ବହିଟି ପାଖରେ ନଥିଲେ ଜୀବନ ଅସପୂର୍ଣ୍ଣ


୨୩ତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡା ପୁସ୍ତକମେଳା ଉଦ୍‌ଘାଟିତ


କେନ୍ଦ୍ରାପଡା: ୨୩ ତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡା ପୁସ୍ତକମେଳା ସ୍ଥାନୀୟ ମହିପାଳ ସ୍ଥିତ ଟେଲିକମ ପଡିଆରେ ଉଦଘାଟିତ ହୋଇଯାଇଛି । ବହିଟି ପାଖରେ ନଥିଲେ ଜୀବନ ଅସପୂର୍ଣ୍ଣ ବୋଲି ଅତିଥିମାନେ କହିଥିଲେ । ଏହି ଉତ୍ସବରେ କେନ୍ଦ୍ରାପଡା ଜିଲାପାଳ ରଘୁରାମ ଆର ଆୟର ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ବଳଦେବଜୀଉଙ୍କ ଫଟୋ ଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ପୁସ୍ତକ ମେଳା ଉଦଘାଟନ କରିଥିଲେ । ନିଜ ବକ୍ତବ୍ୟରେ ଜିଲାପାଳ ଲେଖକଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିବା ସହିତ ଲେଖାଲେଖି ଏକ କଠିନ ତଥା ଶ୍ରେଷ୍ଠ ସୃଜନକର୍ମ ବୋଲି କହିଥିଲେ । ତେବେ ସାତଭାୟା ସମ୍ପର୍କରେ ଏକ ତଥ୍ୟ ଭିତ୍ତିକ ଅନୁଶୀଳନର ଆବଶ୍ୟକତା ରହିଛି ବୋଲି ଜିଲାପାଳ କହିଥିଲେ । ଛାତ୍ରଛାତ୍ରୀମାନେ ମୋବାଇଲ ଛାଡି ପୁସ୍ତକ ପଠନ ପ୍ରତି ଆଗ୍ରହ ପ୍ରକାଶ କରିବା ଉଚିତ୍ ବୋଲି ପରାମର୍ଶ ଦେଇଥିଲେ । ଉତ୍ସବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ତଥା ଦୈନିକ ସମ୍ବାଦପତ୍ର ପ୍ରମେୟର ଫିଚର ମୁଖ୍ୟ ସୁଭାଷ ଶତପଥୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ପୁସ୍ତକମେଳା ଉତ୍ତରପିଢି ମଧ୍ୟରେ ବହି ପ୍ରତି ଆଗ୍ରହ ସୃଷ୍ଟି କରିବା ସହିତ ଏକ ଜାତିକୁ ସମୃଦ୍ଧ ଓ ସଂସ୍କୃତି ସମ୍ପନ୍ନ କରିଥାଏ ବୋଲି କହିଥିଲେ । ବିଶିଷ୍ଟ ଅତିଥି ଭାବେ ଯୋଗଦେଇ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଡକ୍ଟର ଶରତ କୁମାର ପଳିତା କେନ୍ଦ୍ରାପଡାର ସାତଭାୟା ସମଗ୍ର ବିଶ୍ୱର ଜନଜୀବନ ପାଇଁ ଏକ ବଳିଷ୍ଠ ବାର୍ତ୍ତା ବହନ କରେ ବୋଲି କହିଥିଲେ । ଅନ୍ୟତମ ବିଶିଷ୍ଟ ଅତିଥି ଆଇଆଇଆଇଟି ଭୁବନେଶ୍ୱରର ପ୍ରଫେସର ଡକ୍ଟର ତାରାକାନ୍ତ ନାୟକ ସାହିତ୍ୟରେ ସାଧାରଣ ଲୋକଙ୍କ ଭାଗୀଦାରୀ ସାହିତ୍ୟକୁ କାଳଜୟୀ କରେ ବୋଲି କହିଥିଲେ । ସମ୍ମାନିତ ବକ୍ତା ଭାବେ ଲେଖିକା ଓ ସମ୍ପାଦିକା- “ତୀରତରଙ୍ଗ” ବନ୍ଦନା ମିଶ୍ର ଗ୍ରାମାଂଚଳର ପୁସ୍ତକମେଳା ଏକ ଆନ୍ଦୋଳନ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଇଂ ଅକ୍ଷୟ ପାଣିଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମହମ୍ମଦ୍ ଜାହିଦ ଖାଁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଗାଳ୍ପିକ ମାତୃଦତ୍ତ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅତିଥି ପରିଚୟ ନବଜ୍ୟୋତି ରାୟ ଦେଇଥିଲେ । ଉଦଘାଟନୀ ଉତ୍ସବରେ ଲେଖକ ତ୍ରିଲୋଚନ ପ୍ରଧାନ, ଆନନ୍ଦ କୁମାର ମାଇତି, ଡିସିବି ବ୍ୟାଙ୍କ୍ ନିର୍ଦ୍ଦେଶକ ନରେନ୍ଦ୍ର ନାଥ ମିଶ୍ରଙ୍କ ପୁସ୍ତକ ‘ଅମଣିଷ ଓ ଅନାନ୍ୟ ଗପ’ ଓ “୫୦ଟି ଶିକ୍ଷା”ର ପାଠକାର୍ପଣ ଅତିଥିମାନଙ୍କ ଦ୍ୱାରା ଲୋକାପର୍ଣ ହୋଇଥିଲା । ଏହି ଅବସରରେ କେନ୍ଦ୍ରାପଡା ପରିକ୍ରମା ସାତଭାୟା ବିଶେଷଙ୍କ ଉନ୍ମୋଚନ ହୋଇଥିଲା । ପୁସ୍ତକମେଳା ରେ ୪୦ ରୁ ଅଧିକ ଷ୍ଟଲ୍‌ରେ ପୁସ୍ତକ ଉପଲବ୍ଧ ହୋଇଛି । ଭାବଗ୍ରାହୀ କଳାନିକେତନର ପ୍ରତିଷ୍ଠାତା ବିମଳ କୁମାର ପରିଡାଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହି ମେଳାରେ କେମ୍‌ର ପ୍ରତିଷ୍ଠାତା ଡ. ବିରଜା ରାଉତରାୟ, ସାହିତ୍ୟ ସଂସଦର ପୂର୍ବତନ ସଭାପତି ତଥା ବିଶିଷ୍ଟ ଗାଳ୍ପିକ ରାମଚନ୍ଦ୍ର ବେହେରା, କବି ଅପର୍ଣ୍ଣା ମହାନ୍ତି, ତପନ ପତି, ଶୁଭାଂଶୁ ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ଆନ୍ତର୍ଜାତୀୟ ଚିତ୍ରଶିଳ୍ପୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ପ୍ରଦର୍ଶିତ ଚିତ୍ର ଗ୍ୟାଲେରିକୁ ଅତିଥିମାନେ ଉଦ୍‌ଘାଟିତ କରିଥିଲେ । ବଂଶୀଧର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବାହ୍ନରେ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତ୍ରଗୁରୁ ହିମାଂଶୁ ଦାସଙ୍କ ନେତୃତ୍ୱରେ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା । ଏହି ପ୍ରତିଯୋଗିତାକୁ ରାଜେନ୍ଦ୍ର ମହାପାତ୍ର, ସନ୍ଦୀପ ସାହୁ, ପ୍ରଶାନ୍ତ ଆଚାର୍ଯ୍ୟ, ପ୍ରତାପ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ । ନ୍ୟୁ ଷ୍ଟାର ଡ୍ୟାନ୍ସ ଏକାଡେମୀ ପକ୍ଷରୁ ନୃତ୍ୟ ପରିବେଷଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରତାପ ସ୍ୱାଇଁ, ସରୋଜକାନ୍ତ ସାହୁ, ଶିବ ଚରଣ ସାମଲ, ଧର୍ମଦର୍ଶୀ କର, ପ୍ରଦ୍ୟୁମ୍ନ ବେହୁରା, ମଞ୍ଜୁଶ୍ରୀ ଦାସ,ଅମରିନ ସାହାଦତ, ପ୍ରଫୁଲ୍ଲ କୁମାର ଜେନା, ସମାଜସେବୀ ଅଭିମନ୍‌ୁ୍ୟ ରାଉତ, ରଜନିକାନ୍ତ ଦାସ, ବିଚିତ୍ରା ପାଢି, ଚୌଧୁରୀ ଦିପକ କୁମାର, ରଞ୍ଜିତ ପରିଡା, ହିମାଂଶୁ ଭୂଷଣ ପରିଡା, ନୃସିଂହ ତ୍ରିପାଠୀ, ଆଇନଜୀବୀ ମହମ୍ମଦ ମୁସ୍ତାକ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହାୟତା କରିଥିଲେ ।


Leave a Reply

Your email address will not be published. Required fields are marked *

Discover more from

Subscribe now to keep reading and get access to the full archive.

Continue reading