ପଟ୍ଟାମୁଣ୍ଡାଇରେ ଶ୍ରୀରାମ ସେନା ପକ୍ଷରୁ ବାଜପାୟୀ ଜୟନ୍ତୀ ଓ ରକ୍ତଦାନ ଶିବିର



ପଟ୍ଟାମୁଣ୍ଡାଇ ତା ୨୫/୧୨- କେନ୍ଦ୍ରାପଡ଼ା ଜିଲ୍ଲା ଶ୍ରୀରାମ ସେନା ପକ୍ଷରୁ ଜିଲ୍ଲା ସଭାପତି ଯୁବନେତା ଶାରଦା ପ୍ରସାଦ ରାଉତଙ୍କ ନେତୃତ୍ୱରେ ପଟ୍ଟାମୁଣ୍ଡାଇ ଠାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପାୟୀଙ୍କ ୧୦୧ତମ ଜୟନ୍ତୀ ସମାରୋହରେ ପାଳିତ ହୋଇଯାଇଛି । ଏଇ ଅବସରରେ ମେଗା ରକ୍ତଦାନ ଶିବିର ଓ ରାଷ୍ଟ୍ରବାଦ ବିଚାରିତ ଶତାଧିକ କର୍ମକର୍ତ୍ତାଙ୍କୁ ସମ୍ମାନିତ କରାଯାଇଛି । ବାଜପାୟୀ ଜୟନ୍ତୀ ଉପଲକ୍ଷେ ପଟ୍ଟାମୁଣ୍ଡାଇ ମଙ୍ଗଳା ମଣ୍ଡପ ଠାରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।

ଏହି ଶିବିରକୁ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଉଦଘାଟନ କରିଥିଲେ । ଏଥିରେ ବିଭିନ୍ନ ବର୍ଗର ଲୋକମାନେ ସ୍ବେଛାକୃତ ରକ୍ତଦାନ କରିଥିଲେ । ଏହି ଶିବିରରୁ ୧୦୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହା ପରେ ମଙ୍ଗଳା ମଣ୍ଡପ ଠାରେ ବାଜପାୟୀ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ଶିକ୍ଷାବିତ ରାମ ଚନ୍ଦ୍ର ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ ଜୟନ୍ତୀ ସଭାରେ କେନ୍ଦ୍ରାପଡ଼ା ଜିଲ୍ଲା ଶ୍ରୀରାମ ସେନା ସଭାପତି ଯୁବନେତା ଶାରଦା ପ୍ରସାଦ ରାଉତ,ବରିଷ୍ଠ ଆଇନଜୀବି ପ୍ରଦୀପ୍ତ ମହାପାତ୍ର, ଆର ଏସ ଏସ ଗ୍ରାମୀଣ ବିକାଶ ପ୍ରମୁଖ ଜଗବନ୍ଧୁ ପ୍ରଧାନ, ବର୍ଷିଆନ ନେତା ପୂର୍ବତନ କାଉନସିଲର ବିଛନ୍ଦ ଚରଣ ପାତ୍ର ଆଳି ବିଜେପି ନେତା ଶରତ ଚନ୍ଦ୍ର ଜଗଦେବ, ଆର ଏସ ଏସ ସଂଗଠକ ଶୁଭକାନ୍ତ ତ୍ରିପାଠୀ, ଜିଲ୍ଲା ଧର୍ମ ଜାଗରଣ ସମିତି ସଂସ୍କୃତି ପ୍ରମୁଖ ସତ୍ୟ ନାରାୟଣ ନାୟକ ଆର ଏସ ଏସ ପ୍ରଚାରକ ହରିଶ୍ଚନ୍ଦ୍ର ଜେନା, ପ୍ରଦୀପ୍ତ ମହାପାତ୍ର ରତ୍ନାକର ନାୟକ,ଗୋଲକ ଚନ୍ଦ୍ର ବେହେରା ପ୍ରମୁଖ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ରାଷ୍ଟ୍ର ନିର୍ମାଣ, ସୁଦୃଢ ସମୃଦ୍ଧ ଭାରତ ବର୍ଷ ଗଠନରେ ଭାରତରତ୍ନ ଅଟଳ ବିହାରୀ ବାଜପାୟୀଙ୍କ ବଳିଷ୍ଠ ଅବଦାନ ଚୀରକାଳ ସ୍ମରଣୀୟ ହୋଇ ରହିବ ବୋଲି ମତ ପ୍ରକାଶ କରି ଆଧୁନିକ ବିକଶିତ ଭାରତବର୍ଷ ଗଠନ ପାଇଁ ବାଜପାୟୀଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ବାଜପାୟୀଙ୍କ ଯୋଗୁଁ ଉଭୟ କେନ୍ଦ୍ର ଓ ବିଭିନ୍ନ ରାଜ୍ୟରେ ଡବଲ ଇଞ୍ଜିନ ସରକାର ପ୍ରତିଷ୍ଠା ହୋଇ ଜନକଲ୍ୟାଣ କାର୍ଯ୍ୟରେ ନିୟୋଜିତ ହୋଇଛି ବୋଲି ଅତିଥିମାନେ ପ୍ରକାଶ କରିବା ସହିତ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ସଭାରେ ପଟ୍ଟାମୁଣ୍ଡାଇ ନଗର ବିଜେପି ପ୍ରାକ୍ତନ ସଭାପତି ପଦ୍ମନାଭ ପଣ୍ଡା, ବିଶ୍ୱ ରଞ୍ଜନ ପାତ୍ର, ସୁନାକାର ପ୍ରଧାନ ବରିଷ୍ଠ ନେତା ରବୀନ୍ଦ୍ର ବିଶ୍ୱାଳ, ସୁଧାଂଶୁ ଜେନା, ଅଶୋକ ସ୍ୱାଇଁ, ସମୀର ପାତ୍ର,ବିଦ୍ୟାଧର ସେଠୀ ଯୁବନେତା ସମର ସାହୁ ନାରୀ ନେତ୍ରୀ ରଶ୍ମିତା ସାହୁ, ରାହାସ ବିହାରୀ ଦାସ,ନୀଳକଣ୍ଠ ମିଶ୍ର,ଭରତ ଭଦ୍ର, ଗିରିଜା ପ୍ରସାଦ ମଲ୍ଲିକ ଅଭିମନ୍ୟୁ ସାମଲ ପ୍ରଦୀପ ଗିରି, ମନମୋହନ ପାତ୍ର, ସୁଦର୍ଶନ ପ୍ରଧାନ, ଗୋପୀନାଥ ପଣ୍ଡା,ରଶ୍ମି ରଞ୍ଜନ କୁଣ୍ଡ ନିରଞ୍ଜନ ମାଝୀ,ରଞ୍ଜନ ମହାପାତ୍ର, ଗୋବର୍ଧନ କର ନିରଞ୍ଜନ ସ୍ୱାଇଁ ପ୍ରମୁଖ ବହୁ ବିଜେପି ନେତା ଓ କର୍ମକର୍ତ୍ତା ଯୋଗ ଦେଇ ବାଜପାୟୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏଇ ଅବସରରେ ରାଷ୍ଟ୍ରବାଦ ବିଚାରିତ ଶତାଧିକ ବିଜେପି କର୍ମକର୍ତ୍ତାଙ୍କୁ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ ଅଂଚଳର ହଜାର ହଜାର ବାଜପାୟୀ ପ୍ରେମୀ ପୁରୁଷ ମହିଳା, ଯୁବଛାତ୍ର ଶ୍ରୀରାମ ସେନା ଓ ବିଜେପି କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading