ଶ୍ରୀ ବଳଦେବଜୀୟୁ ଟ୍ରଷ୍ଟ ବୋର୍ଡ ବୈଠକ



କେନ୍ଦ୍ରାପଡା,୨୪ା୧୦: ତୁଳସୀ କ୍ଷେତ୍ରର ଆରାଧ୍ୟଦେବତା ଶ୍ରୀ ଶ୍ରୀ ବଳଦେବ ଜୀୟୁଙ୍କ ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକ ଗତ ଗୁରୁବାର ସନ୍ଧ୍ୟାରେ ମନ୍ଦିର ଯାତ୍ରୀ ନିବାସ ସଭା କକ୍ଷରେ ଟ୍ରଷ୍ଟ ବୋର୍ଡ ସଭାପତି ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇ ଅଛି । ଉକ୍ତ ବୈଠକରେ ମନ୍ଦିର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ଦେବୋତ୍ତର ସଂସ୍ଥାର ଆୟ ବ୍ୟୟ ଉପସ୍ଥାପନ କରିଥିଲେ । ଗରାପୁର ସ୍ଥିତ ଦିବ୍ୟ ଜୀବନ ସଂଘ ଆଶ୍ରମ ତରଫରୁ ଆସନ୍ତା ଅକ୍ଟୋବର ୩୧ତାରିଖରୁ ନଭେମ୍ବର ୫ତାରିଖ ପର୍ଯ୍ୟନ୍ତ ପଞ୍ଚୁକରେ ହବିଷ୍ୟାଳୀମାନଙ୍କର ନିଃଶୁଳ୍କ ଭାବେ ରହିବା, ଶୟନ ପାଇଁ ବ୍ୟବସ୍ଥା ଓ ମନ୍ଦିର ବେଢାରେ ପ୍ରବଚନ କାର୍ଯ୍ୟକ୍ରମ ପାଇଁ ଲାଇଟ ଓ ମାଇକ ବ୍ୟବସ୍ଥା କରାଯିବ । ଏନେଇ ଆଶ୍ରମ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ଏହି ପ୍ରସ୍ତାବକୁ ଗ୍ରହଣ କରାଯାଇ ସମସ୍ତ ବ୍ୟବସ୍ଥା କରିବା ନିମନ୍ତେ ବୈଠକରେ ସ୍ଥିର କରାଗଲା । ମନ୍ଦିରର ନିତି କାନ୍ତି ବିଷୟରେ ଓ ଆସନ୍ତା କାର୍ତ୍ତିକ ପୂର୍ଣ୍ଣିମାରେ ଫୁଲ ରଥ ଓ ଶୃଙ୍ଖଳିତ ବ୍ୟବସ୍ଥା ବିଷୟରେ ଆଲୋଚନା କରାଯାଇଥିଲା । ଗୁଣ୍ଡିଚା ମନ୍ଦିର ପ୍ରାଚୀର ଦକ୍ଷିଣ ପଶ୍ୱରେ ଥିବା ଖାଲି ସ୍ଥାନରେ ମାର୍କେଟ କମ୍ପେସ ନିର୍ମାଣ କରାଯିବା ନିମନ୍ତେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥିର କରାଯାଇଥିଲା । ରଥ ଦାଣ୍ଡରେ ବସୁଥିବା ପରିବା ହାଟକୁ, ପୁରୁଣା ଗୋରୁ ହାଟକୁ ସ୍ଥାନାନ୍ତର କରିବା ଓ ଜମିଜମା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଟ୍ରଷ୍ଟ ବୋର୍ଡ ସଭ୍ୟ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତି ରଞ୍ଜନ ଗୌଡ, ସେବକ ଟ୍ରଷ୍ଟି ନୃସିଂହ ପ୍ରସାଦ ପତ୍ରୀ, ପଣ୍ଡିତ ହୃଷିକେଶ ରଥ, ସଭ୍ୟ ତଥା ପୂର୍ବତନ ପୌରାଧ୍ୟକ୍ଷ ଧିରେନ କୁମାର ସାହୁ, ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ଓ ମନ୍ଦିର ବଡପଣ୍ଡା ମାଧବ ଚନ୍ଦ୍ର ପତ୍ରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚାନାରେ ଭାଗ ନେଇଥିଲେ । ଉକ୍ତ ବୈଠକରେ କାର୍ଯ୍ୟାଳୟ ସହାୟକ ଶରତ ଚନ୍ଦ୍ର ପାତ୍ର ଓ ସୁବାଷ ଚନ୍ଦ୍ର ପରିଡା ସହାୟତା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading