ରୁଦ୍ରାଣୀ ପ୍ଲବିକ୍ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ



କେନ୍ଦ୍ରାପଡା,୮ା୧୨: କେନ୍ଦ୍ରାପଡା ରୁଦ୍ରାଣୀ ପ୍ଲବିକ୍ ସ୍କୁଲରେ ବିଜ୍ଞାନ, ଚିତ୍ରାଙ୍କନ ଓ ହସ୍ତକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସଂଜୟ କୁମାର ଆଚାର୍ଯ୍ୟ ରିଟାୟାଡ ତହସିଲଦାର ଏବଂ ସି. ଆର୍‌.ସିସି. ଜଝାଙ୍ଗ କ୍ଲଷ୍ଟରର ନିରୋଜା ନଳିନୀ ମହାନ୍ତି ଯୋଗଦେଇଥିଲେ । ସବୁ ଶ୍ରେଣୀର ପିଲା ମାନେ ଯୋଗଦାନ କରି ବହୁତ ଖୁସି ଅନୁଭବ କରିଥିଲେ । ଯେଉଁ ମାନେ ଯୋଗଦେଇ ନଥିଲେ ସେମାନେ ଅନ୍ୟମାନଙ୍କ ଠାରୁ ଦେଖି ଶିଖିଥିଲେ ପ୍ରୋଜେକ୍ଟ କେମିତି ତିଆରି ହୁଏ ଆମ୍ଭ ବିଦ୍ୟାଳୟର ଶିକ୍ଷୟିତ୍ରୀ ମାନେ ବହୁତ ସହଯୋଗ କରି ପିଲାମାନଙ୍କୁ ଉତ୍ସାହ କରିଥିଲେ । ଅଭିଭାବକ ମାନଙ୍କୁ ବହୁତ ଧନ୍ୟବାଦ ସେମାନେ ପରିଶ୍ରମ କରି ପିଲାଙ୍କୁ ପ୍ରୋଜେକ୍ଟ ତିଆରି କରିବାରେ ସହଯୋଗ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading