କେନ୍ଦ୍ରାପଡ଼ା ପୁସ୍ତକମେଳାରେ ଅନୁଷ୍ଠିତ ହେବ ଯୁବ ଓ କିଶୋର ସ୍ପନ୍ଦନ



କେନ୍ଦ୍ରାପଡା ୩୦/୧୨- ଆସନ୍ତା ଜାନୁୟାରୀ ୬ ତାରିଖଠାରୁ ଆରମ୍ଭ ହେବାକୁ ଯାଉଥିବା ୨୩ତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକମେଳାର ପ୍ରସ୍ତୁତି ବୈଠକ ସହ ଏହାର ଆୟୋଜକ କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜରସ୍‌(କେମ୍‌)ଏକ ବର୍ଷାନ୍ତ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ମୋବାଇଲ୍ ଓ ଡିଜିଟାଲ୍ ମାଧ୍ୟମର ହୋଇଥିଲା। ବହିର ଦୁନିଆ ସହ ସେମାନଙ୍କୁ ନିକଟତର କରିବା ପାଇଁ ଏଥର ଆୟୋଜକ କେମ୍ ପ କ୍ଷରୁ ଦୁଇଟି ଅଭିନବ କାର୍ଯ୍ୟକ୍ରମ ଯୁବସ୍ପନ୍ଦନ ଓ କିଶୋର ସ୍ପନ୍ଦନ ଏହି ମେଳାରେ ସଂଯୋଜିତ କରାଯାଇଛି। ଯେଉଁଥିରେ କଳା,ବୌଦ୍ଧିକ ଓ ସାଂସ୍କୃତିକ ପ୍ରତିଭା ପ୍ରଦର୍ଶନର ଅବକାଶ ବହୁଳ ବ୍ୟବହାର ପୁସ୍ତକପଠନରୁ କିଶୋର ଓ ଯୁବବର୍ଗଙ୍କୁ ବିରତ ରଖୁଥିବାରୁ ଏହି ବୈଠକରେ ଆଲୋଚିତ ସହିତ ଯୁବ କିଶୋର ବର୍ଗଙ୍କ ନିମନ୍ତେ ଏକ ସାଂସ୍କୃତିକ ସୃଜନ ଉତ୍ସବର ପରିବେଶ ସୃଷ୍ଟି କରାଯିବ ବୋଲି କେମ୍‌ର ସଭାପତି ଅକ୍ଷୟ ପାଣି ଓ ମହମ୍ମଦ୍ ଜାହିଦ୍ ଖାନ୍ ପ୍ରକାଶ କରିଛନ୍ତି। ଯୁବ ସ୍ପନ୍ଦନର କାର୍ଯ୍ୟକ୍ରମ ସଂଯୋଜିକା ଅମରିନ୍ ସାହଦତ୍ ଓ କିଶୋର ସ୍ପନ୍ଦନର କାର୍ଯ୍ୟକ୍ରମ ସଂଯୋଜନା ରଞ୍ଜନ କୁମାର ବିଶ୍ୱାଳଙ୍କ ପରିଚାଳନାରେ ଏହି ତ୍ରୀଦିବସବ୍ୟାପୀ ନୂତନ କାର୍ଯ୍ୟକ୍ରମ କରାଯିବ ବୋଲି କେମ୍‌ର ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟ ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ଆଡ଼ଭୋକେଟ୍ ମହମ୍ମଦ୍ ମୁସ୍ତାକ୍ ସଂଗ୍ରହଳୟ ପକ୍ଷରୁ ପୁରାତନ ମୁଦ୍ରା,ଗାନ୍ଧୀ ଓ ନେହେରୁଙ୍କ ସମ୍ପର୍କିତ ଦସ୍ତାବିଜ୍ ତଥା କେନ୍ଦ୍ରାପଡ଼ା ଜିଲ୍ଲାରୁ ପ୍ରକାଶିତ ଦ୍ରୁଷ୍ପାପ୍ୟ ପୁରାତନ ପତ୍ରପତ୍ରିକାର ପ୍ରଦର୍ଶନ କରାଯିବ। ଏହି ବନ୍ଧୁମିଳନ ଓ ପ୍ରସ୍ତୁତି ବୈଠକରେ ଉପସଭାପତି ସରୋଜକାନ୍ତ ସାହୁ,ସହ ସମ୍ପାଦକ ପ୍ରତାପ ସ୍ୱାଇଁ,ହିମାଂଶୁ ଦାସ,ସୋମ୍ୟରଞ୍ଜନ ପଟ୍ଟନାୟକ,ଶାନ୍ତନୁ ମଲ୍ଲିକ, ଅଧ୍ୟାପକ ଡ଼ ଗିରିଜାକାନ୍ତ ଦାସ, ଡ଼ ଆଶୁତୋଷ ରାଉତ,କବି ଶୁଭ୍ରାଂଶୁ ଦାସ, ମୁଖ୍ୟ ସଂଯୋଜକ ବଂଶୀଧର ମହାନ୍ତି,ବରିଷ୍ଠ ସଭ୍ୟା କବି ନବଜ୍ୟୋତି ରାୟ ଓ ଡ଼ ଯଚିନ୍ଦ୍ର କୁମାର ରାଉତ ଏବଂ କେମ୍‌ର ଅନ୍ୟ ସଦସ୍ୟସଦସ୍ୟାମାନେ ଉପସ୍ଥିତ ରହି କବିତା ପାଠ ଓ ସ୍ୱଅନୁଭୂତି ପ୍ରକାଶ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading