ନିର୍ମାଣାଧିନ ୫୩ ନମ୍ବର ଜାତୀୟ ରାଜପଥ ପାଲଟିଛି ମୃତ୍ୟୁଯନ୍ତା


ଦୁର୍ଘଟଣାରେ ଦୁଇ ଗୁରୁତର, ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା ଓ ଠିକାସଂସ୍ଥାକୁ ଦାୟୀ କଲେ ଜନସାଧାରଣ


ଡ଼େରାବିଶ ୧୪ । ୦୭ (ବେବର୍ତା ଅଜୟ ଦାସ) – ଚଣ୍ଡିଖୋଲ ପାରାଦ୍ୱୀପ ୫୩ ନମ୍ବର ଜାତୀୟ ରାଜପଥର ଡେରାବିଶ ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ଛକରେ ସୋମବାର ଅପରାହ୍ନରେ ଏକ ଦୁର୍ଘଟଣା ଘଟି ୨ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଦ୍ୱୟ ହେଲେ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭୁଲୁକା ଗ୍ରାମର ସରୋଜ କୁମାର ଜେନା(୫୨) ଓ ତାଙ୍କ ସ୍ତ୍ରୀ ଅଂଜନା ଜେନା (୪୭)। ଉଭୟ ନିଜ ଘରୁ କେନ୍ଦ୍ରାପଡାର ସନ୍ଥପୁରା ସ୍ଥିତ ନିଜ ସଂପର୍କିୟ ଘରକୁ ବାଇକ ଯୋଗେ ଯାଉଥିବା ବେଳେ ଲକ୍ଷ୍‌ୀନାରାୟଣପୁର ଛକ ନିକଟରେ ଟ୍ରକ ଧକ୍କାରେ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହେଯାଗରେ ଚିକିତ୍ସା ପାଇଁ ପ୍ରଥମେ ନିକଟସ୍ଥ ଡେରାବିଶ ଗୋଷ୍ଠୀ ସ୍ୱାସ୍ଥ୍ୟକୁ ନିଆଯାଇଥିଲା। ମାତ୍ର ସେଠାରେ ଅବସ୍ଥା ଅଧରକ ସଙ୍କଟାପନ୍ନ ହେବାରୁ ଉଭୟ ଗୁରୁତରଙ୍କୁ କଟକଟ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଦୁର୍ଘଟଣାକୁ ନେଇ ଲକ୍ଷ୍ମୀନାରାୟଣପୁର ଛକରେ ଉତେଜନା ସୃଷ୍ଟି ହୋଇଥିଲା। ଖବର ପାଇଁ ଡେରାବିଶ ଥାନା ପୁଲିସ ଘଟଣ।।ସ୍ଥଳରେ ପହଂଚି ପରିସ୍ଥିତିକୁ ଆୟତ କରିଥିଲା। ସୁଚନାଯୋଗ୍ୟ ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା ପକ୍ଷରୁ ଚଣ୍ଡିଖୋଲ ପାରାଦ୍ୱୀପ ୫୩ ନମ୍ବର ଜାତୀୟ ରାଜପଥର ନିର୍ମାଣ କାର‌୍ୟ୍ୟ ବର୍ଷାଧିକ କାଳ ହେବ ଚାଲିଛି। ମାତ୍ର ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା ଓ ଠିକା ସଂସ୍ଥା ଦାୟିତ୍ୱହିନତା ପାଇଁ ଏହି ନିର୍ମାଣଧିନ ରାସ୍ତାରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ବହୁ ଧନ ଜିବନ ନଷ୍ଟା ହୋଇଚାଲିଛି। ଏହି ରାସ୍ତାର ଯାଜପୁର ଜିଲ୍ଲାର ମାତକତପୁର ଠାରୁ ଗୋପ ଛକ ଯାଏ ୨୨କିମି ରାସ୍‌ତା ପ୍ରଶସ୍ତିକରଣ ପାଇଁ ବାହାର ରାଜ୍ୟର ଏକ ଘରୋଇ ଠିକାସଂସ୍ଥା କାର‌୍ୟ୍ୟ କରୁଛି। ହେଲେ ସମସ୍ତ ନିୟନ କାନୁନକୁ ବେଖାତିର କରି ନିଜ ମନ ଇଚ୍ଛା ଅତି ନିମ୍ନମାନର କାର‌୍ୟ୍ୟ କରୁଥିବାରୁ ବିଭିନ୍ନ ସମୟରେ ଅଂଚଳବାସୀଙ୍କ ତରଫରୁ ବିଭିନ୍ନ ସମୟରେ ବିଭାଗୀୟ କତୃପକ୍ଷ ଓ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗମାନ ହୋଇ ଆସୁଛି। ମାତ୍ର ଜାତୀୟ ପ୍ରାଧିକରଣ ସଂସ୍ଥା ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଉ ନଥିବାରୁ ଏହି ରାସ୍ତାଟି ବର୍ତମାନ ମୃତ୍ୟୁଯନ୍ତା ପାଲଟିଛି। କେବେବେଳେ ଦୁର୍ଘଟଣାରେ କାହାର ଯିବନ ଚାଲିଯିବ ସେନେଇ ସାଧାରଣରେ ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି। ବିଶେଷକରି ଏହି ପ୍ରଶସ୍ତିକରଣ ରାସ୍ତା ପାଇଁ ନିର୍ମାଣ ହେଉଥିବା ଓଭର ବ୍ରିଜର ଉଭୟ ପାଶ୍ୱର୍ରେ କରାଯାଉଥିବା ଅଣଓସାରିଆ ଡାଇଭରସନ ରାସ୍ତା ଓ ଏଥିପାଇଁ ନିର୍ମାଣ ହୋଇଥିବା ଶତାଧିକ ହମ୍ପସ ଦୁର୍ଘଟଣାର ମୁଖ୍ୟ କାରଣ ସାଜିଛି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି। ପ୍ରତ୍ୟେକ ହମ୍ପସରେ ରଙ୍ଗ ଦିଆଯାଇ ଏବଂ ସେଠାରେ ରେଡିୟମ ଲାଇଟ ବ୍ୟବସ୍ଥା କରାଯିବାର ନିୟମ ରହିଥିଲେ ମଧ୍ୟ ବିଭାଗ କିମ୍ବା ଠିକାସଂସ୍ଥା ଏହି ନିୟମକୁ ଉଲଂଘନ କରି ଚାଲିଛନ୍ତି। ଏବିଷୟରେ ପ୍ରାଧିକରଣ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଜେ ପି ବର୍ମାଙ୍କୁ ବାରମ୍ବାର ଅଂଚଳବାସୀଙ୍କ ପକ୍ଷରୁ ଅଭିଯୋଗ କରାଯାଉଥିଲେ ମଧ୍ୟ ଏହାର ତୁରନ୍ତ ସମାଧାନ ହେବ ବୋଲି କହୁଥିବା ବେଳେ ବିଭାଗ ସଂପୁର୍ଣ୍ଣ ନିରବ ଦ୍ରଷ୍ଟା ପାଲଟିଛି ବୋଲି ପୁର୍ବତନ ସରପଂଚ ତ୍ରୀଲୋଚନ ରାଉତ କହିଛନ୍ତି। ରାସ୍ତା ନିର୍ମାଣ ତ୍ରୁଟିକୁ ତୁରନ୍ତ ସମାଧାନ ନକଲେ ଅଂଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ତ୍ରୀଲୋଚନ ଚେତାବନୀ ଦେଇଛନ୍ତି। (


