ପିଏମ୍‌ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ



କେନ୍ଦ୍ରାପଡ଼ା, ୧୯ା୧୨: ଆଜି କେନ୍ଦ୍ରାପଡ଼ା ପିଏମ୍‌ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଜାତୀୟ ଭଲିବଲ୍ ଖେଳାଳୀ ଶେଖ୍ ନିଜାମ୍ ଅଲ୍ଲୀ କୃତି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ସେହିପରି ଜାତୀୟ ଭଲି ଖେଳାଳି ସେକ୍ ଇନ୍‌ତିୟାଜ୍ ଅଲ୍ଲୀ ଓ ସାମ୍ବାଦିକ ଲକ୍ଷ୍ମୀକାନ୍ତ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଅତିଥିମାନେ କୃତି ପିଲାମାନଙ୍କୁ ମେଡାଲ ଓ ଟ୍ରଫି ପ୍ରଦାନ କରିଥିଲେ । ଚାରି ସଦନରେ ବିଭକ୍ତ ସମସ୍ତ ଛାତ୍ରଛାତ୍ରୀ ପ୍ୟାରେଡ୍ ପ୍ରଦର୍ଶନ କରିଥିଲେ । ତାହା ପରେ ଦୌଡ ପ୍ରତିଯୋଗୀତା, ଲମ୍ବଡିଆଁ, ଖୋ-ଖୋ, କବାଡି, ସଟ୍‌ଫୁଟ୍ ଫିଙ୍ଗା, ଡିସ୍‌କସ୍ ଥ୍ରୋ ଇତ୍ୟାଦି ପ୍ରତିଯୋଗୀତାର ଆୟୋଜନ କରାଯାଇଥିଲା । ବାଳକ ବିଭାଗରେ ସର୍ବଶ୍ରେଷ୍ଠ ଖେଳାଳୀ ଭାବେ ବିଶ୍ୱରଞ୍ଜନ ମଲ୍ଲିକ ଏବଂ ବାଳିକା ବିଭାଗରେ ଅନନ୍ୟା ବିଶ୍ୱପ୍ରିତୀ ମଲ୍ଲିକ ନିଜର ସ୍ଥାନ ଅଧିକାର କରିଥିଲେ । ଅଶୋକ ସଦନ ଚମ୍ପିଆନ ହୋଇଥିବା ବେଳେ ସୁବାଷ ସଦନ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ଏହି ଖେଳରେ ବିଦ୍ୟାଳୟର ୧୧୩ଜଣ କୃତକାର୍ଯ୍ୟ ହୋଇଥିଲେ । ବିଦ୍ୟାଳୟ ପ୍ରାଚାର୍ଯ୍ୟ ଶଶି କୌଶଲ ପିଲାମାନଙ୍କୁ କ୍ରୀଡାର ମହତ୍ତ୍ୱ ବିଷୟରେ ବୁଝାଇଥିଲେ । ପ୍ରଧାନ ଶିକ୍ଷକ ଶିବରଞ୍ଜନ ସାହୁ କ୍ରୀଡା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଅଭ୍ୟାସ ଶୃଙ୍ଖଳା ଏବଂ ଦୃଢ ଇଚ୍ଛାଶକ୍ତିର ଆବଶ୍ୟକତା ଅଛି ବୋଲି କହିଥିଲେ । ବିଳାସ ଓ ଆଳସ୍ୟଠାରୁ ଦୂରରେ ରହିଲେ ପଦକ ହାସଲ କରିପାରିବ ବୋଲି ବୁଝାଇଥିଲେ । ବିଦ୍ୟାଳୟର କ୍ରୀଡା ଶିକ୍ଷକ ଦେବପ୍ରସାଦ ଦାଶ ଓ ଅନ୍ୟ ଶିକ୍ଷକମାନେ ମିଶି ଏହି କ୍ରୀଡା ଉତ୍ସବକୁ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading