ପଟ୍ଟାମୁଣ୍ଡାଇ କୋର୍ଟରେ ଆଇନ ସଚେତନତା ଶିବିର



ପଟ୍ଟାମୁଣ୍ଡାଇ ୩୦/୧କଳ୍ପତରୁ ନାୟକ- ସୁପ୍ରିମ କୋର୍ଟଙ୍କ ରାୟକୁ ଇଂରାଜୀ ଭାଷା ବଦଳରେ ଆଂଚଳିକ ଭାଷାରେ ଅନୁବାଦ କରିବା ସମ୍ପର୍କରେ ତାଳୁକ ଆଇନ ସେବା ସମିତି ପକ୍ଷରୁ ଏକ ସଚେତନତା ଶିବିର ପଟ୍ଟାମୁଣ୍ଡାଇ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟର ଅତିରିକ୍ତ ଜିଲ୍ଲା ଜଜ ବିଦ୍ୟାଧର ପୃଷ୍ଟିଙ୍କ ପୌରହିତ୍ୟ ଓ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷା ସବଜଜ ସୁଶ୍ରୀ ସଂଗୀତା ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ସଚେତନତା ଶିବିରରେ ପଟ୍ଟାମୁଣ୍ଡାଇ ସିଭିଲକୋର୍ଟର ବିଚାରପତି ତଥା ଜେଏମଏଫସି. ଡ଼ି.କେ. ବାଲକ୍ରୀଷନ ଆଂଚଳିକ ଭାଷାରେ ସୁପ୍ରିମକୋର୍ଟ ଠାରୁ ଆରମ୍ଭ କରି ବିଭିନ୍ନ କୋର୍ଟ ରାୟ ବାହାରିଲେ ବିଭିନ୍ନ ଭାଷାଭାଷୀ ଲୋକମାନେ ରାୟକୁ ପଢ଼ି ବୁଝି ପାରିବେ । ଯାହାଫଳରେ ସମାଜର ଅଶେଷ ମଙ୍ଗଳ ହୋଇପାରିବ ବୋଲି ମତ ପ୍ରକାଶ କରିବା ସହିତ ବିଭିନ୍ନ ଆଇନ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଶିବିରରେ ଅଇନଜିବୀ ଧୀରେନ୍ଦ୍ରନାଥ ସାହୁ ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଥିରେ ବରିଷ୍ଠ ଆଇନୀଜୀବି ଭବାନୀ ଶଙ୍କର ପଣ୍ଡା , ଶରତ ମଲ୍ଲିକ ସିଭିଲ କୋର୍ଟର କର୍ମକର୍ତା ମୁରଲୀଧରସିଂହ ବିକ୍ରମ ସାମଲ, ବକୁଳ ଚନ୍ଦ୍ର ନାୟକ, ନିତ୍ୟାନନ୍ଦ ସେଠୀ, ସଞ୍ଜୟ କୁମାର ଧଳ, ବିମଲ କାନ୍ତ ପ୍ରଧାନ, ଜନ କୁମାର ହାଁସଡା, ବିଶ୍ୱଜିତ ସାହାଣୀ, ଅରବିନ୍ଦ ରାଉତରାୟ, ମଧୁସ୍ମିତା ରାମ, ପ୍ରିୟମ୍ବଦା ବେହେରା, ଚନ୍ଦ୍ର ଶେଖର ଲେଙ୍କା, ସୌମ୍ୟ ଶୁଭକାନ୍ତ ଷଡ଼ଙ୍ଗୀ, ସୁନିତା ବେହୁରା,ଗଣନାଥ ତ୍ରିପାଠୀ, ସୌମ୍ୟ ରଞ୍ଜନ ପଣ୍ଡା, ରାଜେନ୍ଦ୍ର ମୁର୍ମୁ,ଅନିଲ କୁମାର ବାରିକ,ମନୋଜ କୁମାର ମାଝୀ ଦୀପକ କୁମାର ସାମଲ, ବିଭୁତି ଭୂଷଣ ବେହେରା, ମାନସ ରଞ୍ଜନ ସ୍ୱାଇଁ, ସୁଧାଂଶୁ ଲେଙ୍କା ,ଲିଗାଲ ଏଡ଼ କର୍ମକର୍ତା ଅପର୍ଣା ସାମଲ, ମୋହନ ଦାଶ, ଅମରେନ୍ଦ୍ର ରାଉତ,ଅରବିନ୍ଦ ପଣ୍ଡା,ସମସ୍ତ ପି ଏଲ ଭି ସଭ୍ୟ ଓ ସଭ୍ୟା ଯୋଗ ଦେଇଥିଲେ । ଶେଷରେ ପଟ୍ଟାମୁଣ୍ଡାଇ ଓକିଲ ସଂଘ ଉପସଭାପତି ସୁରେଶ କୁମାର ନରେନ୍ଦ୍ର ଧନ୍ୟବାଦ ଦେଇଥିଲେ।


Discover more from

Subscribe now to keep reading and get access to the full archive.

Continue reading