କେନ୍ଦ୍ରାପଡା, ୨୪/୬: ଜ୍ଞାନପ୍ରଭା ମିଶନ ଦ୍ୱାରା ଆୟୋଜିତ ପରମହଂସ ପ୍ରଜ୍ଞାନାନନ୍ଦଜୀ ମହାରାଜଙ୍କ ମାର୍ଗଦର୍ଶନରେ ଶିକ୍ଷକମାନଙ୍କୁ ନେଇ ସୃଜନିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ପରମହଂସଜୀ “ଆଦର୍ଶ ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା’ ଉପରେ ମାର୍ଗଦର୍ଶନ କରିଥିଲେ । ଆଦର୍ଶ ଶିକ୍ଷକଙ୍କ ଦ୍ୱାରା ଆଦର୍ଶ ଛାତ୍ର, ଆଦର୍ଶ ବିଦ୍ୟାଳୟ ଏବଂ ଆଦର୍ଶ ସମାଜ କିପରି ଗଠନ ହୋଇପାରିବ ସେହି ବିଷୟରେ ଆଲୋକପାତ କରିଥିଲେ । ଏଥିରେ ୨୫୦ରୁ ଉର୍ଦ୍ଧ୍ୱ […]

କେନ୍ଦ୍ରାପଡ଼ା,୨୩ା୬: ।  କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ମାର୍ଶାଘାଇ ବ୍ଲକ ବଛରାଇ ଗାଁ ର ମଣିଭୂଷଣ ପରିଡାଙ୍କ ପୁଅ ସନ୍ତୋଷ କୁମାର ପରିଡା ଜଣେ ମେଡ଼ିସିନ ଡିଷ୍ଟ୍ରିବୁଟର ଭାବେ କାମ କରନ୍ତି । ସେ ବିଭିନ୍ନ କମ୍ପାନୀର ଔଷଧ ଓଡିଶା ବାହାରୁ ଆଣି ନିଜର ବ୍ୟବସାୟ କରିଥାନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଥାନା ଅଧୀନ ଚଉଦକୁଲାଟ ଅଞ୍ଚଳର ବିଭୂକଲ୍ୟାଣ ମିଶ୍ର ନାମକ ଜଣେ ଯୁବକଙ୍କ ସହିତ ସନ୍ତୋଷଙ୍କ ମେଡ଼ିସିନ ବ୍ୟବସାୟ […]

କେନ୍ଦ୍ରାପଡା,୨୩/୬: ପ୍ରାକ୍ତନ ଶିକ୍ଷା ପରିଦର୍ଶକ ତଥା ମାର୍ଶାଘାଇ ଅଞ୍ଚଳର ଲୋକପ୍ରିୟ ବିଶିଷ୍ଟ ଶିକ୍ଷାବିତ୍ ସ୍ୱର୍ଗତ ପ୍ରସନ୍ନ କୁମାର ବିଶ୍ୱାଳଙ୍କୁ ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନ ତରଫରୁ ଶ୍ରଦ୍ଧାଞ୍ଜଳି ସହ ସ୍ମୃତିଅର୍ଘ୍ୟ ଅର୍ପଣ କରାଯାଇଛି । ସ୍ୱର୍ଗତ ବିଶ୍ୱାଳଙ୍କର ଆକସ୍ମିକ ଦୁର୍ଘଟଣା ପରେ ମାସାଧିକ କାଳ ଚିକିତ୍ସା ପରର ବିୟୋଗ ସମସ୍ତଙ୍କୁ ସ୍ତମ୍ଭୀଭୁତ କରିବା ସହ ଶୋକର ଛାୟା ଖେଳାଇ ଦେଇଛି । ଆଜିର ଏହି ସ୍ମୃତି ସଭାରେ ସଂଗଠନର […]

କେନ୍ଦ୍ରାପଡା,୨୩/୬: କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କର ୨୯ତମ ବାର୍ଷିର୍କ ସାଧାରଣ ସଭା ରବିବାର ଦିନ ଉଦୟନଗର ସ୍ଥିତ ଜିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବ୍ୟାଙ୍କର ସଭାପତି ଗୁରୁ ପ୍ରସାଦ ମହାନ୍ତିଙ୍କ ସଭାପତିତ୍ୱରେ ପରିଚାଳନା ପରିଷଦର ଉପସଭାପତି ଡ. ଅପର୍ଣ୍ଣା ମହାନ୍ତି, ନିର୍ଦ୍ଦେଶକ ରଶ୍ମିରଞ୍ଜନ ଚୌଧୁରୀ, ଶ୍ରୀକାନ୍ତ ନାୟକ, ସଂଗ୍ରାମ କେଶରୀ ମଲ୍ଲିକ, ଶୁକାନ୍ତ କୁମାର ଦ୍ୱିବେଦୀ, ଶୁଧାଂଶୁ ଶେଖର ପ୍ରତାପ, ନବଜ୍ୟୋତି ରାୟ, ପ୍ରଫୁଲ୍ଲ କୁମାର […]

କେନ୍ଦ୍ରାପଡା ୨୩/୬- କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ ୧୯ତମ କ୍ୟୁରୋଗି ଏବଂ ଅଷ୍ଟମ ପୁମ୍‌ସି ଚାମ୍ପିୟନସିପ୍ ପ୍ରତିଯୋଗିତା କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ଜିଲ୍ଲା ତାଇକୋଣ୍ଡ ସଂଘର ସଭାପତି ବିମଳ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଓଡିଶା ତାଇକ୍ୱଣ୍ଡ ପର୍ଯ୍ୟବେକ୍ଷକ ଶ୍ରୀକାନ୍ତ ପରିଡା ଅତିଥି ଭାବେ ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ପୁସ୍କୃତ କରିଥିଲେ । ଏହି ପ୍ରତିଯୋଗିତାରେ ଜିଲ୍ଲାର ୧୦ଟି ଶାଖାରୁ ୨୫୦ରୁ […]

କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ତୁଳସୀଡ଼ିଆ ଗାଁରେ ରବିବାର ସକାଳୁ ବିଦ୍ୟୁତ ଆଘାତରେ ୬ଟି ଗୃହ ପାଳିତ ଗାଈ, ବଳଦ ଓ ବାଛୁରୀଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ହୋଇଥିବା ଗୋ ସମ୍ପଦ ମାଲିକଙ୍କୁ କ୍ଷତିପୂରଣ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତରଡିପାଳ ପଂଚାୟତ ତୁଳସିଡିଆ ଗ୍ରାମର ଗାଈଗୋରୁ ମାନେ ବିଲକୁ ଚରିବାକୁ ଯାଇଥିବା ବେଳେ ବିଦ୍ୟୁତ ତାର ତଳେ ପଡିରହିଥିବାରୁ ତାର ସଂସ୍ପର୍ଶରେ […]

