ସମବାୟ ବ୍ୟାବସ୍ଥା ଦିଗହରା, ପ୍ରହଶନ ପାଲଟିଛି ଜିଲା ସ୍ତରୀୟ ସମବାୟ ସପ୍ତା ପାଳନ



ଦେରାବିଶ ୨୧/୧୧ ବେବର୍ତା ଅଜୟ ଦାସ-କୃଷି ଭିତିକ ସେବା, ଋଣ ପ୍ରଦାନ, ଜୀବିକା ସହାୟତା କ୍ଷେତ୍ରରେ ସମବାୟ ଅନୁଷ୍ଠାନର ଉଲ୍ଲେଖନୀୟ ଅବଦାନ ରହିଛି । ସମବାୟ ଅନୁଷ୍ଠାନକୁ ଆର୍ôଥକ ଭାବେ ଆତ୍ମନିର୍ଭର କରିବା ସହ ଏହି ନୀତି ଓଡ଼ିଶାର ସମବାୟ ଆନ୍ଦୋଳନକୁ ଅଧିକ କ୍ରିୟାଶୀଳ ଓ ଡିଜିଟାଲ୍ ଭାବେ ସଶକ୍ତ କରିବା ପାଇଁ ଭାଜପା ସରକାରଙ୍କ ଦ୍ୱାରା ପ୍ରଚେଷ୍ଠା ଜାରି ରହିଛି । ଏହା ଫଳରେ ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟକୁ ସାକାର କରିବା ସହ ରାଜ୍ୟ ସରକାରଙ୍କ ଆତ୍ମନିର୍ଭର ପ୍ରତିବଦ୍ଧତାକୁ ଏହା ଦୃଢ଼ କରିବାର ସହାୟତା ହେବ ବୋଲି କୁହାଯାଉଛି । ସମବାୟ ସଦସ୍ୟା ସଦସ୍ୟଙ୍କ ଦକ୍ଷତା ବୃଦ୍ଧି ସହ ସମିତିର ତଦାରଖ ପାଇଁ ସମିତିଗୁଡ଼ିକର କମ୍ପୁଟରୀକରଣ, ସ୍ୱୟଂଚାଳିତ, ଆଧୁନିକ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଉପରେ ଭାଜପା ସରକାର ତରଫରୁ ଧ୍ୟାନ ଦିଆଯାଉଛି । ହେଲେ କେନ୍ଦ୍ରାପଡା ସମବାୟ ନିବନ୍ଧକ, ଉପ ଓ ସହ ନିବନ୍ଧକ ଓ ସମିତି ସମ୍ପାଦକଙ୍କ ମନମାନୀରୁ ଜିଲାରେ ସମବାୟ ଦୃନିତୀ ଚରମ ସିିମାରେ ପହଁଚିଛି । ଚାଷୀଙ୍କ ନାମରେ ମିଥ୍ୟା ଋଣ କରି ଅର୍ଥ ହରିଲୁଟ ଭଳି ଅଭିଯୋଗ ହୋଇଆସୁôଥିବା ବେଳେ ସାର, ବିହନ ଅନ୍ୟାନ ପରିଚାଳନ ଗତ ତୃଟି ଅଭୋଯୋଗ ହୋଇଆସୁଛି । ହେଲେ ସାଧାରଣ କୃଷକ ସମବାୟ ଫାଇଦା ପାଇବାରୁ ବଂଚିତ ହେଉଛନ୍ତି । ମାତ୍ର କେନ୍ଦ୍ରାପଡା ଜିଲା ସମବାୟ ବିଭାଗ ପକ୍ଷରୁ ଗୁରୁବାର ଲୋକଦେଖାଣିଆ ଜିଲା ସ୍ତରିୟ ସମବାୟ ସପ୍ତା ପାଳନ ଏକ ପ୍ରହସନ ବୋଲି ବିଶିଷ୍ଠ ସମବାୟବୀତ ବିଦୁଭୁଷଣ ମହାପାତ୍ର ଏକ ପ୍ରେସ ବିବୃତୀରେ ପ୍ରକାଶ କରିଥିବା ବେଳେ ସାଧାରଣରେ କୃଷକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ବୋଲି ସେ ମତ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି କେନ୍ଦ୍ରାପଡା ଜିଲା ଦେରାବିଶ ଉଦୟନଗର ଗ୍ରାମରେ ଥିବା ସଂସ୍କୃତୀଭବନ ଠାରେ ଗୁରୁବାର ଜିଲା ସ୍ତରୀୟ ସମବାୟ ସପ୍ତା ପାଳନ କରାଯାଇଥିଲା । ମାତ୍ର ସେଠାରେ ରାଜନୈତିକ ଲୋକଙ୍କର ସମାଗମ ଥିବା ବେଳେ ସେପରି କେହି କୃଷକଙ୍କ ଦେଖା ନଥିଲା । କେନ୍ଦ୍ରାପଡା ଜିଲା ସମବାୟ ଦୁର୍ନୀତି ଦାଣ୍ଡରେ ପଡି ହାଟରେ ଗଡ଼ିଲାଣି । ତଥାପି