Leave a Reply

Your email address will not be published. Required fields are marked *

Next Post

ବୃକ୍ଷରୋପଣ ଓ ପରିବେଶ ସଚେତନତା

Tue Jul 15 , 2025
କେନ୍ଦ୍ରାପଡ଼ା,୧୪ା୭: ଦିନକୁ ଦିନ ନଷ୍ଟ ହୋଇଯାଉଥିବା ପରିବେଶରେ ପ୍ରକୃତି ତା’ର ସନ୍ତୁଳନ ହରାଇବସିବା ସହ ଅସମୟରେ ପ୍ରାକୃତିକ ବିପର୍ଯ୍ୟୟ ସହ ଋତୁଚକ୍ରରେ ପରିବର୍ତ୍ତର୍ନ ହେବାରେ ଲାଗିଲାଣି । ଆଗାମୀ ପିଢ଼ି ଏକ ସବୁଜ ସୁନ୍ଦର ପୃଥିବି ପାଇବା ସହ ପ୍ରାକୃତିକ ବିପର୍ଯ୍ୟୟରୁ ଜନଜୀବନକୁ ସୁରକ୍ଷିତ ରଖିବା ପାଇଁ ସାରାବିଶ୍ୱ ବର୍ତ୍ତମାନ ପରିବେଶ ସୁରକ୍ଷା ଚିନ୍ତାରେ ପଡିଯାଇଛି। ଏହାକୁ ସାକାର କରିବା ପାଇଁ କେନ୍ଦ୍ରାପଡ଼ାର ଶିବାୟ ଟିଉଟୋରିଆଲର ଛାତ୍ରଛାତ୍ରୀଙ୍କ ଉଦ୍ୟମରେ କେନ୍ଦ୍ରାପଡା […]

You May Like