ପୁରୀ-ସ୍ନାନପୂର୍ଣ୍ଣମୀରେ ଆଜି ଚତୁର୍ଦ୍ଧାମୂର୍ତି ରତ୍ନବେଦିରୁ ପହଣ୍ଡି ହୋଇ ସ୍ନାନବେଦିରେ ବିରାଜମାନ କରିବା ସହ ୧୦୮ ଗଡ଼ୁ ଅଭିମନ୍ତ୍ରିତ ଅଧିବାସ ଜଳରେ ସ୍ନାନ କରିଛନ୍ତି । ଏହାପରେ ଭକ୍ତଙ୍କୁ ଗଜାନନ ବେଶରେ ଦର୍ଶନ ଦେଇଛନ୍ତି ମହାବାହୁ । ଶ୍ରୀ ଜଗନ୍ନାଥଙ୍କୁ ୩୫ ଗଡ଼ୁ ଜଳ, ବଳଭଦ୍ରଙ୍କୁ ୩୩ ଗଡ଼ୁ, ସୁଭଦ୍ରାଙ୍କୁ ୨୨ ଗଡ଼ୁ ଓ ସୁଦର୍ଶନଙ୍କୁ ୧୮ ଗଡ଼ୁ ଜଳରେ ସ୍ନାନ କରାଯାଇଛି । ଅଷ୍ଟଗନ୍ଧ, କୃଷ୍ଣଅଗୁର, ଉଶୀର, ଗୋରଚନା, ଦେବଦାରୁ, […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ପୋଖରୀଆପଡା ପତିତପାବନ ମନ୍ଦିରରେ ପବିତ୍ର ସ୍ନାନ ପୂର୍ଣ୍ଣିମା ମହାସମାରୋହରେ ସମସ୍ତ ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଛି । ମନ୍ଦିର ପରିଚାଳନା କମିଟି ସଭାପତି ପୂର୍ଣ୍ଣ ଚନ୍ଦ୍ର ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୂଜକମାନେ ପ୍ରଭୁ ଶ୍ରୀ ଜଗନ୍ନାଥ, ବଲଭଦ୍ର ଓ ମା ସୁଭଦ୍ରାଙ୍କ ପୂଜାର୍ଚନା ନୀତିକ୍ରାନ୍ତି ଯଥାବିଧି ସଂପନ୍ନ କରିଥିଲେ । ସକାଳ ୯.୧୫ ମିନିଟରେ ଠାକୁରଙ୍କ ପହଣ୍ଡି ବିଜେ ୧୦.୩୦ ମିନିଟରେ ୧୦୮ […]

କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଚଉଦକୁଲାଟ ପାଣ୍ଡି ଅଧିନ ଗାଙ୍ଗପଡ଼ା ପଞ୍ଚାୟତ ସମିତିସଭ୍ୟା ସନ୍ଧ୍ୟାରାଣୀ ସେଠୀଙ୍କର ୩୫ବର୍ଷ ବୟସରେ ଆଜି ବିୟୋଗ ହୋଇଯାଇଛି । ଗତ ୪ ଦିନ ତଳେ ହଠାତ ତାଙ୍କ ଶରୀର ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ପରେ ଗୁରୁତର ହୋଇପଡିବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ […]

କେନ୍ଦ୍ରାପଡ଼ା, ୨୨ା୬: ଦିବ୍ୟଜୀବନ ସଙ୍ଘ କେନ୍ଦ୍ରାପଡା ଶାଖା ଆନୁକୂଲ୍ୟରେ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟ ଓ ନେହେରୁ ଯୁବକେନ୍ଦ୍ରର ମିଳିତ ସହଯୋଗରେ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବିଶ୍ୱ ଯୋଗଦିବସ ଅବସରରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଟିତ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଯୋଗଦିବସର ମହତ୍ୱ ଓ […]

କେନ୍ଦ୍ରାପଡା ୨୨.୬ – ଜିଲ୍ଲାର ଏକମାତ୍ର ଗୋଷ୍ଠୀ ବେତାର କେନ୍ଦ୍ର ବାରୁଅ ସ୍ଥିତ ରେଡିଓ ଭାବଗ୍ରାହୀ ଏବଂ ଭାବଗ୍ରାହୀ କଳା ନିକେତନର ମିଳିତ ଆନୁକୂଲ୍ୟରେ ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ ବିଶ୍ୱ ଯୋଗ ଓ ସଙ୍ଗୀତ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । କଳା ନିକେତନ ତଥା ରେଡିଓ ଭାବଗ୍ରାହୀର ପ୍ରାଣ ପ୍ରତିଷ୍ଠାତା ବିଶିଷ୍ଠ ସଂଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ […]

କେନ୍ଦ୍ରାପଡା ୨୨/୬- କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସୌଜନ୍ୟରୁ ବାରୋ ସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଆନୁକୂଲ୍ୟରେ ସି.ଏଚ୍‌.ଓ କୃଷ୍ନାନନ୍ଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତୀୟ ଯୋଗ ଦିବସ ଯଥାବିଧି ପାଳିତ ହୋଇଯାଇଛି । ବାରୋ ସରପଂଚ ଗୋପୀନାଥ ମଲିକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ । ମୁଖ୍ୟ ବକ୍ତା ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ବିକାଶ ପଟ୍ଟନାୟକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯୋଗର […]

