ଶରତ ମହୋତ୍ସବ ଓ ମୂର୍ଚ୍ଛନାର ବାର୍ଷିକ ଉତ୍ସବ



କେନ୍ଦ୍ରାପଡ଼ା,୨୮ା୧୧:ଓଡିଶାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନାର ବାର୍ଷିକ ଉତ୍ସବ ଓ ଓଡ଼ିଶା କଲଚର୍ ଆର୍ଟ ଏକାଡେମୀ (ଓକା) ଅନୁଷ୍ଠାନର ଜାତୀୟ ସ୍ତରୀୟ ଶରତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଦିନେଶ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ସଂସ୍କୃତି ନିର୍ଦ୍ଦେଶକ ଓ ପ୍ରାକ୍ତନ ଶ୍ରୀମନ୍ଦିର ପ୍ରଶାସକ ରଞ୍ଜନ କୁମାର ଦାସ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ବସନ୍ତ କୁମାର ଦାସ ବାର୍ଷିକ ଉତ୍ସବର ବିବରଣୀ ଓ ଶରତ ମହୋତ୍ସବର ଉଦ୍ଦେଶ୍ୟ ଜ୍ଞାପନ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଆସନ୍ତା ଜାନୁଆରୀମାସ ୨ ତାରିଖରେ ମୂର୍ଚ୍ଛନା ପତ୍ରିକା ପୁରୀ ଅନ୍ନପୂର୍ଣ୍ଣା ଥିଏଟରରେ ଉନ୍ମୋଚିତ ହେବ ବୋଲି ଘୋଷଣା କରିଥିଲେ। ମୁଖ୍ୟବକ୍ତା ଭାବେ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅତିରିକ୍ତ ଶାସନ ସଚିବ ନାରାୟଣ ଚନ୍ଦ୍ର ଧଳ, ବରେଣ୍ୟ ଅତିଥି ଭାବେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅଶୋକ ମଲ୍ଲିକ, ସମ୍ମାନୀତ ଅତିଥି ଭାବେ ଚଳଚ୍ଚିତ୍ର ଅଭିନେତା ଅଭିନବ ସିଂହ, ଦେବୀ ବାରିକ, ମିଟୁ ମିଥୁନ ପ୍ରମୁଖ ଯୋଗ ଦେଇଥିଲେ। ଉତ୍ସବରେ ଅନ୍ୟତମ ଅତିଥି ଭାବେ ଆଲବମ୍ ଓ ଚଳଚ୍ଚିତ୍ର କଣ୍ଠଶିଳ୍ପୀ ସୁବାଶିସ ମହାକୁଳ, ନ୍ୟୁଜ- ୧୮ର ବରିଷ୍ଠ ସାମ୍ବାଦିକ ଓ ସମ୍ପାଦକ ଡ଼ ମାନସ ରଞ୍ଜନ ଦାଶ, ବରିଷ୍ଠ ବିଜେପି ନେତା ମୃତ୍ୟୁଞ୍ଜୟ ମିଶ୍ର, ବିଶିଷ୍ଟ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଡ଼ ତ୍ରିଲୋଚନ ବରାଳ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଏହି ଉତ୍ସବରେ ଓଡ଼ିଶାର ୧୫୦ ଜଣ କଳାକାର, କବି ଓ ସମାଜସେବୀଙ୍କୁ ଓଡ଼ିଶା ରତ୍ନ ଓ ଜିଲ୍ଲା ରତ୍ନ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଉପସ୍ଥାପନାରେ ଫେଷ୍ଟିଭାଲ ନିର୍ଦ୍ଦେଶକ ପ୍ରଦୀପ ବିହାରୀ ଓ ଫେଷ୍ଟିଭାଲ ନିର୍ଦ୍ଦେଶିକା ପ୍ରଭାତୀ ନାୟକ, ସ୍ୱାଗତ ସଙ୍ଗୀତ ଗାନ କରିଥିଲେ ବିଜୟିନୀ ଦାଶ। କାର୍ଯ୍ୟକ୍ରମ ପରିଚାଳନାରେ ମୋନାଲିସା ଷଡ଼ଙ୍ଗୀ, ଅକ୍ଷୟ କୁମାର ସାମଲ, ବିଜୟ କେତନ ସାହୁ, ରଞ୍ଜନ କୁମାର ସାହୁ, ବୈଷ୍ଣବ ପ୍ରଧାନ, ପିତାମ୍ବର ପ୍ରଧାନ, ଦିବ୍ୟାଲିଶା ନାୟକ, ମୀନକେତନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading