କେନ୍ଦ୍ରାପଡ଼ା,୧୯ା୧: କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ୍ ଆସୋସିଏସନ ଏବଂ ଓସିଏର ମିଳିତ ଆନୁକୂଲ୍ୟରେ ଜିଲାସ୍ତରୀୟ ଜୁନିୟର୍ ଆନ୍ତଃକ୍ଲବ ସୁପର ଲିଗ୍ ମ୍ୟାଚ୍ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ରେ ଇଲେଭେନଷ୍ଟାର କ୍ରିକେଟ୍ କ୍ଲବ ଓ ବାଲାବାବା କ୍ରିକେଟ୍ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚ୍ରେ ପ୍ରଥମେ ବାଲାବାବା କ୍ରିକେଟ୍ କ୍ଲବ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ଇଲେଭେନଷ୍ଟାର କ୍ରିକେଟ୍ କ୍ଲବ ବ୍ୟାଟିିଂ କରି ୪୦ ଓଭରରେ ୬ ୱିକେଟ୍ ବିନିମୟରେ ୩୯୮ ରନ୍ କରିଥିଲା । ଜବାବରେ ବାଲାବାବା କ୍ରିକେଟ୍ କ୍ଲବ ୨୪.୧ ଓଭରରେ ୧୦ ୱିକେଟ୍ ବିନିମୟରେ ୧୨୧ ରନ୍ କରିଥିଲା। ଫଳରେ ଇଲେଭେନଷ୍ଟାର କ୍ରିକେଟ୍ କ୍ଲବ ୨୭୭ ରନ୍ରେ ବିଜୟୀ ହୋଇଥିଲା । ଏହି ମ୍ୟାଚରେ ଇଲେଭେନଷ୍ଟାର କ୍ରିକେଟ୍ କ୍ଲବର କୁବେର ସାହୁ ୧୭ଟି ଚୌକା ଓ ୩ଟି ଛକା ମାରି ୭୨ ବଲ୍ରେ ୧୩୬ ରନ୍ ବ୍ୟାଟିଂ କରି ମ୍ୟାନ ଅଫ୍ ଦ ମ୍ୟାଚ୍ ହୋଇ ଟ୍ରଫି ହାସଲ କରିଥିଲେ । ଦୀପକ କୁମାର ବାରିକ ଟ୍ରଫି ପ୍ରଦାନ କରିଥିଲେ । ବିଶ୍ୱଜିତ ଅଧିକାରୀ ଓ ଲଲିତେଣ୍ଡୁ ପଣ୍ଡା ଅମ୍ପାୟର ଭାବେ ମ୍ୟାଚ୍ ପରିଚାଳନା କରିଥିଲେ । ଚିରଞ୍ଜୀବୀ ବଳ ଓ ଏସ୍କେ ମିନାଜୁଦ୍ଦିନ୍ ସ୍କୋରର ଭାବେ ପରିଚାଳନା କରିଥିଲେ । ବରଦାକାନ୍ତ ବରାଳ ଏହି ଖେଳର ବିବରଣୀ ପ୍ରକାଶ କରିଥିଲେ । କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ ଆସୋସିଏସନର ସମ୍ପାଦକ ଶୁଭାଶିଷ ସେନାପତିଙ୍କ ତତ୍ୱାବଧାନରେ ଆକବର ଅଲ୍ଲୀ ଖାନ, କାର୍ତ୍ତିକ ସାହୁ, ସମିର ମହାପାତ୍ର ଏହି ଖେଳକୁ ପରିଚାଳନା କରିଥିଲେ ।