ଚେତୁ ନାହଁନ୍ତି ରାଜ୍ୟ ସରକାର। ଗରିବ ଚାଷୀ ମୁଣ୍ଡ ଝାଳ ତୁଣ୍ଡରେ ମାରି ଋଣ ଆଣି ବନ୍ୟା ବାତ୍ୟାରେ କ୍ଷତି ସହୁଥିବା ବେଳେ ଏବେ ଋଣ ଜାଲିଆତିର ଶିକାର ହୋଇଛନ୍ତି । ପଟ୍ଟାମୁଣ୍ଡାଇ ଶ୍ୟାମ ସୁନ୍ଦରପୁର, କାଠିଆପଡା, ଖଡିଅଂଟା ସମବାୟ ସମିତିର ଅନେକ ଚାଷୀ ଋଣ ଜାଲରେ ଛନ୍ଦିହୋଇ ରହିା ଜିଲା କାର୍ଯ୍ୟାଳୟ ଆଗରେ ଅନେକ ବାର ଧାରଣା ଦେବାର ନଜରି ରହିଛି । ସାରା ଜିଲାରେ ସମବାୟ ଦୁର୍ନୀତିର ଚେର ଲମ୍ବିଛି। ଜିଲାର ଏକାଧିକ ସେବା ସମବାୟରେ ବ୍ୟାପକ ଅନିୟମିତତା ହୋଇଥିବା ବେଳେ ଚାଷୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ଥିବା ନଜରକୁ ଆସିଛି। କେତେକ ଚାଷୀଙ୍କ କହିବା ଅନୁଯାୟୀ ସେମାନେ ଋଣ କରି ଥିବା ଟଙ୍କା ତାଙ୍କୁ ସମିତିର ସମ୍ପାଦକ ନ ଜଣାଇ ନିଜ ଇଚ୍ଛାରେ ଋଣ ନିଅଣ ଦିଅଣ କରିଛନ୍ତି। ଯାହାଫଳରେ କେଉଁ ଚାଷୀର ଆକାଉଂଟ ରୁ ୫୦ହଜାର ଯାଇଛି ତ , କେଉଁ ଚାଷୀ ଆକାଉଂଟ ର ୮୦ହଜାର ଲକ୍ଷେ ଟଙ୍କା ଯାଇଛି। ତେବେ ଆଗରୁ ଋଣ କରିଥିବା ଚାଷୀଙ୍କ ଖାତାକୁ ନୂଆ ପୁରୁଣା ମଧ୍ୟ କରୁ ନ ଥିବା ମଧ୍ୟ ଅଭିଯୋଗ ହେଉଛି। ଶତାଧିକ ଚାଷୀଙ୍କ ଏହି ଭଳି ସମାନ ଅବସ୍ଥା ହୋଇଥିବା ଅଭିଯୋଗ ବହୁ ବାର ଧରିତ୍ରୀରେ ଜଣାପଡିଛି। ତେବେ ଜିଲାରେ ସମବାୟ ଋଣ ଜାଲିଆତି ଘଟଣା ଏବେ ସାରା ଓଡ଼ିଶାରେ ମହାମାରୀ କରୋନା ସଦୃଶ୍ୟ ମାଡ଼ି ଚାଲିଥିବାବେଳେ ସମବାୟ ବିଭାଗ, ମନ୍ତ୍ରୀ, ଅଥବା ରାଜ୍ୟ ସରକାରଙ୍କ ନିରାବତାକୁ କୃଷକ ନେତା ମହାପାତ୍ର ଦୃଢ ନିନ୍ଦା କରିଛନ୍ତି । ଅନ୍ୟପକ୍ଷରେ ଜିଲା କାର୍ଯ୍ୟଳୟରେ କର୍ଯ୍ୟରେଥିବା ସହକାରୀ ନବନ୍ଧକଙ୍କ ସହ କରିତକର୍ମା ଅଫିସର ମାନେ କର୍ଯ୍ୟ କରୁଥିବା ବେଳେ ସେମାନଙ୍କୁ ଦେଖାକରିବାକୁ ଆସୁଥିବା ଚାଷୀ କେବେ ପାଇପାରନ୍ତି ନାହିଁ । ଗତ କାଲି ଲୋକଦେଖାଣିଆ ସମବାୟ ସପ୍ତା ପାଳନ ଏକ ପ୍ରହଶନ ହୋଇଥିବା ବେଳେ କୌଣସି ଗଣମାଧ୍ୟମ ହେଉ କୃଷକନେତା କି କୃଷକଙ୍କ ଉପସ୍ଥିତ ନଥିବା ଦେଖିବାକୁ ମିଳିନଥିବା ବେଳେ ଖାଲି କେତେକ ଜାବନେତାଥିବାର ଅଭିଯୋଗ ହୋଇଛି । ଯାହା ଓଡ଼ିଶା ସରକାର “ଓଡ଼ିଶା ରାଜ୍ୟ ସମବାୟ ନୀତି ୨୦୨୫” ପ୍ରଣୟନ ଆଖିଠାର ବୋଲି ଆଲୋଚନା ହେଉଛି । ଯାହାକୁ ନେଇ ସମବାୟ ବିଭାଗ ଦିଗହରା ହୋଇପଡିଛି ବୋଲି କୁହାଯାଉଛି ।


Discover more from

Subscribe now to keep reading and get access to the full archive.

Continue reading