କେନ୍ଦ୍ରାପଡ଼ାର ସ୍ୱର-କାଲି ଓ ଆଜିର



କେନ୍ଦ୍ରାପଡା ୨୭/୧୨ – ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ୍ୱାରୋ ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଆନୁକୁଲ୍ୟରେ ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ କେନ୍ଦ୍ରାପଡ଼ାର ସ୍ୱର – କାଲି ଓ ଆଜିର ଶୀର୍ଷକ ଅଭିନବ ସଙ୍ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। କଳା ନିକେତନ ତଥା ରେଡ଼ିଓ ଭାବଗ୍ରାହୀ ର ପ୍ରତିଷ୍ଠାତା ସଙ୍ଗୀତଜ୍ଞ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାଣୀ ୍ୱିନୋଦର ସଭାପତି ନିରଞ୍ଜନ ପରିଡା ମୁଖ୍ୟ ଅତିଥି, ସମାଜସେବୀ ହରିଶ୍ଚନ୍ଦ୍ର ଜେନା ମୁଖ୍ୟ ବକ୍ତା ଏବଂ ଶିକ୍ଷାବିତ୍ ଦିଲ୍ଲୀପ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଅକ୍ଷୟଙ୍କ ପଟ୍ଟ ଶିଷ୍ୟ ବିମଳ ପ୍ରସାଦ ପରିଡା ଅକ୍ଷୟ ମହାନ୍ତି ଏବଂ ଗଣକବି ଗୋପାଳ ଦାଶଙ୍କ କାଳଜୟୀ ସଙ୍ଗୀତ ଗାଇଥିଲେ। ଉପେନ୍ଦ୍ର କୁମାର ପାଢ଼ୀ ବାଣୀ କଣ୍ଠ ନିମାଇଁ ହରିଚନ୍ଦନ ଏବଂ ଭଜନ ସମ୍ରାଟ ଭିକାରୀ ବଳଙ୍କ ସଙ୍ଗୀତ ଗାଇଥିଲେ। ନିରୁପମା ଜେନା ତୃପ୍ତି ଦାଶ ଏବଂ ବିମଳ ପରିଡାଙ୍କ ଜନପ୍ରିୟ ସଙ୍ଗୀତ ଗାଇଥିଲେ। ରଞ୍ଜନ ବରାଳ, ଅଜୟ ଜେନା ଏବଂ ତୋଫାନ ମଲିକ ବାଦ୍ୟ ଯନ୍ତ୍ରରେ ସହାୟତା କରିଥିଲେ। ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ସୈ।ଜନରୁ ସ୍ମୃତିରେଖା ବିଶ୍ୱାଳ, ପ୍ରତୀକ୍ଷା ନାୟକ, କୁସୁମ ପଣ୍ଡା, ନିବେଦିତା ନାୟକ, ରାଜଲକ୍ଷ୍ମୀ ପ୍ରଧାନ, ମାମାଲି ସାହୁ, ପାପାଲି ସାହୁ ପ୍ରମୁଖ ଶିଳ୍ପୀମାନେ ଓଡ଼ିଶୀ ଓ ଆଧ୍ୟାତ୍ମିକ ନୃତ୍ୟ ପରିବେଷଣ କରିଥିଲେ। ସମ୍ପଦ ପରିଡା, ରେଡ଼ିଓ ଭାବଗ୍ରାହୀର ମୁଖ୍ୟ ଧୀରାମଣି ପରିଡା, ରାଧାକାନ୍ତ ଦାଶ, ପ୍ରଭାତ ବେହେରା, ୍ୱ୍ରଜ କିଶୋର ଓଝା, ଦେବପ୍ରସାଦ ବିଶ୍ୱାଳ, ଶେଖର ଦାସ, ଜୟନ୍ତୀ ସୂତାର, ଉର୍ମିଳା ସୂତାର, ଲକ୍ଷ୍ମୀପ୍ରିୟା ପରିଡା, ଇଂଜିନିୟର ବିଶ୍ୱଜିତ ପରିଡା ଏବଂ ସୁଶ୍ରୀ ସଙ୍ଗୀତା ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଆବାହକ ବିମଳ ପ୍ରସାଦ ପରିଡା କେନ୍ଦ୍ରାପଡ଼ାର ସ୍ୱର-କାଲି ଓ ଆଜିର କାଲିର କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading