ବକ୍ତାରପୁର ହାଇସ୍କୁଲରେ ନିଆରା ବନ୍ଧୁମିଳନ ଉତ୍ସବ : ଗୁରୁ ପୂଜନ, ଅସହାୟଙ୍କୁ କମ୍ବଳ ଓ ରୋଗୀଙ୍କୁ ଫଳ ବଣ୍ଟନ



ପଟ୍ଟାମୁଣ୍ଡାଇ ତା ୨୫/୧୨- ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ବକ୍ତାରପୁର ହାଇସ୍କୁଲର ୨୦୦୧ ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ପକ୍ଷରୁ ପବିତ୍ର ବଡଦିନ ଅବସରରେ ନିଆରା ବନ୍ଧୁମିଳନ ଉତ୍ସବ ଆୟୋଜନ କରାଯାଇ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।  ଏହି ଉପଲକ୍ଷେ ପୁରାତନ ଛାତ୍ର ସଂସଦ ସଭାପତି ଆଡ଼ଭୋକେଟ ମନୋଜ କୁମାର ନାୟକଙ୍କ ପୌରହିତ୍ୟରେ ବକ୍ତାରପୁର ହାଇସ୍କୁଲ ଠାରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ବକ୍ତାରପୁର ହାଇସ୍କୁଲ ପ୍ରଧାନଶିକ୍ଷକ ସର୍ବେଶ୍ୱର ପତି,ବରିଷ୍ଠ ଶିକ୍ଷକ ଅଭୟ ପରିଡା,ସତ୍ୟବ୍ରତ ପଣ୍ଡା, ଅନିଲ ମହାରଣା ଓ ସତ୍ୟପ୍ରିୟ ସ୍ୱାଇଁ ସମ୍ମାନିତଅତିଥି ଭାବେ ଯୋଗ ଦେଇ ବକ୍ତାରପୁର ହାଇସ୍କୁଲର ଗୌରବ ଓ ଗାରିମାକୁ ଆଗେଇ ନେବାକୁ ପୁରାତନ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ରମାନେ ସେହି ବିଦ୍ୟାଳୟର  ପିଲାଦିନର ସମସ୍ତ ସ୍ମୃତି ମନେପକାଇଥିଲେ । ପୁରାତନ ଛାତ୍ର ମନୋଜ ନାୟକ,ତପନ ଦାସ ବିକ୍ରମ ପାତ୍ର, ଅନିଲ ବେହେରା, ପତିତପାବନ ପ୍ରଧାନ, ଦେବାଶିଷ ପଣ୍ଡା,: କ୍ଷୀରୋଦ ଜେନା, ଦେବୀ ପ୍ରସାଦ ଦାଶ ପୁଷ୍ପଲତା ପଣ୍ଡା, ରମାକାନ୍ତ ରାଉତ, ପୁଷ୍ପାଞ୍ଜଳୀ ଗିରି,ଜିତେନ୍ଦ୍ର ମହାନ୍ତି, ରମାକାନ୍ତ ମଲିକ, ବିଚିତ୍ର ମଲିକ, ରେଣୁକା ସେଠୀ, ରଶ୍ମିତା ଓଝା, ରାଜୀବ ମଲିକ, ମିର୍ଜା ସରିଫ, ଶୁଭଙ୍କର ମହାନ୍ତି, ରାକେଶ ମହାନ୍ତି ଓ ପ୍ରଶାନ୍ତ ବାରିକ, ସରୋଜ ସାହୁ, ସନ୍ତୋଷ ରାଉତ ପ୍ରମୁଖ ଭାଷଣ ଦେଇ ସ୍କୁଲ ଜୀବନର ସ୍ମୃତି ଚାରଣ କରିବା ଏହି ମହାନ ଶିକ୍ଷାନୁଷ୍ଠାନ ବିକାଶ ପାଇଁ ଶପଥ ନେଇଥିଲେ । ଏଇ ଅବସରରେ ଗୁରୁ ସର୍ବେଶ୍ୱର ପତି, ଅଭୟ ପରିଡା, ସତ୍ୟବ୍ରତ ପଣ୍ଡା, ଅନିଲ ମହାରଣା ଓ ସତ୍ୟପ୍ରିୟ ସ୍ୱାଇଁ ଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ ସମ୍ମାନିତ କରାଯିବା ସହିତ ପୂଜନ କରାଯାଇଥିଲା ।  ଏଥି ସହିତ ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।  ବନ୍ଧୁମିଳନ ଉତ୍ସବ ପୂର୍ବରୁ ୨୦୦୧ ବ୍ୟାଚ ପୁରାତନ ଛାତ୍ର ସଂସଦ ପକ୍ଷରୁ ଅସହାୟ ଲୋକମାନଙ୍କୁ କମ୍ବଳ ବଣ୍ଟନ କରାଯିବା ସହିତ ମେଡିକାଲରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା ।  ଶେଷରେ ଜିତେନ୍ଦ୍ର ବେହେରା ଧନ୍ୟବାଦ ଦେଇଥିଲେ ।  ଏହି କାର୍ଯ୍ୟକ୍ରମକୁ ମନୋଜ ନାୟକ ଜିତେନ୍ଦ୍ର ମହାନ୍ତି, ରାଜୀବ ମଲିକ ମଲିକ,ମିର୍ଜା ସରିଫ ପ୍ରମୁଖ ପରିଚାଳନା କରିଥିବାବେଳେ ରେଣୁକା ସେଠୀ,ରଶ୍ମିତା ଓଝା, ପ୍ରଶାନ୍ତ ବାରିକ, ସରୋଜ ସାହୁ, ସନ୍ତୋଷ ରାଉତ ପରିଚାଳନାରେ ସହଯୋଗ କରିଥିଲେ ।  ୨୦୦୧ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ନାଁ ରେ ଗୁରୁପୂଜନ ଓ ଅସହାୟଙ୍କୁ କମ୍ବଳ ଓ ରୋଗୀଙ୍କୁ ଫଳ ବଣ୍ଟନ ଭଳି ଗୁରୁ ଭକ୍ତି ଓ ସେବାମୂଳକ କାର୍ଯ୍ୟକୁ ସାଧାରଣରେ ଉଚ୍ଚପ୍ରଶଂସା କରାଯାଇଛି ।


Discover more from

Subscribe now to keep reading and get access to the full archive.

Continue reading