ପାଠକଟିଏ ଲେଖକର ଅମ୍ଳଜାନ ସଦୃଶ୍ୟ


ପୁସ୍ତକମେଳାର ସପ୍ତମ ସନ୍ଧ୍ୟା

କେନ୍ଦ୍ରାପଡା,୧୨ା୧: କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜର୍ସ (କେମ୍‌) ଦ୍ୱାରା ଆୟୋଜିତ ଦ୍ୱାବିଂଶତମ ରାଜ୍ୟସ୍ତରୀୟ ପୁସ୍ତକମେଳା ସହରସ୍ଥିତ ଟେଲିକମ ଗ୍ରାଉଣ୍ଡ ପରିସରରେ ଦ୍ୱାବିଂଶ କେନ୍ଦ୍ରାପଡା ରାଜ୍ୟସ୍ତରୀୟ ପୁସ୍ତକମେଳାର ୭ମ ଦିବସରେ କେମ୍‌ର ଉପଦେଷ୍ଟା ଡ. ବିରଜା ରାଉତରାୟଙ୍କ ସଂଯୋଜନାରେ କଥା ସାହିତ୍ୟର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ‘ସୃଜନୀ ଅଧିବେଶନ’ ଅନୁଷ୍ଠିତ ହୋଇଥିଲା । ଏଥିରେ ଲେଖକ, କବି ଓ ଗାଳ୍ପିକମାନେ ସେମାନଙ୍କର ଲେଖନୀୟ ଜୀବନର ନିଚ୍ଛକ ଅନୁଭୂତି ଓ ସ୍ମୃତିକୁ ନେଇ ପ୍ରଶ୍ନଗୁଡିକର ଉତ୍ତର ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ବିଶିଷ୍ଟ କଥାକାର ବିଷ୍ଣୁ ସାହୁ, ସରୋଜିନୀ ସାହୁ, ଭୀମ ପୃଷ୍ଟି, ବିଶିଷ୍ଟ କବି ଶତ୍ରୁଘ୍ନ ପାଣ୍ଡବ ଓ ଅଭୟ ନାୟକ ଯୋଗ ଦେଇ ପ୍ରଶ୍ନ କରିଥିବା ବେଳେ ଅଧ୍ୟାପକ ତପନ ପତି, ଡ. ଯତୀନ୍ଦ୍ର ରାଉତ ଓ ପ୍ରେମାନନ୍ଦ ଖଣ୍ଡୁଆଳ ପାଠକ ଅଧିବକ୍ତା ଭାବରେ ଯୋଗ ଦେଇ ଉତ୍ତର ରଖିଥିଲେ । ପାଠକଟିଏ ଲେଖକର ଅମ୍ଳଜାନ ସଦୃଶ୍ୟ । ପାଠକର ମନ ଲେଖକର କଲମର ମୁନକୁ ଛୁଇଁପାରିଲେ ହିଁ ସାହିତ୍ୟ ସବୁବେଳେ ଲୋକପ୍ରିୟ ହୋଇଥାଏ ବୋଲି ପାଠକ ଦରବାରରେ ଲେଖକ ଶୀର୍ଷକ ସୃଜନଶୀଳ ଅଧିବେଶନରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଆୟୋଜିତ ନୂଆ ସ୍ୱାଦର ସାରସ୍ୱତ ଆସରରେ କେମ୍‌ର ସଭାପତି ଅକ୍ଷୟ ପାଣି ସ୍ୱାଗତ ସୂଚନା ପ୍ରଦାନ କରିଥିବା ବେଳେ ଆୟବା କଲେଜର ଅଧ୍ୟକ୍ଷ ଡ. ବିନାୟକ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମଞ୍ଚ ତଳେ ବିଶିଷ୍ଟ କଥାକାର ରାମଚନ୍ଦ୍ର ବେହେରା, ଲକ୍ଷ୍ମୀନାରାୟଣ ଅଧିକାରୀ, ଡ. ହିମାଂଶୁ ପରିଡା, ପ୍ରଫେସର ନନ୍ଦକିଶୋର ପରିଡା, ଅଧ୍ୟାପକ ମାନସ ଦାସ, ଅଧ୍ୟାପକ ପବିତ୍ର ସ୍ୱାଇଁ, ଶିକ୍ଷକ ନୃସିଂହ ଚରଣ ତ୍ରିପାଠୀଙ୍କ ସମେତ ବହୁ ସାହିତ୍ୟପ୍ରେମୀ ଉପସ୍ଥିତ ଥିଲେ ।
ଆଜି ଅପରାହ୍ନରେ ବସନ୍ତ କନକ ସ୍ମୃତି ସଂସଦ ଆନୁକୂଲ୍ୟରେ କେମ୍ ତରଫରୁ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ କେମ୍‌ର ସଭାପତି ଅକ୍ଷୟ ପାଣିଙ୍କ ସଭାପତିତ୍ୱରେ ଅତିଥି ଭାବେ ଆଇନଜୀବୀ ସୁଶ୍ରୀ କୁମାରି ନାୟକ, ସୁଶ୍ରୀ ସଙ୍ଗିତା ପରିଡା, ସମ୍ପାଦକ ଏମ୍‌ଡି ଜାହିଦ୍ ଖାନ୍‌, ସାଂସ୍କୃତିକ ସମ୍ପାଦକ ହିମାଂଶୁ ଦାସ, ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରତାପ କୁମାର ସ୍ୱାଇଁ, ସରୋଜକାନ୍ତ ସାହୁ, ଅମ୍ରିନ୍ ସାହାଦତ୍‌, ରାଜେନ୍ଦ୍ର ମହାପାତ୍ର, ନିଶିକାନ୍ତ ସେଠୀ, ମଞ୍ଜୁଶ୍ରୀ ଦାସ, ସନ୍ଦୀପ କୁମାର ସାହୁ, ବଂଶୀଧର ମହାନ୍ତି, ଧର୍ମଦର୍ଶୀ କର, ଗୋଲାପ ରାଉତ, ଲିଜା ପଣ୍ଡା, ଦିଲ୍ଲୀପ ସାହୁ ପ୍ରମୁଖ ଉପସ୍ଥିତ ରହି କେମ୍ ଦ୍ୱାରା ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ଆଜିର ପୁସ୍ତକମେଳାରେ ପ୍ରଶାନ୍ତ ଆଚାର୍ଯ୍ୟ, ମଞ୍ଜୁଶ୍ରୀ ଦାଶ, ତାରିଣୀ ପାଟ୍ଟଯୋଶୀ, ଲକ୍ଷ୍ମୀକାନ୍ତ ନାୟକ, ଶିବ ଶଙ୍କର ଦାଶ, ନିଶିକାନ୍ତ ସେଠୀ ପ୍ରମୁଖ ପରିଚାଳନା କରିଥିଲେ । ପୁସ୍ତକ ମେଳାରେ ପାଠକଙ୍କ ଭିଡକୁ ଲକ୍ଷ୍ୟ କରି ସୁପରିଚାଳନା ପାଇଁ କେନ୍ଦ୍ରାପଡା ଟାଉନ୍ ଥାନା ଅଧିକାରୀ ଦିଲ୍ଲୀପ ସାହୁ ସମସ୍ତ ସହଯୋଗ କରିଥିଲେ ।


Next Post

ସ୍ୱାସ୍ଥ୍ୟରକ୍ଷା ଦିଗରେ ଧର୍ମଗୁରୁ ସଭା

Sun Jan 12 , 2025
କେନ୍ଦ୍ରାପଡା,୧୨ା୧:  କେନ୍ଦ୍ରାପଡା ଜିଲ୍ଲା ବାରୋଠାରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରେ ଏକ ଧର୍ମଗୁରୁ ସଭା ରବିବାର ଆୟୋଜିତ ହୋଇଯାଇଛି । ସମାଜରୁ କୁସଂସ୍କାର ଓ ଅନ୍ଧ ବିଶ୍ୱାସ ଦୂର କରିବାକୁ ଧାର୍ମିକ ବ୍ୟକ୍ତିବିଶେଷ ଲୋକଙ୍କୁ ସଚେତନ କରିବେ ତଥା ଅସୁସ୍ଥ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ସକାଶେ ସକାରାତ୍ମକ ଉପଦେଶ ଦେବେ । ଅତ୍ୟଧିକ ଶ୍ୱେତସାର ଜାତୀୟ ଖାଦ୍ୟ ଖାଇବା ଯୋଗୁଁ ଇନ୍‌ସୁଲିନର କାର୍ଯ୍ୟ ବାଧାପ୍ରାପ୍ତ ହେବା ଏବଂ ରୋଗ ସଂକ୍ରମଣ […]

KANIKA