କେନ୍ଦ୍ରାପଡା,୨୨/୬: ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ କେନ୍ଦ୍ରାପଡା ସହର ଉପକଣ୍ଠ ଗରାପୁର ମା’ ଦକ୍ଷିଣକାଳୀ ମନ୍ଦିର ପରିସରରେ ଏକ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ଜୁନ ୨୧ ତାରିଖ ଦିନ ଧାନ୍ୟାଧିବାସ ଓ ଅଙ୍କୁରାରୋପଣ କରାଯିବା ପରେ ୨୨ ତାରିଖ ପ୍ରାତଃରେ କଳସ ଯାତ୍ରା, ସୂର୍ଯ୍ୟପୂଜା, ଗୁରୁପୂଜା, ଗୋପୂଜା, ଚତୁର୍ଦ୍ଧାମୂର୍ତ୍ତି ପୂଜା, ମନ୍ଦିର ପ୍ରତିଷ୍ଠା, ଯଜ୍ଞ, ପୂର୍ଣ୍ଣାହୁତି କରାଯାଇଥିଲା । […]

କେନ୍ଦ୍ରାପଡା, ୨୧ା୬: ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌. ଏସ୍ . ପି )ବାବଦରେ କୃଷକମାନଙ୍କୁ ଏଥର ମଧ୍ୟ ପ୍ରତାରଣା କଲା କେନ୍ଦ୍ରର ମୋଦୀ ସରକାର । ଚାଷର ପ୍ରକୃତ ଖର୍ଚ୍ଚକୁ ଆଢୁଆଳରେ ରଖି ଗତ ବୁଧବାର (୧୯-୦୬-୨୦୨୪) ଦିନ କେନ୍ଦ୍ର ସରକାର ଧାନ ସହ ୧୪ ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌.ଏସ୍‌.ପି) ଘୋଷଣା କଲେ । କେନ୍ଦ୍ରୀୟ ମନ୍ତ୍ରୀସଭାର ବୈଠକ ପରେ ଜଣାଇ ଦିଆଗଲା […]

ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଦେୱାନୀ ଅଦାଲତ ପରିସରରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି । ତାଲୁକ ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ତଥା ସିନିଅର ସିଭିଲ ଜର୍ଜ ସୁଶ୍ରୀ ସଂଗୀତା ମଲ୍ଲିକ , ଜେଏମଏଫସି ତଥା ସିଭିଲ ଜର୍ଜ ସମୀକ୍ଷା ମହାନ୍ତି ଓ ମୋନାଲିସା ପ୍ରଧାନ ଏହି ଦିବସରେ ସାମିଲ ହୋଇ ଯୋଗ କରିଛନ୍ତି । ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସୁସ୍ଥତା ପାଇଁ […]

କେନ୍ଦ୍ରାପଡା, ୨୧ା୬: କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ସ୍ନାନ ପୂର୍ଣ୍ଣିମା ନିମନ୍ତେ ବଳଦେବଜୀଉ ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ ନୀତିକାନ୍ତି ନିର୍ଘଣ୍ଟ ସ୍ଥିର କରାଯାଇଛି । ଶନିବାର ସକାଳ ୬ଟାରୁ ୭ଟା ଭିତରେ ବଳଭଦ୍ର, ସାନ ଭାଇ ଜଗନ୍ନାଥ ଓ ମା’ ସୁଭଦ୍ରାଙ୍କୁ ସ୍ନାନ ମଣ୍ଡପକୁ ବିଜେ କରାଯିବ । ସକାଳ ୭ଟା ୩୦ରେ ସ୍ନାନ ମଣ୍ଡପରେ ଜୟ ମଙ୍ଗଳା ଆଳତୀ ପୂର୍ବାହ୍ନ ୧୦ଟାରେ ସ୍ନାନ […]

