ଦ୍ୱାବିଂଶତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡା ପୁସ୍ତକମେଳାର ତୃତୀୟ ପ୍ରସ୍ତୁତି ବୈଠକ “ବହିଥାକ ଖାଲି ରଖନ୍ତୁ” ପ୍ରମୋ ପୋଷ୍ଟର ଉନ୍ମୋଚିତ



କେନ୍ଦ୍ରାପଡା ୨୩/୧୨-କେନ୍ଦ୍ରାପଡା ଇଭେଣ୍ଟମ୍ୟାନେଜର୍ସ (କେମ) ଦ୍ୱାରା ଆୟୋଜିତ ଏକବିଂଶତମ ରାଜ୍ୟସ୍ତରୀୟ ପୁସ୍ତକମେଳାର ୩ୟ ପ୍ରସ୍ତୁତି ବୈଠକ ମାଧପୁର ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଉପଦେଷ୍ଠା ଡଃ ବିରଜା ରାଉତରାୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ସାମାଜିକ ଗଣମ୍ୟାାଧ୍ୟମର ଶିର୍ଷକ “ବହିଥାକ ଖାଲି ରଖନ୍ତୁ” ପ୍ରମୋ ପୋଷ୍ଟର ଉନ୍ମୋଚିତ କରାଯାଇଛି । ଏହି ମେଳାରେ ଜାତୀୟ ସ୍ତରୀୟ ଖ୍ୟାତନାମା ପୁସ୍ତକ ପ୍ରକାଶନ ସଂସ୍ଥା ସହିତ ରାଜ୍ୟର ପ୍ରତିଷ୍ଠିତ ପୁସ୍ତକ ପ୍ରକାଶନ ସଂସ୍ଥା ଯୋଗ ଦେବା ପାଇଁ ଆମନ୍ତ୍ରଣ କରାଯାଇଛି ବୋଲି ସଦସ୍ୟା ନବଜ୍ୟୋତି ରାୟ ପ୍ରକାଶ କରିଛନ୍ତି । ଆଗ୍ରହୀ ପୁସ୍ତକ ପ୍ରକାଶକ ଓ ବିକ୍ରେତାମାନେ ଅଗ୍ରିମ ଷ୍ଟଲ ବୁକିଂ ପାଇଁ ସଭାପତି ଅକ୍ଷୟ ପାଣି ଓ ସମ୍ପାଦକ ଜାହିଦଙ୍କ ସହିତ ଯୋଗାଯୋଗ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ମେଳାକୁ ସରସ ସୁନ୍ଦର କରିବା ପାଇଂ ସଦସ୍ୟ ଭବାନୀ ଓଝାଙ୍କ ପ୍ରସ୍ତାବଗୁଡିକ ଗ୍ରହଣ କରାଯାଇଛି । ଚିତ୍ରାଙ୍କନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ପାଇଁ ସଦସ୍ୟମାନଙ୍କୁ ଦାୟିତ୍ୱ ଦିଆଯିବା ସହ ପ୍ରତ୍ୟେକ ଦିନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିବାକୁ ଉପଦେଷ୍ଟା ଡଃ ବିରାଜା ରାଉତରାୟ ପରାମର୍ଶ ଦେଇଥିଲେ । ପୁସ୍ତକ ମେଳାର ବିଶିଷ୍ଟ ଅତିଥିମାନଙ୍କୁ ନିମନ୍ତ୍ରଣ କରିବାକୁ ସଭାପତି ଅକ୍ଷୟ ପାଣି ଓ ନବଜ୍ୟୋତି ରାୟଙ୍କୁ ଦାୟୀତ୍ୱ ନ୍ୟସ୍ତ କରାଯାଇଛି । ଏହି ପୁସ୍ତକମେଳା ଜାନୁଆରୀ ୬ତାରିଖରୁ ଆରମ୍ଭ ହୋଇ ୧୩ତାରିଖରେ ଶେଷ ହେବ ବୋଲି ସୂଚନା ଦିଆଯାଇଥିଲା । ଚଳିତ ବର୍ଷ ପୁସ୍ତକ ମେଳାରେ ମୁସ୍ତାକ ମ୍ୟୁଜିୟମ ପୁସ୍ତକ ସଂଗ୍ରାଳୟ ପକ୍ଷରୁ ସ୍ୱତନ୍ତ୍ର ଷ୍ଟଲ ଖୋଲାଯିବ । ଯେଉଁଥିରେ ପୁରାତନ ର୍ଦୁମୂଲ୍ୟ ଐତିହାସିକ ଦସ୍ତାବିଜ ଓ ମୁଦ୍ରା ପଦର୍ଶନ କରାଯିବ । ଯାହା ଛାତ୍ରଛାତ୍ରୀମାନ ଏବଂ ଗବେଶକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ ବୋଲି ସଭାପତି ଅକ୍ଷୟପାଣି ପ୍ରକାଶ କରିଛନ୍ତି । ଏହି ବୈଠକରେ ଅତିରିକ୍ତ ସଭାପତି ସରୋଜକାନ୍ତ ସାହୁ, ଅତିରିକ୍ତ ସମ୍ପାଦକ ପ୍ରତାପ ସ୍ୱାଇଁ,ଉପଦେଷ୍ଠା ଶିବ ଚରଣ ସାମଲ, ଧର୍ମଦର୍ଶୀ କର, ବଂଶୀଧର ମହାନ୍ତି, ରଞ୍ଜିତ ପରିଡା, ନୃସିଂହ ତ୍ରିପାଠୀ, ଆଇନଜୀବୀ ମହମ୍ମଦ ମୁସ୍ତକ, ଦିଲ୍ଲୀପ ସାହୁ, ସରୋଜକାନ୍ତ ସାହୁ, ଲକ୍ଷ୍ମୀକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading