ସେମାନେ ଉକ୍ତ ସ୍ଥାନରେ ରହିବା ଲାଗି ବିଭିନ୍ନ ଦିଗରୁ ସୁପାରିସ କରି ସେହିସ୍ଥାନରେ କୁଣ୍ଡଳି ମାରି ବସିରହିଛନ୍ତି। ଦୀର୍ଘଦିନ ଧରି ଏଠାରେ ରହିଥିବା ବେଳେ ସେମାନଙ୍କ ରାଜୁତି ଯୋଗୁ ସାଧାରଣ ଲୋକଟିଏ ସେବା ପାଇଁ ଗଲେ ସେମାନଙ୍କ ଆକ୍ରୋଶର ଶିକାର ହେଉଛନ୍ତି । ଏପରିକି ସାଧାରଣ ଲୋକଙ୍କୁ ସିଧାସଳଖ ଧମକ ଦେବା ସହ ଉକ୍ରୋଚ ନ ଦେଲେ କାର୍ଯ୍ୟ ହେବନି ବୋଲି ରୋକ୍ ଠୋକ୍ କହୁଛନ୍ତି । ଏଥିନେଇ ସରକାରୀ କାର୍ଯ୍ୟାଳୟରେ ଦୁର୍ନୀତି ବଢୁଥିବା ବେଳେ ସାଧାରଣ ଲୋକେ ନ୍ୟାୟ ଓ ସରକାରୀ ସୁବିଧା ପାଇବାରୁ ବଂଚିତ ହେଉଛନ୍ତି ବୋଲି ସାଧାରଣରେ ଅଭିଯୋଗବ ହେଉଛି ।
ଜିଲା ପ୍ରଶାସନଙ୍କ ଅନୁମୋଦନ ଚିଠି ନଂ-୧୩୧୪ / ୧୬/୧୧/୨୦୨୪ରେ ପଟ୍ଟାମୁଣ୍ଡାଇ ତହସିଲରୁ ଅଞନା ନାଥଙ୍କୁ ରାଜନଗର ବ୍ଲକକୁ ବଦଳି କରା ଯାଇଥିବା ବେଳେ ସିତାକାନ୍ତ ସେଠୀଙ୍କୁ ମହାକାଳପଡା ତହସିଲକୁ ବଦଳି କରାଯାଇଥିଲା । ସେହିପରି ପଟ୍ଟାମୁଣ୍ଡାଇ ତହସିଲରୁ (ମହାକାଳପଡାରେ କର୍ଯ୍ୟରତଥିବା) ନିରଞନ ସିଂକୁ କେନ୍ଦ୍ରାପଡା ତହସିଲକୁ, ପ୍ରଭାକର ରାଉତ (ଦେପୁଡେଦ ଆରଟିଓ) ଆସିଡିଏସ ରାଜକନିକାକୁ ବଦଳିକରାଯାଇଛିା ପଟ୍ଟାମୁଣ୍ଡାଇ ବ୍ଲକ କେସିଅର ପ୍ରିୟରଞନ ସାମଲଙ୍କୁ କେନ୍ଦ୍ରାପଡା ଜିଲା କାର୍ଯ୍ୟାଳୟକୁ ବଦଳି ହୋଇଛି । ସେହିପରି କେନ୍ଦ୍ରାପଡା ଜିଲାପରିଷଦ ମାଧବି ମୁର୍ମୁକୁଂ ପଟ୍ଟାମୁଣ୍ଡାଇ ଆଇସିଡିଏସକୁ ବଦଳି କାରାଯାଇଥିବା ବେଳେ ରାଜକନିକା ବ୍ଲକରୁ ଦୁସ୍ମତ ପାତ୍ରଙ୍କୁ ତହସିଲକୁ ବଦଳି ହୋଇଛି । କନିକା ତହସିଲରୁ ବନମାଲି ନାୟକଙ୍କୁ ପଟ୍ଟାମୁଣ୍ଡାଇ ତହସିଲ, କେନ୍ଦ୍ରାପଡା ତହସିଲରୁ ସୁଜାତା ମହାନ୍ତି ଓ, ଜିଲା ଅଫିସର ଲକ୍ଷ୍ମଣ କିସ୍କୁଙ୍କୁ ପଟ୍ଟାମୁଣ୍ଡାଇ ତହସିଲକୁ ବଦଳି ହୋଇଥିଲା । ତେବେ ଜିଲା ସ୍ତରରେ ବଦଳି ସୁପାରିଶ ଓ ଜିଲାପାଳଙ୍କ ନିକଟରେ ଅଭିଯୋଗ ଶୁଣାଣି ପରେ ଜିଲା ଚିଠି ନଂ- ୨୩୫୮/୧-୧୨-୨୦୨୪ରେ କିଛି କର୍ମଚାରିଙ୍କ ବଦଳି ଏପଟସେପଟ କରାଯାଇଛି । ସେଥିରେ ଡେପୁଟେଶନ ପଟ୍ଟାମୁଣ୍ଡାଇ ତହସିଲର ପ୍ରମୋଦ ସାହୁଙ୍କୁ ଉପଜିଲାପାଳ ଅଫିିସ, ସୁଚିତ୍ର ରାଉତ କନିକା ପଠା ଯାଇଛି । ସେହିପରି ପଟ୍ଟାମୁଣ୍ଡାଇ ତହସିଲରୁ ଗତ ୧୬ ତାରିଖରେ ପଟ୍ଟାମୁଣ୍ଡାଇ ତହସିଲରୁ ମହାକାଳପଡା ବଦଳିକରାଯାଇଥିବା ସିତାକାନ୍ତ ସେଠୀଙ୍କୁ ପୁନଃ ପଟ୍ଟାମୁଣ୍ଡାଇ ତହସିଲରେ ଅବସ୍ଥାପିତ କରାଯାଇଛିା
ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ତହସିଲ , ବ୍ଲକ ଓ ପୌରପାଳିକା ସମେତ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟରେ ଦୀର୍ଘ ବର୍ଷ ଧରି ଅଧିକାରୀ,କର୍ମଚାରୀ ଗାଦି ମାଡି ବସିଛନ୍ତି । ଯେଉଁ ସରକାରୀ କର୍ମଚାରୀମାନେ ପ୍ରଶାସନର ନିର୍ଦ୍ଦିଷ୍ଟ ଗୋଟିଏ ବିଭାଗରେ ୩ ବର୍ଷରୁ ଉର୍ଦ୍ଧ୍ୱ କାମ କରିଆସୁଛନ୍ତି, ସେ ସଂପର୍କରେ ଏକ ରିପୋର୍ଟ ତଲବ ପରେ ଗତମାସ ସରକାର ବଦଳି ନିର୍ଦ୍ଦେଶ ଦେଇଥଲେ । ଏଥିରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ତହସିଲର ଅନେକ କର୍ମଚାରୀ ବଦଳି ହୋଇଥିଲା । ହେଲେ ସେଥିରୁ ପୁନଃ ଡେପୁଟେସନରେ ପଟ୍ଟାମୁଣ୍ଡାଇ ସ୍‌ôାପିତ କରାଯାଇଛି । ନିୟମିତ ବ୍ୟବଧାନରେ ବହୁ ମୁଖିଆଙ୍କ ସମେତ ଅନ୍ୟ ବଡ ଅଧିକାରୀ ମାନେ ବଦଳ ହେଉଥିବା ବେଳେ କିନ୍ତୁ ଏହି ଅଧିକାରୀ ଓ କର୍ମଚାରୀମାନେ ଯେ କୌଣସି ମତେ ସେମାନଙ୍କର ଆସ୍ଥାନ ଜମାଇ ରହୁଛନ୍ତି। ଯାହା ଫଳରେ ଏଠାକୁ ଆସୁଥିବା ନୂତନ ମୁଖିଆମାନେ ସେମାନଙ୍କ ଉପରେ ଭରସା କରିବା ପାଇଁ ବାଧ୍ୟ ହେଉଛନ୍ତି । ଯାହା ଫଳରେ ବହୁ ସମୟରେ ସେମାନେ ବଡ ଅଧିକାରୀ ମାନଙ୍କ ଧ୍ୟାନ ହଟାଇବା ପାଇଁ ସେମାନେଙ୍କୁ ଭୁଲ ଦିଗରେ ସୂଚନା ପ୍ରଦାନ କରି ବର୍ଷବର୍ଷ ଧରି ଫାଇଦା ଉଠାଉଛନ୍ତି। ଯାହା ଫଳରେ ତାର ମୂଳ ଲକ୍ଷ୍ୟରୁ ବିଭ୍ରାନ୍ତ ହୋଇଯାଉଛି ବୋଲି ସାଧାରଣରେ ଅଭିଯୋଗ ହେଉଛି।


Next Post

ଶୀତଳ ଭଣ୍ଡାର ନ ଥିବାରୁ ଚାଷୀ ହତାଶ , ଯୁବକୃଷି ଉଦ୍ୟେଗି ଦାଦନ ମୁହାଁ , ଚାଷକରି ଚାଷୀ ଲାଭ ପାଉନି

Thu Dec 5 , 2024
ପଟ୍ଟାମୁଣ୍ଡାଇ ୫/୧୨ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳ ଗୋଟିଏ ପୌରପରିଷଦ ଓ ୩୧ ପଂଚାୟତରେ ପାଖାପାଖି ୨.୫ ଲକ୍ଷରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଥିଲାବେଳେ ୮୦ ଭାଗ ଲୋକ କୃଷି ଉପରେ ନିର୍ଭର କରି ଜୀବନଜୀବିକା ନିର୍ବାହ କରିଥାନ୍ତି। କୃଷି ଉତ୍ପାଦିତ ଦ୍ରବ୍ୟକୁ ବ୍ରିକିକରି ନିଜର ଆର୍ôଥିକ ମାନଦଣ୍ଡ ସୁଦୃଢ଼ କରିବାରେ ଏହି ଅଂଚଳ କୃଷକ ସିଦ୍ଧ ହସ୍ତ ବୋଲି ସରକାରୀଭାବେ ରେକର୍ଡ ରହିଛି। ହେଲେ ଯେଉଁମାନେ କୃଷି ଉପରେ […]

You May Like