କେନ୍ଦ୍ରାପଡା, ୨୧ା୬: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି । ଏଥିରେ +୩ କଳା ବିଭାଗର ଭୂଗୋଳ ସମ୍ମାନ ଛାତ୍ରୀ ଅଂଶୁମାନୀ ସାହୁ କଲେଜ ଟପ୍ପର ହୋଇଥିବା ଜଣାପଡିଛି । ସେହିପରି ବାଣିଜ୍ୟ ସମ୍ମାନ ଛାତ୍ର ବିଜୟ କୁମାର ସାହୁ ବାଣିଜ୍ୟ ବିଭାଗରେ ଟପ୍ପର ହୋଇଥିବା ବେଳେ ପଦାର୍ଥ ବିଜ୍ଞାନ ସମ୍ମାନ ଛାତ୍ରୀ ଅର୍ପିତା ପ୍ରିୟଦର୍ଶିନୀ ବିଶ୍ୱାଳ ବିଜ୍ଞାନ ବିଭାଗର ଟପ୍ପର ହୋଇଛନ୍ତି […]

କେନ୍ଦ୍ରାପଡ଼ା,୨୧ା୬:କେନ୍ଦ୍ରାପଡ଼ା କପାଳେଶ୍ୱର ଗ୍ରାମର କ୍ଷେତ୍ରବାସୀ ଜେନା ଇଣ୍ଡସଇଣ୍ଡ ବ୍ୟାଙ୍କ ଠାରୁ ଋଣ ଆକାରରେ ଏକ ଟ୍ରକ କିଣିଥିଲେ । ଇଣ୍ଡସଇଣ୍ଡ ବ୍ୟାଙ୍କ ଋଣ ପୈଠ ବାବଦରେ ମାନସିକ ନିର୍ଯାତନା ଦେବା ଓ ଋଣ ନ ଥାଇ ଟ୍ରକକୁ ଟାଣିନେବା ଉଦ୍ୟମ କରାଯାଇଥିଲା । ଏହି ମାମଲାର ବିଚାର କରି କେନ୍ଦ୍ରାପଡ଼ା ଖାଉଟି ଅଦାଲତ ଇଣ୍ଡସଇଣ୍ଡ ବ୍ୟାଙ୍କକୁ ୧ ଲକ୍ଷ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି । […]

  କେନ୍ଦ୍ରାପଡା,୨୧/୬: ପତଞ୍ଜଳୀ ଯୋଗପୀଠ ତତ୍ତ୍ୱାବଧାନରେ କେନ୍ଦ୍ରାପଡା ଜିଲ୍ଲା ପତଞ୍ଜଳୀ ଯୋଗ ସମିତି ତରଫରୁ ଆୟୋଜିତ ଯୋଗାଭ୍ୟାସ କାର୍ଯ୍ୟକ୍ରମ କେନ୍ଦ୍ରାପଡାସ୍ଥିତ ତିନିମୁହାଣୀ ରାମ ମନ୍ଦିର ପରିସରରେ ସମାଜସେବୀ ଗୋଲଖ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆଜି ସକାଳ ୫ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଓ ଯୋଗପ୍ରେମୀ ଯୋଗାଭ୍ୟାସ କରିଥିଲେ । ପତଞ୍ଜଳୀ ଯୋଗ ସମିତିର କାର୍ଯ୍ୟକର୍ତ୍ତା ଯୋଗଗୁରୁ […]

ପଟ୍ଟାମୁଣ୍ଡାଇ ୨୧/୬ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଥିବା ରାଜନଗର ବିଧାୟକ ଧ୍ରୁବ ସାହୁ ଶପଥ ଗ୍ରହଣ ପରେ ପରେ ଆକ୍ସନ ମୋଡ଼ରେ ଆସିଯାଇଛନ୍ତି । ଜନସାଧାରଣଙ୍କ ମୌଳିକ ସମସ୍ୟା ସମାଧାନ ଓ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ନିଜର ସମସ୍ତ ଶକ୍ତି ଖଟାଇଛନ୍ତି । ଆଜି ବିଧାୟକ ସାହୁ ପଟ୍ଟାମୁଣ୍ଡାଇ ପୌର ପରିଷଦ କାର୍ଯ୍ୟାଳୟରେ ପହଂଚି ପୌରାଂଚଳର ବିଭିନ୍ନ ସମସ୍ୟା ସମାଧାନ ଓ ଅସମ୍ପୂର୍ଣ୍ଣ ରହିଥିବା ବିଭିନ୍ନ ପ୍ରକଳ୍ପର […]

ଭୁବନେଶ୍ୱର,୨୧।୬: ରାଜଧାନୀ ଭୁବନେଶ୍ୱର ତମାଣ୍ଡୋ ଥାନା ଅନ୍ତର୍ଗତ ଏକ ଇଞ୍ଜିନିୟରିଂ କଲେଜ ନିକଟରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଆଜି ସକାଳେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଜଣେ ଯୁବକ ପଡିଥିବାର ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।  ମୃତକଙ୍କ ନାଁ ସୁଶାନ୍ତ ଶତପଥୀ ବୋଲି ସୂଚନା ରହିଛି।

କେନ୍ଦ୍ରାପଡ଼ା, ୨୦ା୬: ରାଜ୍ୟର ଏକ ପ୍ରମୁଖ ସ୍ୱେଛାସେବୀ ଅନୁଷ୍ଠାନ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ବିଭିନ୍ନ ସାମାଜିକ କାର୍ଯ୍ୟରେ ଜଡିତ ଥାଏ । ଏହି କ୍ରମରେ କେନ୍ଦ୍ରାପଡା ଜିଲ୍ଲା ମାଟ୍ରିକ ଟପ୍ପର ହୋଇଥିବା ତଥା ଜିଲ୍ଲାରେ ସର୍ବୋଚ ନମ୍ବର ରଖିଥିବା ରାଜକନିକା ଆର.ଏନ.ହାଇସ୍କୁଲର ଛାତ୍ରୀ ସୁଶ୍ରୀ ଅନନ୍ୟା ବାରିକଙ୍କୁ ଆଜି ଓଳାଭର ଠାରେ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ସୁଶ୍ରୀ ବାରକଙ୍କୁ ଶାଲ, ପୁଷ୍ପଗୁଛ, […]

କେନ୍ଦ୍ରାପଡ଼ା, ୨୦ା୬: କେନ୍ଦ୍ରାପଡା ଜିଲ୍ଲାର ଆଳି ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିନ ମହୁ ବଜାରଦାଣ୍ଡି ଅଙ୍ଗନୱାଡିକେନ୍ଦ୍ରରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କ ନିକଟରେ ଆଜି ଅଭିଯୋଗ କରିଛନ୍ତି । ସେହି ଅଭିଯୋଗ ଅନୁଯାୟୀ ସେହି ଅଙ୍ଗନୱାଡିକେନ୍ଦ୍ର ନିମନ୍ତେ ଔଷଧ କିଣାଯାଇଥିବା ନେଇ ମିଥ୍ୟା ବିଲ୍ ପ୍ରସ୍ତୁତ, ପ୍ଲେସ୍କୁଲ ପାଇଁ କିଟ୍ କିଣାଯାଇଥିବା ନେଇ ମିଥ୍ୟାବିଲ୍ ପ୍ରସ୍ତୁତ, ଗାଁ କଲ୍ୟାଣ ଯୋଜନାରେ ମଞ୍ଜୁର […]

ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ସଚେତନତା ସଭା ପଟ୍ଟାମୁଣ୍ଡାଇ ୨୦/୬ -ତାଲୁକ ଆଇନ ସେବା ସମିତି ତରଫରୁ ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟ ପରିସରରେ ସମ୍ବିଧାନର ବିଭିନ୍ନ ଧାରା, ମୌଳିକ କର୍ତବ୍ୟ ଓ ଅଧିକାର ସଂପର୍କିତ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଛି । ତାଲୁକ ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ତଥା ସିନିଅର ସିଭିଲ ଜର୍ଜ ସୁଶ୍ରୀ ସଂଗୀତା ମଲ୍ଲିକଙ୍କ ଅଧ୍ୟକ୍ଷତା କରି କହିଥିଲେ ଯେ, ମୌଳିକ […]