କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବନ୍ଧୁମିଳନ



କେନ୍ଦ୍ରାପଡା,୧୭ା୧:କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବଣଭୋଜି ଓ ବନ୍ଧୁମିଳନ ଶୁକ୍ରବାର ନରେନ୍ଦ୍ରପୁର ଯଜ୍ଞ ପଡିଆ(ବଡଗୋବରୀ ଅଣ୍ଟା)ଠାରେ ସଭାପତି ଡଃ ଉପେନ୍ଦ୍ରନାଥ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଉପଦେଷ୍ଟା ପ୍ରାକ୍ତନ ଅଧ୍ୟକ୍ଷ ଅଜୟ ସାମଲ ସମସ୍ତଙ୍କୁ ସ୍ୱାଗତ କରି ସମସ୍ତଙ୍କର ସୁସ୍ଥ ଓ ନିରାମୟ ସୁଖପ୍ରଦ ଜୀବନ କାମନା କରିଥିଲେ । ପରିବେଶ ସୁରକ୍ଷା ନିମନ୍ତେ ସମସ୍ତେ ସଜାଗ ରହିବା ପାଇଁ ବରିଷ୍ଠ ସଭ୍ୟ ଡଃ ଦିଲ୍ଲିପ ମିଶ୍ର ଆହ୍ୱାନ ଦେଇଥିଲେ । ସାଂଗଠନିକ ସମ୍ପାଦକ ବୈଷ୍ଣବ ସ୍ୱାଇଁ ଓ ସମ୍ପାଦକ କରୁଣାକର ଦାସ ବଣଭୋଜିର ଆୟୋଜନ କରିଥିଲେ । ଅଧିକାରୀ ରାଧାକାନ୍ତ ଦାଶ, ଶ୍ରୀନିବାସ ପରିଡା, ଶ୍ରୀକାନ୍ତ ସାହୁ, କେଦାର ସ୍ୱାଇଁ, ବସନ୍ତ ନାୟକ, ଭାସ୍କର କର, ରବିନ୍ଦ୍ର ମହାନ୍ତି, ଅଜିତ ରାଉତ, ଦୟାନିଧି ପାତ୍ର, ନରେନ୍ଦ୍ରନାଥ ମହାରଣା, ଡଃ ରମାନାଥ ମହାନ୍ତି, ଗୋଲଖ ମହାଭୋଇ, ବିଷ୍ଣୁ ମହାରଣା, ବିଜୟ ନାୟକ, ଗୌରାଙ୍ଗ ସାହୁ, ରବି ପାତ୍ର, ଶ୍ରୀଚରଣ ସାମଲ, ମଧୁସୂଦନ ବାରିକ, ମୋହନ ଚରଣ ଜେନା, ପ୍ରଭାକର ସାମଲ, ସୁରେଶ ପଟ୍ଟନାୟକ, ମହେନ୍ଦ୍ର ପଟ୍ଟନାୟକ, ଚିତ୍ତ ରଞ୍ଜନ ବେହେରା, ରବିନ୍ଦ୍ରନାଥ ପଲାଇ, ପ୍ରଫୁଲ୍ଲ ମହାପାତ୍ରଙ୍କ ସମେତ ୩୫ଜଣରୁ ଉର୍ଦ୍ଧ୍ୱ ସଭ୍ୟ ଏଥିରେ ଯୋଗ ଦେଇଥିଲେ । ପ୍ରକୃତିବନ୍ଧୁ ନୃସିଂହ ଚରଣ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading