ସେଣ୍ଟ ଯୋସେଫ ସ୍କୁଲର ବାର୍ଷିକ ଉତ୍ସବ



କେନ୍ଦ୍ରାପଡା,୨୦ା୧୨: କେନ୍ଦ୍ରାପଡା ଜିଲାର ଉପକଣ୍ଠରେ ଅବସ୍ଥିତ ଏହି ଜିଲାର ଏକମାତ୍ର ଆଇ.ସି.ଏସ.ଇ. ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଆଜି ମହା ସମାରୋହରେ ବିଦ୍ୟାଳୟ ପରିସର ମଧ୍ୟରେ ଅତ୍ୟନ୍ତ ଚିତ୍ତାକର୍ଷକ ଭାବରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ରେଭରେଣ୍ଡ ଫାଦର ନବକିଶୋର ଦିଗାଲ, ବିଦ୍ୟାଳୟ ପ୍ରଶାସକ ରେଭରେଣ୍ଡ ଫାଦର ରମେଶ ବଳିଆର ସିଂହ, ବିଦ୍ୟାଳୟ ଟ୍ରେଜରର ସିଷ୍ଟର ନାନ୍‌ସି, ସିଷ୍ଟର ଅନିତା, ସିଷ୍ଟର ବନ୍ଦନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟର ବାର୍ଷିକ ପୁରସ୍କାର ଉତ୍ସବ ଆନୁଷ୍ଠାନିକ ଭାବରେ ପାଳନ କରାଯାଇଥିଲା । ଏହି ଉତ୍ସବ ଅପରାହ୍ନ ୪ଘଟିକା ଠାରୁ ଆରମ୍ଭ ହୋଇ ରାତ୍ର ୮ଘଟିକା ସମୟ ମଧ୍ୟରେ ସମାହିତ ହୋଇଥିଲା । ବାର୍ଷିକ ଉତ୍ସବରେ କଟକ, ଭୁବନେଶ୍ୱର ଆର୍ଚ୍ଚ ବିଶପ ତଥା ସେଣ୍ଟ ଯୋସେଫ ସ୍କୁଲର ଚେୟାରମ୍ୟାନ ରେଭରେଣ୍ଡ ଫାଦର ଜନ୍ ବରୁଆ ମୁଖ୍ୟ ଅତିଥି ଭାବରେ ସଦୟ ଉପସ୍ଥିତ ହୋଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରି ସାର ଗର୍ଭକ ଭାଷଣ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ରେଭରେଣ୍ଡ ଫାଦର ଦିବ୍ୟ ସିଂହ ପରିଚ୍ଛା କଟକ ଭୁବନେଶ୍ୱର ଆର୍ଚ୍ଚ ଡାଇୟୋସିସ୍‌ର ଚାନ୍ସେଲର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । କଟକ ଭୁବନେଶ୍ୱର ଆର୍ଚ୍ଚ ଡାଇୟୋସିସ୍ ର ଏଜ୍ୟୁକେଟିଭ ଅଫିସର ତଥା ଆର୍ଚ୍ଚ ଡାଇସେସିଆନ୍ ସ୍କୁଲ ଟ୍ରେଜରର ରେଭରେଣ୍ଡ ଫାଦର ମୃତ୍ୟୁଞ୍ଜୟ ଦିଗାଲ୍ ସ୍ପେସିଆଲ୍ ଗେଷ୍ଟ ଭାବରେ ଏବଂ କଟକ ଭୁବନେଶ୍ୱର ଆର୍ଚ୍ଚ ଡାଇୟୋସିସ୍‌ର ଆର୍ଚ୍ଚ ବିଶପଙ୍କ ସେକ୍ରେଟେରି ଫାଦର ରେଭରେଣ୍ଡ ମୋହନ ଦାସ ଦିଗାଲ ସ୍ପେସିଆଲ୍ ଗେଷ୍ଟ ଭାବରେ ସଦୟ ଉପସ୍ଥିତ ହୋଇଥିଲେ । ଉପରୋକ୍ତ ଫାଦର ମହାଶୟ ସମୂହ ବିଦ୍ୟାଳୟ ଉତ୍ସବର ସଭା ମଣ୍ଡନ କରି ସଭାକୁ ଆକର୍ଷଣୀୟ କରିବାରେ ସାହାଯ୍ୟ ଓ ସହଯୋଗ କରିଥିଲେ ପ୍ଲେ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଠାରୁ ଆରମ୍ଭ କରି ନବମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ମନୋରମ କାର୍ଯ୍ୟକ୍ରମ ମାଧ୍ୟମରେ ଦର୍ଶକ ମାନଙ୍କ ଚିତ୍ତକୁ ଆକର୍ଷଣ କରି ପାରିଥିଲେ । ସପ୍ତମ, ଅଷ୍ଟମ, ନବମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଇଂରାଜୀ ଭାଷାରେ ଘୋଷକ ଓ ଘୋଷିକା ଭାବରେ ତାଲିମ ପ୍ରାପ୍ତ ହୋଇ ମନୋରଞ୍ଜନ କାର୍ଯ୍ୟକ୍ରମକୁ ଧାରାବାହିକ ଭାବରେ ଉପସ୍ଥାପିତ କରିବାରେ ବେଶ୍ ଦକ୍ଷତାର ପରିଚୟ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ଏହି ତାଲିମ୍ ଦେବାରେ ଫାଦର ରମେଶ ବଳିୟାର ସିଂହଙ୍କ ଅକ୍ଳାନ୍ତ ଉଦ୍ୟମ ଓ ପ୍ରଶଂସନୀୟ ଥିଲା । ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅତ୍ୟନ୍ତ ଚିତ୍ତାକର୍ଷକ ହୋଇପାରିଥିଲା । ଏଥି ନିମନ୍ତେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଉଦ୍ୟମ ପ୍ରଶଂସା ଯୋଗ୍ୟ ଅଟେ । ବିଦ୍ୟାଳୟର ସାହାଯ୍ୟକାରି କର୍ମଚାରୀ ମାନଙ୍କ ପରିଶ୍ରମରୁ ତଥା ସମସ୍ତଙ୍କ ମିଳିତ ଉଦ୍ୟମରେ ଶାନ୍ତି ଶୃଙ୍ଖଳାର ସହିତ ବାର୍ଷିକ ଉତ୍ସବ ସଫଳତାର ସହିତ ସମାହିତ ହୋଇଥିଲା । ସଙ୍ଗୀତ ଓ ବାଦ୍ୟର ତାଳେ ତାଳେ ଛାତ୍ରଛାତ୍ରୀ ମାନେ ନିଜ ନିଜର କଳା ଚାତୁରି ପ୍ରଦର୍ଶନ କରି ଅତିଥି ତଥା ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍‌ଧ କରିପାରିଥିଲେ । ବିଦ୍ୟାଳୟ ଅଧ୍ୟକ୍ଷଙ୍କ ବାର୍ଷିକ ବିବରଣୀ ପାଠ କରାଯାଇଥିଲା । ଚଳିତ ବର୍ଷ ପାଇଁ ବିଦ୍ୟାଳୟର ବେଷ୍ଟ ଯୋସେଫାଇଟ୍ ଛାତ୍ର ତଥା ଛାତ୍ରୀ ଦୁଇ ଜଣକୁ ମନୋନିତ କରାଯାଇ କୃତୀଛାତ୍ରୀଙ୍କୁ ିସମ୍ମାନିତ କରାଯାଇଥିଲା । ଆଇ.ସି.ଏସ.ଇ ପରୀକ୍ଷାର ସର୍ବଶ୍ରେଷ୍ଠ କୃତୀଛାତ୍ରୀଙ୍କୁ ପୁରସ୍କାର ଦିଆଯାଇ ସମ୍ମାନିତ କରାଯାଇଥିଲା । ୯୦ପ୍ରତିଶତ ନମ୍ବର ରଖିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଦିଆଯାଇ ସମ୍ମାନିତ କରାଯାଇଥିଲା । ସର୍ବୋପରି ବିଦ୍ୟାଳୟର ଶିକ୍ଷକ ମାନସ ରଞ୍ଜନ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ବାର୍ଷିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଶେଷରେ ସମୂହ ଜାତୀୟ ସଂଗୀତ ଗାନ ପରେ ଚଳିତ ବର୍ଷର ବିଦ୍ୟାଳୟର ବାର୍ଷିକ ଉତ୍ସବ ସାଙ୍ଗ ହୋଇପାରିଥିଲା ।


Discover more from

Subscribe now to keep reading and get access to the full archive.

Continue reading