ଲାଲବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁପୂଜନ



କେନ୍ଦ୍ରାପଡ଼ା,୪ା୧:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଞ୍ଚାୟତର ମେହେନ୍ଦିପୁର ସ୍ଥିତ ଲାଲବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟରରେ ଗୁରୁପୂଜନ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ପୂର୍ବତନ ଶିକ୍ଷକ ଅକ୍ଷୟ କୁମାର ଦାଶ, ରବୀନ୍ଦ୍ର କୁମାର ପରିଡା, ପ୍ରେମାନନ୍ଦ ଷଡଙ୍ଗୀ, ମଧୁସୁଦନ ନାଥ, କ୍ଷୀରୋଦ ଚନ୍ଦ୍ର ସାମଲ, ପ୍ରଭାତୀ ବିଶ୍ୱାଳ, ଭ୍ରମରବର ରାଉତ, ଭାବଗ୍ରାହୀ ନନ୍ଦ ପ୍ରମୁଖଙ୍କୁ ଛାତ୍ରଛାତ୍ରୀମାନେ ପୂଜା କରିବା ସହ ପୁଷ୍ପଗୁଛ ଓ ଉପଢୈାକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ପ୍ରାରମ୍ଭରେ ଜଗତଜନନୀ ବିଶ୍ୱରୂପା ମା’ କାଳୀଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ବିଦ୍ୟାଳୟ ପରିସରରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀ ଓ ପ୍ରତିଷ୍ଠାତା ସ୍ୱର୍ଗତ ଗୋକୁଳ ଚନ୍ଦ୍ର ବିଶ୍ୱାଳଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହାପରେ ଦିବଗଂତ ଶକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ପୂର୍ବତନ, ବର୍ତ୍ତମାନର ଶିକ୍ଷକ/ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ବକ୍ତବ୍ୟ ପ୍ରଦାନ କରି ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି କାମନା କରିଥିଲେ। ବିଦ୍ୟାଳୟର କୁନି କୁନି ଛାତ୍ରୀମାନେ ସମବେତ ସଂଗୀତ ଗାନ କରି ସଭାସ୍ଥଳକୁ ବେଶ ମନ୍ତ୍ରମୁଗ୍ଧ କରିଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ୧୯୮୭ବ୍ୟାଚର ଛାତ୍ରଛାତ୍ରୀମାନେ ସୁସଂଗଠିତ ଭାବେ ପରିଚାଳନା କରିଥିଲେ। ଶେଷରେ ଶାରଦା ପ୍ରସନ୍ନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading