ସେବା ସ୍ୱାଭିମାନ ଓ ସଂଘର୍ଷ ପାଇଁ ବିଜେଡି କର୍ମୀ ପ୍ରତିଜ୍ଞା କରନ୍ତୁ: ବିଧାୟକ


ପଟ୍ଟାମୁଣ୍ଡାଇରେ ବିଜେଡି ପ୍ରତିଷ୍ଠା ଦିବସ


ପଟ୍ଟାମୁଣ୍ଡାଇ ତା ୨୬/୧୨-ଓଡ଼ିଆ ସ୍ୱାଭିମାନର ପ୍ରତୀକ ପ୍ରବାଦପୁରୁଷ ବିଜୁ ପଟନାୟକଙ୍କ ଆଦର୍ଶରେ ଗଠିତ ବିଜେଡି ଦଳ ନବୀନ ପଟନାୟକଙ୍କ ନେତୃତ୍ୱରେ ଓଡିଶାର ବିକାଶ ପାଇଁ ଲଢେଇ ଜାରି ରଖିବ । କୌଣସି ଅପପ୍ରଚାର ବିଜେଡିର ଗତି ଓ ସ୍ଥିତିକୁ ବଦଳାଇ ପାରିବନାହିଁ । ଜନସାଧାରଣଙ୍କ ସେବା, ଓଡ଼ିଆ ସ୍ୱାଭିମାନ ଓ ଜନତାଙ୍କ ଅଧିକାର ପାଇଁ ସଂଘର୍ଷ କରିବାକୁ ଆଜିର ପ୍ରତିଷ୍ଠା ଦିବସରେ ବିଜେଡି କର୍ମୀମାନେ ପ୍ରତିଜ୍ଞା ନେଇ କାର୍ଯ୍ୟ କଲେ ଆଗାମୀ ପଂଚାୟତ ପୌର ଓ ସାଧାରଣ ନିର୍ବାଚନରେ ବିଜେଡି ବିଜୟ ସୁନିଶ୍ଚିତ ବୋଲି ଆଜି ରାଜନଗର ନିର୍ବାଚନମଣ୍ଡଳୀ ପକ୍ଷରୁ ପଟ୍ଟାମୁଣ୍ଡାଇ ଡ଼ିଭାଇନ ପ୍ୟାଲେସ ଠାରେ ଦଳର ୨୯ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରକାଶ କରିଛନ୍ତି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଜନସମାବେଶରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ ରାଜନଗର ବ୍ଲକ ଅଧ୍ୟକ୍ଷା ପ୍ରତିଭା ପାତ୍ର, ଉପାଧ୍ୟକ୍ଷ ଗଣେଶ ଗୁଡ଼ିଆ, ବ୍ଲକ ବିଜେଡି ସଭାପତି ନିରଞ୍ଜନ ରାଉତ, ପଟ୍ଟାମୁଣ୍ଡାଇ ନଗର ବିଜେଡି ସଭାପତି ବୁଢା ଲେଙ୍କା ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ବ୍ଲକ ଯୁବବିଜେଡି ସଭାପତି କୈଳାଶ ସିଂ ନଗର ଯୁବବିଜେଡି ସଭାପତି ଅଶୋକ ଧଳ,ନଗର ମହିଳା ବିଜେଡି ସଭାନେତ୍ରୀ ଲାସ୍ୟମୟୀ ସାହୁ ରାଜନଗର ଯୁବ ବିଜେଡି ସଭାପତି ଆର୍ତ୍ତବନ୍ଧୁ ମହାନ୍ତି ବରିଷ୍ଠ ନେତା ଅମୂଲ୍ୟ ପ୍ରଧାନ ଉତିକଣ ସଂଗଠକ ପଞ୍ଚାନନ ଧଳ ବ୍ଲକ ବିଜେଡି ଉପସଭାପତି ଅରକ୍ଷିତ ସାହୁ,ବରିଷ୍ଠ ନେତା ଯଦୁମଣି ଦାସ,ନିମାଇ କର,ଇଂ ସ୍ବପ୍ନ ରଞ୍ଜନ ବେହେରା,ବ୍ଲକ ସାଧାରଣ ସମ୍ପାଦକ କଳାକାର ପ୍ରଧାନ, ଯୁବନେତା ବିଜୟ ନାୟକ, ବୈବ୍ରତ ବିଶ୍ୱାଳ, ଅରୁଣ ସାହୁ,ଉତ୍ତମ ଖୁଣ୍ଟିଆ ଅଜାମ୍ବର ପ୍ରଧାନ, କାଉନସିଲର ମୃତ୍ୟୁଞ୍ଜୟ ପାଢ଼ୀ, ସରପଞ୍ଚ ପ୍ରିୟବ୍ରତ ଓଝା, ଅନିଲ ଲେଙ୍କା, ରାମ ଚନ୍ଦ୍ର ରାଉତ, ରବୀନ୍ଦ୍ର ବେହେରା, ବସନ୍ତ ନାଥ, ରମେଶ ମଲ୍ଲିକ,ପୂର୍ଣ୍ଣ ଚନ୍ଦ୍ର ସିଂହ,ଟୂବୁଲି ଚୌଧୁରୀ, ଅଶୋକ ପରିଡା, ରବୀନ୍ଦ୍ର ସେଠୀ ସରପଞ୍ଚ ପ୍ରଭାତ ପ୍ରଧାନ, ମିନତୀ ପାତ୍ର,ମାନସ ମଲ୍ଲିକ, ବିଶ୍ୱ ରଞ୍ଜନ ଭୂୟାଁ, ଯୁବନେତା ସଂଗ୍ରାମ ସ୍ୱାଇଁ, ଶଶିକାନ୍ତ ପଣ୍ଡା, ପ୍ରେମାନନ୍ଦ ସେଠୀ ପ୍ରମୁଖ ଭାଷଣ ଦେଇ ମିଥ୍ୟା ପ୍ରଚାରରେ ପ୍ରଭାବିତ ନହୋଇ ବିଜେଡି ସଂଗଠନକୁ ସୁଦୃଢ କରିବା ସହିତ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ନିବେଦନ କରିଥିଲେ । ଏହି ସମାବେଶରେ ପଟ୍ଟାମୁଣ୍ଡାଇ ଓ ରାଜନଗର ଅଂଚଳର ସହସ୍ରାଧିକ ନେତା ଓ କର୍ମୀ ଯୋଗ ଦେଇଥିଲେ ଏହି ସମାବେଶ ପୂର୍ବରୁ ପ୍ରବାଦ ପୁରୁଷ ବିଜୁ ପଟନାୟକ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପରେ ବିଧାୟକଙ୍କ ନେତୃତ୍ୱରେ ବିଜେଡି ନେତା ଓ କର୍ମୀ ମାନେ ବିଜୁ ପଟନାୟକ ଛକ ଠାରୁ ବିଭିନ୍ନ ସ୍ଲୋଗାନ ଦେଇ ବଜାର ପରିକ୍ରମା କରିବା ପରେ ସଭା ସ୍ଥଳରେ ପହଂଚି ଥିଲେ । ଏହି ସମାବେଶକୁ ଯୁବନେତା ବାବନ ସାହୁ, ଏମ ଡ଼ି ଫିରଦୋଷ, ଦିଲ୍ଲୀପ ସାହୁ ମଳୟ ମଲିକ ବାପି ସାମଲ ପ୍ରମୁଖ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading