ବ୍ଲକ ସ୍ତରୀୟ ସାଂସଦ ଖେଳ ମହୋତ୍ସବ



ପଟ୍ଟାମୁଣ୍ଡାଇ ୬/୧୨ – ପଟ୍ଟାମୁଣ୍ଡାଇ ବ୍ଲକ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ସାଂସଦ ଖେଳ ମହୋତ୍ସବ ସଂଯୋଜକ ସୁନାକାର ବେହେରା, ପଟ୍ଟାମୁଣ୍ଡାଇ ଥାନା ଆଇଆଇସି ବନ୍ଦନା ପାତ୍ର, ସିଆରସିସି ସଂଘମିତ୍ରା ନାୟକ, ଅଭିମନ୍ୟୁ ଗୋଛାୟତ, ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ, ମିଟୁ ମନୋଜ ନାୟକ, ସୁଶୀଲ ପରିଡା ପରେଶ ସାହୁ, ସ୍ୱାଗତ ଦାସ,ସଞ୍ଜୟ ସ୍ୱାଇଁ, ଇରାଶିଷ ରାଉତ, ଜ୍ୟୋତିପ୍ରକାଶ ପ୍ରଧାନ,ଶଙ୍କର ସେଠୀ, ଜଗନ୍ନାଥ ପଣ୍ଡା, ଉଦୟଭାନୁ ଦାସ, ଭାନୁ ପ୍ରକାଶ ପରିଡା, ଲିଙ୍କନ ସାହୁ, ପ୍ରକାଶ ଦାସ ଉପେନ୍ଦ୍ର ନାୟକ ରାଜେଶ ବାରିକ ରଶ୍ମିତା ସାହୁ ତୁଳସୀ ବିଶ୍ୱାଳ, ଶର୍ମିଷ୍ଠା ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସାଂସଦ ଖେଳ ମହୋତ୍ସବ ଗ୍ରାମାଞ୍ଚଳରେ କ୍ରୀଡାବିତମାନଙ୍କ ପ୍ରତିଭା ବିକାଶରେ ସହାୟକ ହୋଇପାରିବ ବୋଲି ମତପ୍ରକାଶ କରି ବିଭିନ୍ନ କ୍ରୀଡା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ ଓ ଏହି କ୍ରୀଡା ପ୍ରତିଯୋଗିତାକୁ ଖେଳ ଶିକ୍ଷକ ଶଶାଙ୍କ ଶେଖର ସାହୁ, ଅଜୟ ସାହୁ ବିଶ୍ୱ ରଞ୍ଜନ ସେଠୀ, କାମିନୀ ପାତ୍ର ମିର୍ଜା ସମୀର ବେଗ, ବିଜୟ ଜେନା, ଦୂର୍ଗା ପ୍ରସାଦ ନାୟକ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading