
ପଟ୍ଟାମୁଣ୍ଡାଇ ତା ୨୩/୧୧- ରାଜ୍ୟ ମାନବିକ ଅଧିକାର ଆୟୋଗ ଅଧ୍ୟକ୍ଷ ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ ଅଇନିପଡା -ପଛପଡା ଗାଁ ଉତ୍ସବ ଉଦଘାଟନ କରିବା ପାଇଁ ପଟ୍ଟାମୁଣ୍ଡାଇ ଅଂଚଳ ଗସ୍ତରେ ଆସିଥିବାବେଳେ ତାଙ୍କୁ ପଟ୍ଟାମୁଣ୍ଡାଇ ଓକିଲ ସଂଘ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ପଟ୍ଟାମୁଣ୍ଡାଇ ଉପକଣ୍ଠ ବେଲତଳ ଠାରେ ଓକିଲ ସଂଘ ସଭାପତି ସୂର୍ଯ୍ୟ ରଞ୍ଜନ ରାଉଳ ସମ୍ପାଦକ ରବୀନ୍ଦ୍ର ଦାଶ, ଯୁଗ୍ମ ସମ୍ପାଦକ ମନୋଜ ନାୟକ କୋଷାଧକ୍ଷ ପ୍ରମୋଦ ବିଶ୍ୱାଳ ପାଠାଗାର ସମ୍ପାଦକ ପ୍ରକାଶ ପାତ୍ର, ପୂର୍ବତନ ସଭାପତି ଭୀମସେନ ପ୍ରଧାନ, ବିଜ୍ଞାନ ମିହିର ଜେନା ଓ ତପନ ମିଶ୍ର, ଧୀରେନ୍ଦ୍ର ସାହୁ, ଅଶ୍ୱିନୀ ବେହେରା, ସତ୍ୟ ନାରାୟଣ ନାୟକ, ମୃତ୍ୟୁଞ୍ଜୟ ରାଉତ, ହୃଦାନନ୍ଦ ମହାନ୍ତି, ଭବାନୀ ଶଙ୍କର ପଣ୍ଡା, ସୁନାକାର ପ୍ରଧାନ, ଶିଶିର ମଲିକ, ଗୋପୀନାଥ ତ୍ରିପାଠୀ,ବିଶ୍ୱନାଥ ରାଉତ, ପ୍ରଫୁଲ୍ଲ ଦାଶ, ସତ୍ୟ ନାରାୟଣ ତ୍ରିପାଠୀ, ଶରତ ମଲିକ, ଗଣେଶ ବାରିକ ପ୍ରମୁଖ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିବାବେଳେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ, ବିକାଶ ପରିଷଦ ସଭାପତି କାଉନସିଲର ଗୋପୀବଲ୍ଲଭ ନାୟକ ଓ ସମ୍ପାଦକ ଗୋପୀନାଥ ତ୍ରିପାଠୀ ସମ୍ବର୍ଦ୍ଧିତ କରିଥିଲେ । ପଟ୍ଟାମୁଣ୍ଡାଇ ଓକିଲ ସଂଘ ସମ୍ପାଦକ ରବୀନ୍ଦ୍ର ଦାଶ ଓ ଯୁଗ୍ମ ସମ୍ପାଦକ ମନୋଜ ନାୟକ ଅଇନିପଡା – ପଛପଡା ଗାଁ ଉତ୍ସବ ବସୁଧା ମଞ୍ଚ ମାନବିକ ଅଧିକାର ଆୟୋଗଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିଥିଲେ । ପଟ୍ଟାମୁଣ୍ଡାଇରେ ଅତିରିକ୍ତ ଜିଲ୍ଲା ଦୌରା ଜଜ ଓ ସବଜଜ କୋର୍ଟ ଖୋଲିବାରେ ଜଷ୍ଟିସ ପୁଜାହାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।









