ପଟ୍ଟାମୁଣ୍ଡାଇ ତା ୬/୧-କେନ୍ଦ୍ରାପଡ଼ା ଜିଲ୍ଲା ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ପକ୍ଷରୁ ଜ୍ୟୋତି କଳସ ରଥ ପଟ୍ଟାମୁଣ୍ଡାଇ ସହର ପରିକ୍ରମା କରିଛି । ବେଲତଳ ଗୁଲ ନଗର ଗାୟତ୍ରୀ ପ୍ରଜ୍ଞାପୀଠ ପରିସରରେ ଜ୍ୟୋତି କଳସ ରଥକୁ ପୂଜାର୍ଚନା ସହ ପୁଷ୍ପମାଲ୍ୟ ଦେଇ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ପରିକ୍ରମା କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଗାୟତ୍ରୀ ପ୍ରଜ୍ଞା ପୀଠରୁ ନାମ ସଂକୀର୍ତନ ସହିତ ଏହି ଜ୍ୟୋତି କଳସ ରଥ ବାହାରି ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବିଭିନ୍ନ ଅଂଚଳ ପରିକ୍ରମା କରି କଷଣଅଣ୍ଟା ସ୍ଥିତ ଗାୟତ୍ରୀ ମନ୍ଦିରରେ ପହଞ୍ଚି ଥିଲା ! ଶିବ ପାର୍ବତୀଙ୍କ ବିବାହ ସମୟର ଅଗ୍ନି ଜ୍ୟୋତି କଳସରେ ସ୍ଥାନିତ ହୋଇଥିବାରୁ ଏହାକୁ ବିଭିନ୍ନ ସ୍ଥାନରେ ପୂଜାର୍ଚନା କରାଯାଇ ଥିଲା ! ସନ୍ଧ୍ୟାରେ ଗୁଲନଗରସ୍ଥିତ ପ୍ରଜ୍ଞାପୀଠରେ ଏହି ରଥ ପହଞ୍ଚିଵା ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ସମନ୍ୱୟକ ପ୍ରଭାତ ଭାଇଙ୍କ ମାର୍ଗ ଦର୍ଶନରେ ପ୍ରଜ୍ଞାପୀଠରେ ବିଶାଳ ଦୀପ ମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି । ଏହି ବିଶାଳ ଦୀପ ମହାଯଜ୍ଞ ଦେଖିବାକୁ ଗାୟତ୍ରୀ ପରିଜନ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା ।