ଛୁଆଳିଆ ପୀଠରେ ଶିକ୍ଷା ବିଭାଗ ଜିଲ୍ଲାସ୍ତରୀୟ ବନ୍ଧୁମିଳନ ସମ୍ପର୍କ -୨୦୨୫



ପଟ୍ଟାମୁଣ୍ଡାଇ ତା ୬/୧- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମା ଛୁଆଳିଆ ପୀଠ ଠାରେ ଆଳି ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ବନ୍ଧୁମିଳନ ଉତ୍ସବ ‘ସମ୍ପର୍କ”-୨୦୨୫ ଅନୁଷ୍ଠିତ ହୋଇଯାଇଛି । ଆଳି ବ୍ଲକ ବି ଆର ସି ସି ଉଦକର ସାମଲଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ଓସେପା ଅତିରିକ୍ତ ନିର୍ଦେଶକ ଡ଼ ସନାତନ ପଣ୍ଡା ମୁଖ୍ୟଅତିଥି, କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ ନାଗ ମୁଖ୍ୟବକ୍ତା ଓ ବିଜୁ ପଟନାୟକ କଲେଜ ଅଧକ୍ଷ ପ୍ରଫେସର ପ୍ରଦୀପ ଗାହାଣ,ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ସୁରମା ମହାପାତ୍ର ଆଳି ବ୍ଲକ ବି ଇ ଓ ନଳିନୀ ରଞ୍ଜନ ରାଉତରାୟ, ପଟ୍ଟାମୁଣ୍ଡାଇ ବି ଇ ଓ ହରିହର ଦଳାଇ ଡେରାବିଶ ବି ଇ ଓ ଶ୍ରୀକାନ୍ତ ବେହେରା, କେନ୍ଦ୍ରାପଡ଼ା ବି ଇ ଓ କୈଳାଶ ଦଳାଇ, ମାର୍ଶାଘାଇ ବି ଇ ଓ ପ୍ରଫୁଲ୍ଲ ସ୍ୱାଇଁ, କୁଜଙ୍ଗ ବି ଇ ଓ ମନୋଜ ବେହେରା, ଜିଲ୍ଲା ବିଜ୍ଞାନ ପରିଦର୍ଶକ ନିଶିଥ ବାରିକ,ପଟ୍ଟାମୁଣ୍ଡାଇ ବ୍ଲକ ବି ଆର ସି ସି ଚନ୍ଦ୍ରଶେଖର ତ୍ରିପାଠୀ, ପଟ୍ଟାମୁଣ୍ଡାଇ ପ୍ରାକ୍ତନ ବି ଇ ଓ ତ୍ରୈଲୋକ୍ୟ ନାୟକ, ରାଜକନିକା ବ୍ଲକ ପ୍ରାକ୍ତନ ବି ଇ ଓ ସରୋଜ ବିହାରୀ, କେନ୍ଦ୍ରାପଡ଼ା ବ୍ଲକ ପ୍ରାକ୍ତନ ବି ଇ ଓ ପାବନୀ ରାଉତ,ଦିଲ୍ଲୀ ସଚିବାଳୟ ଉପସଚିବ ଇଶ୍ୱର ସାହୁ ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗ ଦେଇ ଉତ୍ତମ ବନ୍ଧୁତା ମାଧ୍ୟମ ରେ ସାମ୍ପ୍ରତିକ ଅବକ୍ଷୟମୁଖୀ ସମାଜ କୁ ପରିବର୍ତନ କରି ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ ।  ଆଳି ବ୍ଲକ ସି ଆର ସି ସି ପ୍ରିୟବ୍ରତ ସଞ୍ଜୟ କୁମାର ମହାଳିକ ସ୍ୱାଗତଭାଷଣ ଓ ରାଷ୍ଟ୍ରପତିପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ଶୁଭାଂଶୁ ଦାସ ଅତିଥିପରିଚୟ ପ୍ରଦାନ କରିଥିଲେ ।  ଏହି ବନ୍ଧୁମିଳନ ଉତ୍ସବରେ ସି ଆର ସି ସି ମଳୟ ଜେନା, ରଞ୍ଜନ ବେହେରା,ହଳଧର ସାହୁ ଅକ୍ଷୟ ଜେନା, ବିପ୍ଳବ ସାମଲ, ପ୍ରିୟ ରଞ୍ଜନ ରାଉତରାୟ,ଧୀରେଶ ବେହେରା, ନିରଞ୍ଜନ ଜେନା ପ୍ରମୁଖ ଭାଷଣ ଦେଇଥିଲେ ।  ଏଇ ଅବସରରେ ଆଳି ବ୍ଲକ ନୋଡାଲ ପ୍ରଧାନଶିକ୍ଷକ ଦେବରାଜ ନାୟକ ପ୍ରଧାନଶିକ୍ଷକ ଆରାଧନା ଦାଶ ବିରଞ୍ଚି ନାରାୟଣ ମହାପାତ୍ର, ଧୂଳେଶ୍ୱର ମହାନ୍ତି, ସଦାନନ୍ଦ ଲେଙ୍କା, ଚିତ୍ତ ରଞ୍ଜନ ପତି ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାକ୍ତନ ବି ଆର ସି ସି ଅଭିମନ୍ୟୁ ପଢିଆରୀ, ପ୍ରାକ୍ତନ ନୋଡାଲ ପ୍ରଧାନଶିକ୍ଷକ ସଚିତ୍ର ବେହୁରା, ସୁରେଶ ଜେନା,ଗଙ୍ଗାରାମ ପୁର ହାଇସ୍କୁଲ ପ୍ରଧାନଶିକ୍ଷକ ଚିତ୍ତ ରଞ୍ଜନ କବି, ପ୍ରଧାନଶିକ୍ଷକ ବିଜୟ ବେହେରା, ପ୍ରାକ୍ତନ ଏସ ଆଇ ବିଜୟ ଜେନା,ଶିକ୍ଷକନେତା ଅରକ୍ଷିତ ସାହୁ,ପ୍ରଫୁଲ୍ଲ ସ୍ୱାଇଁ,ଆରତ କୁମାର ନାୟକ, ଶିକ୍ଷୟତ୍ରୀ ଅର୍ଚନା ବଳ, ପ୍ରାକ୍ତନ ସି ଆର ସି ସି ଗୋଲକ ମଲ୍ଲିକ, ମନୋଜ ମୁଦୁଲି, ଚିତ୍ତ ରଞ୍ଜନ ଜେନା, ଆନନ୍ଦ ମହାପାତ୍ର, ଅମୀୟ ସୂତାର, ବିଧାନ ପରିଡା, ପ୍ରକାଶ ପାତ୍ର, ସାଗର ସାମଲ, ଚତୃର୍ଭୁଜ ନାୟକ, ସମୀର ଭୋଇ, ଚିତ୍ତରଞ୍ଜନ ଲାହା,ଅଶୋକ ପରିଡା,ମନୋରଞ୍ଜନ ପଟନାୟକ, ବଳଦେବ ଉପାଧ୍ୟାୟ, ସଂଜୀବ ତରାଇ,ସେକ ମାତିଉଲ୍ଲା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।  ଏହି ବନ୍ଧୁ ମିଳନ ଉତ୍ସବରେ ଜିଲ୍ଲାର ୯ଟି ବ୍ଲକର ଶିକ୍ଷାଧିକାରୀ, ବି ଆର ସି ସି, ସି ଆର ସି ସି, ୩୦୦ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ । ଶେଷରେ ଆଳି ବ୍ଲକ ବି ଆର ସି ସି ଉଦକର ସାମଲ ଧନ୍ୟବାଦ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading